Bollywood ର ସୁନ୍ଦରୀ ହିରୋଇନ Tabu ଙ୍କ ପ୍ରେମରେ ପାଗଳ ଥିଲେ Bollywood ର ଏହି 3 ଜଣ ହୀରୋ, ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ତବୁ ଜଣେ ଆଗ ଧାଡ଼ିର ନାୟିକା ଅଟନ୍ତି । ତବୁଙ୍କ ଅସଲି ନାମ ପ୍ରତିମା ଫାକିମା ହାସମ୍ମି ଅଟେ । ତାଙ୍କର ଜନ୍ମ ୧୯୭୧ ମସିହା ନଭେମ୍ବର ୪ ତାରିଖରେ ହୋଇଥିଲା । ସେ ବଲିଉଡରେ ଅନେକ ଫିଲ୍ମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସେ ତାଙ୍କର ଫିଲ୍ମ କ୍ୟାରୀୟରରେ ଦୁଇଥର ଇଣ୍ଡିଆନ ନେସନାଲ ଆୱାର୍ଡ ଜିତିଛନ୍ତି । ଏହା ବ୍ୟତୀତ ତାଙ୍କୁ ୬ଥର ଫିଲ୍ମ ଫେୟାର ଆୱାଡ଼ରେ ପୁରସ୍କୃତ କରାଯାଇଛି । ତାଙ୍କୁ ୨୦୧୧ ମସିହାରେ ଭାରତର ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଛି ।

ତବୁ ବଲିଉଡ ବ୍ୟତୀତ , ଇଂରାଜୀ , ତାମିଲ , ତେଲଗୁ , ମାଲାଲିୟମ ଓ ବଙ୍ଗାଳି ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି । ତବୁ ବଲିଉଡରେ ବହୁତ ବଡ ବଡ ଅଭିନେତା ମାନଙ୍କ ସହିତ କାମ କରିଛନ୍ତି । ତାଙ୍କର ବହୁତ ଅଭିନେତା ମାନଙ୍କ ସହିତ ପ୍ରେମ ହୋଇଥିବା କଥା ସାମ୍ନାକୁ ଆସିଥିଲା ।

ସେ ନିଜର ସୁନ୍ଦରତାକୁ ନେଇ ସେ ସେତେବେଳେ ବହୁତ ଚର୍ଚ୍ଚାରେ ଥିଲେ । ତାଙ୍କ ପଛରେ ବହୁତ ଅଭିନେତା ପଡ଼ିଥିଲେ ମଧ୍ୟ ସେ କାହାକୁ ତାଙ୍କ ଜୀବନରେ ଆସିବାକୁ ଦେଇ ନ ଥିଲେ ।୧୯୯୫ ମସିହାରେ ଆସିଥିବା ଫିଲ୍ମ ପ୍ରେମ ରେ ଅଭିନେତା ସଞ୍ଜୟ କପୁର ଓ ତବୁଙ୍କ ଯୋଡି ବହୁତ ଲୋକପ୍ରିୟ ହୋଇଥିଲା । ଏହି ଫିଲ୍ମରୁ  ସଞ୍ଜୟ କପୁର ଓ ତବୁଙ୍କ ଯୋଡି ସାମ୍ନାକୁ ଆସିଥିଲା । ସେମାନେ ଉଭୟ ଉଭୟଙ୍କୁ  ଭଲ ପାଉଥିଲେ । କିନ୍ତୁ କିଛି ଦିନ ପରେ ସେମାନଙ୍କ ଲଭ ଷ୍ଟୋରୀରେ ପୂର୍ଣ୍ଣଛେଦ ପଡିଥିଲା ।

ସେହିପରି ସାଉଥ ଫିଲ୍ମ ଇଣ୍ଡରଷ୍ଟ୍ରି ର ବହୁତ ଲୋକପ୍ରିୟ ଅଭିନେତା ନାଗାର୍ଜୁନ ଓ ତବୁ ବହୁତ ଦିନ ପର୍ଯ୍ୟନ୍ତ ସମ୍ପର୍କରେ ରହିଥିଲେ । କିନ୍ତୁ ନାଗାର୍ଜୁନ ପୂର୍ବରୁ ବିବାହିତ ଥିଲେ , ତେଣୁ ତବୁ ନାଗାର୍ଜୁନଙ୍କ ଘରକୁ ଭାଙ୍ଗିବାକୁ ଚାହୁଁ ନ ଥିଲେ । ଶେଷରେ ବହୁତ ଦିନ ପର୍ଯ୍ୟନ୍ତ ସମ୍ପର୍କରେ ରହିଲା ପରେ ସେମାନେ ଆପସ ବୁଝାବଣାରେ ଦୁହେଁ ଅଲଗା ହୋଇ ଯାଇଥିଲେ ।

ତବୁ ୧୯୯୪ ମସିହାରେ ଆସିଥିବା ଫିଲ୍ମ ବିଜୟ ପଥ ରେ ଅଜୟ ଦେବଗନଙ୍କ ସହିତ ତାଙ୍କର ଅଭିନୟ କ୍ୟାରିୟରର ଆରମ୍ଭ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳିଥିଲା । ଏହା ପରେ ସେମାନେ ବଲିଉଡରେ ମିଶି ବହୁତ ଫିଲ୍ମରେ କାମ କରିଥିଲେ ।

ଏହା ଭିତରେ ସେମାନେ ଉଭୟେ ଉଭୟଙ୍କୁ ଭଲ ମଧ୍ୟ ପାଇଥିଲେ । ଏମାନେ ବହୁତ ଦିନ ପର୍ଯ୍ୟନ୍ତ ସମ୍ପର୍କରେ ରହିବା ପରେ , ଶେଷରେ ସେମାନେ ଅଲଗା ହୋଇ ଯାଇଥିଲେ । ଏହା ଭିତରେ ଅଜୟ ଦେବଗନ କାଜୋଲଙ୍କ ସହିତ ବିବାହ କରିନେଲେ । ତେବେ ଆପଣଙ୍କୁ ଫିଲ୍ମ ରେ ତବୁଙ୍କ ଆକଟିଂ କେମିତି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଧନ୍ୟବାଦ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *