କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ପରେ ରେଳ ଚାଳକ ଏବଂ ସହଚାଳକଙ୍କୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ କରମଣ୍ଡଳ ଏକ୍ସପ୍ରେସ୍ ରେଳ ଦୁର୍ଘଟଣା ପୁରା ଦେଶକୁ ଦୋହଲାଇ ଦେଇଛି । ରେଳ ଦୁର୍ଘଟଣାରେ ଅନେକ ଲୋକେ ପ୍ରାଣ ହରାଇଛନ୍ତି ଓ 900 ଶହରୁ ଅଧିକ ଲୋକେ ଆହତ ହୋଇ ବାଲେଶ୍ଵର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏଭଳି ଅଭାବନୀୟ ଘଟଣା ରେଳରେ ଯାତ୍ରା କରିବାକୁ ଭୟର ବାତାବରଣ ସୃଷ୍ଟି କରିଛି ।

ଘଟଣା ସ୍ଥଳରେ ଅନେକ ଲୋକମାନଙ୍କ ମୃ-ତ୍ୟୁ ଓ ଆଉ କେତେକ ଲୋକମାନେ ଭୟାନଙ୍କ ଭାବରେ ଆହତ ହୋଇଥିବା ସୂଚନା ମିଳିଥିବା ବେଳେ ରେଳ ଚାଳକକୁ ନେଇ ଜନସାଧାରଣଙ୍କ ମନରେ ଉଠୁଛି ପ୍ରଶ୍ନ । ଉଭୟ ଚାଳକଙ୍କ କଣ ହେଲା , କେମିତି ଅଛନ୍ତି ଚାଳକ ଜୀବିତ ନା ନୁହେଁ । ତେବେ ଆପଣମାନଙ୍କ ପାଇଁ ଆଜି ଆମେ ତହି ସମ୍ବନ୍ଧୀୟ ସୂଚନା ଦେବୁ ।

ଏତେ ବଡ ଦୁର୍ଘଟଣା ଘଟିବା ପରେ ଲୋକ ପାଇଲଟ ବା ରେଳ ଚାଳକ କେଉଠି ଅଛନ୍ତି । କାରଣ ଏହି ଛାତିଥରା ଦୃଶ୍ୟ ଦେଖିବା ପରେ ଲୋକମାନଙ୍କ ମଧ୍ୟରେ ଏହି ପ୍ରଶ୍ନ ଆସୁଛି । ତେବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି କରମଣ୍ଡଳ ପାଇଲଟ ଓ ଅଶିଷ୍ଟାନ ପାଇଲଟ ଚିକିତ୍ସା ପାଇଥିବା ଫୋଟୋ । ଉଭୟ ଜୀବନ ଓ ମରଣ ସହ ଲଢୁଛନ୍ତି ତେବେ କୁହଜୁଛି ଏହି ହେଉଛନ୍ତି କରମଣ୍ଡଳ ପାଇଲଟ GN ମହାନ୍ତି ଓ ଅନ୍ୟ ଜଣ ହେଉଛନ୍ତି H ବେହେରା ଆଶିଷ୍ଟାନ ପାଇଲଟ ।

କରମଣ୍ଡଳ ପାଇଲଟ GN ମହାନ୍ତିଙ୍କ ଘର କଟକ ଜିଲ୍ଲାରେ ହୋଇଥିବା ବେଳେ ସେ ଏବେ ICU ରେ ଚିକିତ୍ସା ହେଉଥିବା ସୂଚନା ମିଳିଛି । ଆଶିଷ୍ଟାନ ପାଇଲଟ H ବେହେରାଙ୍କ ଅବସ୍ଥା ଖରାପ ହୋଇଥିବା ବେଳେ ସେ ମଧ୍ୟ ଚିକିତ୍ସା ପାଉଛନ୍ତି । ତେବେ ଉଭୟ ପାଇଲଟ କେଉଁଠି ଚିକିତ୍ସାଧିନ ହେଉଛନ୍ତି ତାଙ୍କ ସୁରକ୍ଷା କାରଣ ତାହାକୁ ଗୁପ୍ତ କରି ରଖାଯାଇଛି ।

ଉଭୟ ପାଇଲଟ ଯେତେ ଶୀଘ୍ର ଭଲ ହେବେ ସେତେ ଜଳଦି ପୋଲିସ ଜାଣିପାରିବ ଯେ ଘଟଣା ସ୍ଥଳରେ ସେ ଦିନ କଣ ଘଟିଛି ବୋଲି ତେଣୁ କରି ଉଭୟ ପାଇଲଟଙ୍କ ଠିକଣା କୁ ଲୁଚାଇ ରଖିଛିନ୍ତି  । ତେବେ ସେମାନେ ଉଭୟଙ୍କ ଅବସ୍ଥାରେ ସୁଧାର ଆସିବାକୁ ଲାଗିଛି ।

Leave a Reply

Your email address will not be published. Required fields are marked *