ପ୍ରକୃତିକୁ ଧରି Babushan ଙ୍କ ଘରକୁ ଆସିବେ Manmatha ଓ କୃଷ୍ଣପ୍ରୀୟା, ହେବ କି ଆପଶ ବୁଝାମଣା ?

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରକୃତିଙ୍କୁ ଧରି ମନ୍ମଥ ମିଶ୍ର ନିଜ ସ୍ତ୍ରୀ କୃଷ୍ଣପ୍ରିୟାଙ୍କ ସହିତ ଆସିବେ ବାବୁସାନଙ୍କ ଘରକୁ । ଏବଂ ସମସ୍ତେ ବସି ନିଷ୍ପତ୍ତି ନେବେ । ତେବେ କ’ଣ ରହିବ ବାବୁସାନ-ତୃପ୍ତି ଏବଂ ପ୍ରକୃତିଙ୍କ ବିବାଦର ଶେଷ ପରିଣାମ ? କାରଣ ପୋଲିସ ସାଧାରଣ ତାଙ୍କୁ ପ୍ରଶ୍ନ ପଚାରି ଚାଲିଯିବେ । ଆଉ ଯେଉଁ କେସ ଦିଆଯାଇଅଛି ତାହା ହିସାବରେ ଇନଭେଷ୍ଟିକେସନ ହେବ । ଏହା ଏକ ହାଇପ୍ରୋଫାଇଲ ମ୍ୟାଟର ଅଟେ ।

ଏଣୁ ପୋଲିସ ଏହାର ନିଷ୍କର୍ଷ ବାହାର କରି ପାରିବ ନାହିଁ । ସେମାନେ କୋର୍ଟ ଯିବେ ନହେଲେ ନିଜ ମଧ୍ୟରେ ସମାଧାନ କରିବେ । ଏ କଥା ଆଇନଜୀବି ତଥା ସମାଜସେବୀ ମଧ୍ୟ କହିସାରିଛନ୍ତି । ତେବେ ଗୋଟିଏ ବାଟ ହିଁ ବାହାରୁଛି ତାହା ହେଉଛି ମନ୍ମଥ ମିଶ୍ର ନିଜ ସ୍ତ୍ରୀ କ୍ରିଷ୍ଣପ୍ରିୟା ଆଉ ପ୍ରକୃତି ଏହି ୩ ଜଣ ମିଶି ଆସିବେ ଏବଂ ବାବୁସାନଙ୍କ ଘରେ ଆମନା ସାମ୍ନା ରେ ବସି କଥାହେବେ । ବାବୁସାନ ଙ୍କ ଘରେ ବର୍ତ୍ତମାନ ଓଲିଉଡର କିଛି ବିଶେଷ ବ୍ୟକ୍ତିମାନେ ଅଛନ୍ତି ।

ଅର୍ଥାତ ଯେଉଁମାନେ ବାବୁସାନଙ୍କୁ ଆକ୍ଟର କରିବାରେ ନିଜର ଭୂମିକା ନିଭାଇଥିଲେ । ତେବେ ସେମାନଙ୍କ କଥାରୁ କେବେ ମଧ୍ୟ ଓହରୀ ଯିବେନାହିଁ ବାବୁସାନ କି ପ୍ରକୃତି । ଆଉ ରହିଲା ତୃପ୍ତି ଙ୍କ କଥା ତେବେ ସେ ନିଜ ସ୍ଵାମୀଙ୍କୁ ନିଜେ କଥାବାର୍ତ୍ତା କରିବେ ତଥା ତାଙ୍କ ଆବଶ୍ୟକତା ନାହିଁ ଆଉ କାହାର । ଏହା ମଧ୍ୟରେ ଗୋଟିଏ ନିଷ୍ପତ୍ତି ନିଆଯିବ ଯେ ବାବୁସାନ ଆଗକୁ କ’ଣ କରିବେ ?

ପ୍ରକୃତି ବାବୁସାନ ଉଭୟ ମିଳାମିଶା କରିବେ ନା ଏ ସବୁ ବନ୍ଦ ହେବ ? ଆଉ ଯେଉଁ ବନ୍ଧୁତ୍ଵ କଥା ଉଠିଛି ସେହି କଥାର ସତ୍ୟତା ମଧ୍ୟ ପରଖିବେ ସମସ୍ତଙ୍କ ସାମ୍ନାରେ । ଏବଂ ଯେଉଁମାନେ ବାବୁସାନଙ୍କୁ ମଣିଷ କରିଛନ୍ତି ସେମାନେ ଯେଉଁ ନିଷ୍ପତ୍ତି ନେବେ ଯାହା ଆଶା କରାଯାଉଅଛି ବାବୁସାନ ତାହା ନିଶ୍ଚିତ ମାନିନେବେ ।

ଏବଂ ଏହି ସବୁର ଗୋଟିଏ ଅନ୍ତ ଘଟିବ । ବାବୁସାନ ଏବଂ ପ୍ରକୃତି ନିଜ ନିଜ ଜୀବନରେ ଆଗକୁ ବଢିବେ ବୋଲି କେବଳ ଆଶା କରାଯାଇପାରେ । ବାବୁସାନଙ୍କ ଫ୍ୟାନ୍ସମାନେ ବହୁତ ଆଶା ରଖି ତାଙ୍କର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ଯେ ତାଙ୍କର ହିରୋ ବାବୁସାନ ସଠିକ ରାସ୍ତାକୁ ଫେରି ଆସିବେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *