ବାଛନ୍ତୁ ନିଜ ନାମର ପ୍ରଥମ ଅକ୍ଷର, ଜାଣନ୍ତୁ ନିଜ ବିଷୟରେ କିଛି ଖାସ କଥା

ବନ୍ଧୁଗଣ ପ୍ରତ୍ୟକ ମଣିଷ ନିଜ ବିଷୟରେ ବହୁତ କିଛି ଜାଣିବା ପାଇଁ ଇଛା କରିଥାଏ । ମଣିଷ ନିଜ ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ବହୁତ ଚିନ୍ତାରେ ରହିଥାଏ । ଦୁନିଆରେ ପ୍ରତ୍ୟେକ ମଣିଷର ଅଲଗା ଅଲଗା ସ୍ଵଭାବ ଦେଖା ଦେଇ ଥାଏ । ଆଜି ଆମେ ଆପଣ ମାନଙ୍କୁ A,D,P,R,S ଏହି ୫ଟି ଲେଟର ବାଛିବା ପାଇଁ ଦେବୁ । ଆପଣ ଏଥି ମଧ୍ୟରୁ ଗୋଟିଏ ଲେଟର ବାଛନ୍ତୁ ଓ ନିଜ ବିଷୟରେ କିଛି ଖାସ କଥା ବିଷୟରେ ଜାଣନ୍ତୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଯଦି ଆପଣ A ଲେଟରକୁ ବାଚିଛନ୍ତି ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ସମ୍ପର୍କକୁ ବହୁତ ମହତ୍ଵ ଦିଅନ୍ତି ଓ ବହୁତ ଆକର୍ଷକ ହୋଇଥାନ୍ତି । ଆବଶ୍ୟକ ପଡିଲେ ଆପଣ ସେହି ସମସ୍ତ କାମ କରିଦେଇ ଥାନ୍ତି ଯାହା ବହୁତ କମ ଲୋକ କରିପାରିବେ ।

ଆପଣଙ୍କୁ ଭ୍ରମଣ ଓ ପାର୍ଟି ଆଦି କରିବା ପାଇଁ ବହୁତ ଭଲ ଲାଗିଥାଏ । ଆପଣ କୌଣସି ଲୋକ ସହ ବିଶ୍ଵାସ ଘାତକତା କରି ନଥାନ୍ତି । ଆପଣଙ୍କ ମନ ବହୁତ ସଫା ଥାଏ, ସେଥିପାଇଁ ଆପଣ ନିଜ ମନ ମଧ୍ୟରେ କୌଣସି କଥାକୁ ଲୁଚାଇ ରଖନ୍ତି ନାହିଁ ।

୨. ଯଦି ଆପଣ D ଲେଟରକୁ ବାଛିଛନ୍ତି ତା ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ମନ ବହୁତ ଅସ୍ଥିର ରହିଥାଏ । ହେଲେ ଆପଣ ସାମ୍ନା ଆଡୁ ବହୁତ ଶାନ୍ତ ନଜର ଆସିଥାନ୍ତି । ଆପଣଙ୍କୁ ଅନ୍ୟ ଲୋକମାନଙ୍କ ସହାୟତା କରିବା ପାଇଁ ବହୁତ ପସନ୍ଦ ଆସିଥାଏ । ଆପଣ ନିଜ ଜୀବନର କିଛି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ବିଚାର କରିଥାନ୍ତି । ଆପଣ ନିଜ ଶତ୍ରୁ ମାନଙ୍କ ଆବଶ୍ୟକତାରେ ମଧ୍ୟ ସହାୟତା କରିବା ପାଇଁ ପ୍ରସ୍ତୁତ ହୋଇଯାନ୍ତି ।

୩. ଯଦି ଆପଣ P ଲେଟରକୁ ବାଛିଛନ୍ତି ତା ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ଅଳ୍ପ ମାତ୍ରାରେ ଜିଦିଆ ସ୍ଵଭାବର ହୋଇଥାନ୍ତି, ଅନ୍ୟକୁ ଦେଇଥିବା ସମସ୍ତ ପ୍ରମିଜକୁ ଆପଣ ପୂରଣ କରିଥାନ୍ତି । ଆପଣ କୌଣସି ଲୋକର ଅନିଷ୍ଠ ଚିନ୍ତା କରି ନଥାନ୍ତି ହେଲେ ଯେଉଁ ମଣିଷ ଆପଣଙ୍କ ସହ ବିଶ୍ଵାସ ଘାତକତା କରିଥାଏ ଆପଣ ସେହି ମଣିଷକୁ କେବେ ହେଲେ ଚାହିଁ ନ ଥାନ୍ତି ।


୪. ଯଦି ଆପଣ R ଲେଟର ବାଛି ଛନ୍ତି ତା ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ବହୁତ ଖୋଲା ମିଞ୍ଜାସର ବ୍ୟକ୍ତି ଅଟନ୍ତି । ଆପଣ ସମସ୍ତଙ୍କର ଶୁଣିଥାନ୍ତି ହେଲେ କରନ୍ତି ନିଜର । ଆପଣ ସବୁବେଳେ ସିଧା କଥା ବାର୍ତ୍ତା ହେବା ପାଇଁ ପସନ୍ଦ କରିଥାନ୍ତି ଓ ଏତେ ବଡ ଦୁନିଆରେ ଆପଣଙ୍କର ଏକ ନିର୍ଦ୍ଧିଷ୍ଟ ଦୁନିଆ ରହିଥାଏ ।

୫. ଯଦି ଆପଣ S ଲେଟରକୁ ବାଛି ଛନ୍ତି ତା ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ବହୁତ ଦୟାଳୁ ସ୍ଵଭାବର ମଣିଷ ଅଟନ୍ତି । ଆପଣ ନିଜ କଷ୍ଟରେ ନିଜ ସମସ୍ତ ଆବଶ୍ୟକତାକୁ ପୂର୍ଣ୍ଣ କରିଥାନ୍ତି । ଆପଣଙ୍କ ମନ ବହୁତ ସଫା ଅଟେ, ହେଲେ ବେଳେବେଳେ ଆପଣ ବହୁତ ଛୋଟ କଥା ପାଇଁ କ୍ରୋଧ କରିଥାନ୍ତି । ସେଥିପାଇଁ ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ କରନ୍ତୁ ।

Leave a Reply

Your email address will not be published. Required fields are marked *