ସବୁ ଗୁମର ଖୋଲି କହି ଦେଲେ ସଞ୍ଜୟ, ‘ପ୍ରକୃତିର ଘର ଅଛି ଭୁବନେଶ୍ୱରରେ, ବାବୁସାନର ବି ଘର ଅଛି ଭୁବନେଶ୍ୱରରେ ,ତା ହେଲେ ପୁଣି ଘରଭଡା ନେଇ ସେମାନେ କଣ ପାଇଁ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରଡ୍ୟୁସର ଟୁଟୁ ନାୟକ ଅଥବା ସଞ୍ଜୟ କହିଛନ୍ତି ଏହା ଏକ ନିନ୍ଦନୀୟ ଘଟଣା ଓଡ଼ିଆ ସିନେଜଗତ ପାଇଁ । କାରଣ ବାବୁସାନ ହେଉଛି ଏକ ମାତ୍ର ସୁପର ଷ୍ଟାର । ତାହା ଉପରେ ଆମ୍ଭର ପୁରା ଆଶା ଅଛି । କାଲି ମୁଁ ସତ ଜାଣିବା ପରେ ରିଆକ୍ଟ କଲି। ଗୋଟେ ଚାନେଲ ର ସି-ସି-ଟି-ଭି ଫୁଟେଜରୁ ଦେଖିଲି ପ୍ରକୃତି ଓ ବାବୁସାନ ଗୋଟେ ହୋଟେଲ୍ ରୁ ବାହାରୁଛନ୍ତି । ଏବଂ ସେଠି ପ୍ରକୃତିଙ୍କ ମା’ ଆସି ଛିଡାହୋଇଛନ୍ତି। ଏସବୁ କ’ଣ ? ଆପଣଙ୍କର ବଢିଲା ଝିଅ, ସେ ମଧ୍ୟ ଜଣେ ଷ୍ଟାର ।

କିନ୍ତୁ ସେ ଚେନ୍ନାଇ କ’ଣ ପାଇଁ ଯାଇଥିଲା ? ୬ ମାସ ହେଲାଣି ସେମାନେ ଘରଭଡ଼ା ନେଇ ରହିଛନ୍ତି । ବାବୁସାନର ଘର ଭୁବନେଶ୍ୱରରେ ଓ ପ୍ରକୃତିର ମଧ୍ୟ ଘର ଭୁବନେଶ୍ଵରରେ । କିନ୍ତୁ ସେମାନେ ଘରଭଡ଼ା ନେଇ କ’ଣ ପାଇଁ ରହିଥିଲେ ? ବାବୁସାନର ତା ବାପା ମା’ ସ୍ତ୍ରୀ ଛୁଆ ମଧ୍ୟ ଅଛି । ମୋ ମତ ଅନୁସାରେ କାମ ପାଇଁ କାହା ସହ ମିଶିଲ ସେ ଠିକ ଅଛି କିନ୍ତୁ କାହା ଘର ଭାଙ୍ଗନାହିଁ ।

ମୁଁ ତିନିଦିନ ହେବ କିଛି କହୁ ନଥିଲି । କାଲି ସତ ଜାଣିବା ପରେ ମୁଁ ରିଅକ୍ଟ କଲି । ଆମ ଫିଲ୍ମ ଜଗତ ଖରାପ କର ନାହିଁ । ବାବୁସାନ ହେଉଛି ସୁପରଷ୍ଟାର । ବର୍ତ୍ତମାନ ଓଡ଼ିଆ ଇଣ୍ଡଷ୍ଟ୍ରିରେ କେବଳ ଦୁଇଜଣ ଷ୍ଟାର । ଅନୁଭବ ଓ ବାବୁସାନ, ଅନୁଭବ ର ଫ୍ୟାମିଲି ପ୍ରୋବଲମ ହେଲା ସେ ରାଜନୀତି ଲାଇନ ରେ ଗଲା । କିନ୍ତୁ ଏବେ ଏକ ମାତ୍ର ସାହା ଭରସା ହେଉଛି ବାବୁସାନ । ବାବୁସାନର ସବୁ ଫିଲ୍ମ ସୁପର ଡୁପର ହିଟ ।

କିନ୍ତୁ ଯେବେଠାରୁ ପ୍ରକୃତି ମିଶ୍ର ତା ଜୀବନରେ ଆସିଲା ସେବେଠାରୁ ବାବୁସାନର ଡାଉନଫଲ ଆରମ୍ଭ ହେଲା । ଯେଉଁ ବାବୁସାନ ନିଜ କାମ ପାଇଁ ଡେଡିକେଟେଡ । ସେ ଆଜି ଏମିତି କ’ଣ ପାଇଁ ? ମୁଁ ତାକୁ ଯେବେ ପ୍ରଥମ ଫିଲ୍ମ ଦେଇଥଲି ମୁଁ ଜାଣିଥିଲି ସେ ପିଲାଟି କ’ଣ ଏବଂ ସେ ଆଗକୁ ସୁପରଷ୍ଟାର ବନିବ ମଧ୍ୟ ମୁଁ ଜାଣିଥିଲି । ଅପରାଜିତା ମ୍ୟାଡମ ତାଙ୍କର ହେଉଛି ଭଦ୍ର ଫ୍ୟାମିଲି । ସେ ଶୁଣିବା ପରେ ତୁରନ୍ତ ଆସି ତାଙ୍କ ବୋହୂ ପାଖରେ ପହଞ୍ଚିଥିଲେ । ସେଦିନ ଯାହା ସକାଳେ ହେଲା ତୃପ୍ତି ବାବୁସାନ କୁ ମାରିଲା । ଗୋଟେ ସ୍ତ୍ରୀ କେତେ ସହିବ ? ସହିବାର ଗୋଟେ ଲିମିଟ ଥାଏ ।

ସୀମା ଟପିଲେ ସେ କ’ଣ କରିବ । ସେ ତା ସ୍ଵାମୀ ସହ ଯାହା ବି କଲା ପ୍ରକୃତି କିଏ ଥାର୍ଡପର୍ସନ ? ସ୍ଵାମୀ ସ୍ତ୍ରୀ ମଧ୍ୟରେ ଯିଏ ପସିବ ସିଏ ମାଡ ଖାଇବ । ବଡ ବଡ ଓକିଲ ମାନେ ମଧ୍ୟ କହୁଛନ୍ତି ଏଟା ଭୁଲ । ଆଲୋ ସଖି “ଆପଣା ମହତ ଆପେ ରଖି” । ପ୍ରକୃତି ତୁ କ’ଣ ପାଇଁ ଚେନ୍ନାଇ ଯାଇଥିଲୁ ? କ’ଣ ବାବୁସାନ ସହ ହନିମୁନ କରିବା ପାଇଁ ? ପ୍ରକୃତି ର ବାପା ମା’ ଆସି ଓଲଟା ପୋଲିସ କେସ ଦେଉଛନ୍ତି ।

ମୋ ଝିଅ ର ମାନହାନି ହୋଇଛି ବୋଲି । ତୁମେ କ’ଣ ଜାଣି ନାହଁ ତୁମ ଝିଅ କ’ଣ ? ତୁମେ କେମିତି ଏମିତି ମକଦ୍ଦମା ଦେଉଛ ? କୋଭିଡ ସମୟରେ ପ୍ରାୟ ୨ ବର୍ଷ ହେବ ପ୍ରକୃତି ବାବୁସାନ ପଛରେ ପଡିଛନ୍ତି ବୋଲି କହିଛନ୍ତି ପ୍ରଡ୍ୟୁସର ସଞ୍ଜୟ । ମାତ୍ର ରିୟଲ ଆକ୍ଟର ହେଉଛନ୍ତି ବାବୁସାନ ପ୍ରଡ୍ୟୁସର ଟୁଟୁ ନାୟକ କହିଛନ୍ତି ଯେ ବାବୁସାନ ନିଶ୍ଚିତ ଠିକ ବାଟକୁ ଆସି ଇଣ୍ଡଷ୍ଟ୍ରୀରେ ରାଜ କରିବେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *