Baba Venga ଙ୍କ 2022 ପାଇଁ ଭବିଷ୍ୟବାଣୀ, ଶୁଣିଲେ ଆପଣଙ୍କ ମୁଣ୍ଡ ଘୁରେଇ ଦେବ, କରୋନା ପରେ ପୁଣି ଆସିବ ନୂଆ ଭାଇରସ ?

ବର୍ତ୍ତମାନ ସମସ୍ତେ ୨୦୨୧କୁ ବିଦାୟ କହି ୨୦୨୨କୁ ସ୍ଵାଗତ କରୁଛନ୍ତି । ଏମିତିରେ ଯେତେବେଳେ ନୂତନ ବର୍ଷ ଆରମ୍ଭ ହୁଏ ତେବେ ସମସ୍ତେ ଜାଣିବାକୁ ଚାହାନ୍ତି କି ନୂତନ ବର୍ଷ ସେମାନଙ୍କ ପାଇଁ କେମିତି ରହିବ । ଅର୍ଥାତ ସମସ୍ତେ ନିଜର ଭବିଷ୍ୟତ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି । ଯେତେବେଳେ ଭବିଷ୍ୟତ କହୁଥିବା ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରାଯାଏ ତେବେ ବାବା ବେଙ୍ଗାଙ୍କ କଥା ନିଶ୍ଚିତ ଆଲୋଚନା କରାଯାଏ । କହିଦେଉଛୁ କି ବାବା ବେଙ୍ଗାଙ୍କ ମୃତ୍ୟୁ ୨୫ ବର୍ଷ ପୂର୍ବେ ହୋଇ ଯାଇଛି ।

କିନ୍ତୁ ଏହା ପୂର୍ବରୁ ସେ ୫୦୦୦ ବର୍ଷ ପର୍ଯ୍ୟନ୍ତ ଭବିଷ୍ୟତବାଣୀ କରି ଦେଇଛନ୍ତି । ଆମେରିକାରେ ୯/୧୧ ଆକ୍ରମଣ ଠାରୁ ନେଇ ସୁନାମୀ ପର୍ଯ୍ୟନ୍ତ ସଠିକ ଭବିଷ୍ୟବାଣୀ କରିଥିବା ବୁଲଗେରିଆର ବାବା ବେଙ୍ଗା ୨୦୨୨କୁ ନେଇ ବି ଭବିଷ୍ୟବାଣୀ କରିଛନ୍ତି । ବାବା ବେଙ୍ଗାଙ୍କ ଅନୁସାରେ ୨୦୨୨ରେ କରୋନା ଠାରୁ ବି ଆହୁରି ଭୟଙ୍କର ଭାଇରସ ସାମ୍ନାକୁ ଆସିବ ।

ଏହା ଛଡା ସେ ଏହା ବି କହିଛନ୍ତି ୨୦୨୨ରେ ଏଲିୟନ ପୃଥିବୀ ଉପରେ ଆକ୍ରମଣ କରି ପାରନ୍ତି । ଭାରତରେ ଟିଡିଆ ଆକ୍ରମଣ କାରଣରୁ ଖାଦ୍ୟ ଅଭାବ ଦେଖା ଯାଇ ପାରେ । ବାବା ବେଙ୍ଗାଙ୍କ ବିଷୟରେ କହିବା ତେବେ ତାଙ୍କର ଅସଲ ନାଁ Vangeliya Pandeva Gushterova ଅଟେ । ବାବା ବେଙ୍ଗାଙ୍କ ଜନ୍ମ ୧୯୧୧ରେ ହୋଇଥିଲା । ସେ କହିଥିଲେ କି ଇଶ୍ଵର ତାଙ୍କୁ ଭବିଷ୍ୟତ ଦେଖିବା ପାଇଁ ସୁନ୍ଦର ଉପହାର ଦେଇଛନ୍ତି ।

୧୨ ବର୍ଷ ବୟସରେ ଏକ ବାତ୍ୟାରେ ବାବା ବେଙ୍ଗାଙ୍କ ଦ୍ରୁଷ୍ଟି ଶକ୍ତି ଚାଲି ଗଲା । ସେ ନିଜର ମୃତ୍ୟୁକୁ ନେଇ ବି ସଠିକ ଭବିଷ୍ୟବାଣୀ କରିଥିଲେ । ବାବା ବେଙ୍ଗା ୧୯୯୬ ମସିହାରେ ମୃତ୍ୟୁ ପୂର୍ବରୁ ୫୦୦୦ ବର୍ଷ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରି ଯାଇଛନ୍ତି । ୧୧ ଅଗଷ୍ଟ ୧୯୯୬ରେ ତାଙ୍କର ମୃତ୍ୟୁ ହୋଇଥିଲା । ବାବା ବେଙ୍ଗାଙ୍କ ଅନୁସାରେ ୫୦୦୦ ବର୍ଷ ପରେ ଦୁନିଆର ଅନ୍ତ ହୋଇଯିବ ।

ସୋଭିଏତ ସଂଗ ଭାଙ୍ଗିଯିବ, ୨୦୦୧ ୱାର୍ଲ୍ଡଟ୍ରେଡ ସେଣ୍ଟରରେ ଆକ୍ରମଣ, ୨୦୦୪ର ସୁନାମୀ, ଆଫ୍ରିକା ଓ ଆମେରିକା ମୂଳର ବ୍ୟକ୍ତିଙ୍କ ଆମେରିକାର ରାଷ୍ଟ୍ରପତି ହେବା, ବ୍ରିଟେନର ରାଜକୁମାରୀଙ୍କ ମୃତ୍ୟୁ, ଏହିଭଳି ସେ ବହୁତ ସଠିକ ଭବିଷ୍ୟବାଣୀ କରିଥିଲେ । ବର୍ତ୍ତମାନ ୨୦୨୨କୁ ନେଇ ବି ତାଙ୍କର ଭବିଷ୍ୟବାଣୀ ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁସାରେ ବାବା ବେଙ୍ଗା କହିବା ଅଟେ କି ନୂଆ ବର୍ଷରେ ଦୁନିଆ ପ୍ରାକୃତିକ ବିପର୍ଯୟର ସାମ୍ନା କରିବ ।

ଅଷ୍ଟ୍ରେଲିୟା ଓ କେତେକ ଏସିଆର କେତେକ ଦେଶରେ ବାତ୍ୟା ଆସିବ । ୨୦୨୨ରେ କରୋନା ଠାରୁ ବି ଭୟଙ୍କର ଭାଇରସ ସାମ୍ନାକୁ ଆସିପାରେ । ବୈଜ୍ଞାନିକର ଗୋଟିଏ ଟିମ ସାଇବେରିଆରେ ଗୋଟିଏ ନୂଆ ଭାଇରସ ଖୋଜି ବାହାର କରିବେ । ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ବରଫରେ ଜମି ହୋଇଥିଲା । ବାବା ବେଙ୍ଗାଙ୍କ କହିବା ଥିଲା କି ଆସନ୍ତା ବର୍ଷରେ କେତେକ ଦେଶରେ ପିଇବା ପାଣିର ଅଭାବ ଦେଖାଯାଇ ପାରେ । ଟିଡିଆ ଭାରତର ଫସଲ ଉପରେ ଆକ୍ରମଣ କରିବେ । ୨୦୨୨ରେ ଏଲିୟନମାନେ ପୃଥିବୀକୁ ଆସିବେ । କିନ୍ତୁ ଏହା କେବଳ ଶୁଣିବାକୁ ମିଳୁଛି ସମୟ ଆସିଲେ ଜଣା ପଡିବ ଏହା ସତ ନା ମିଥ୍ୟା ।

Leave a Reply

Your email address will not be published. Required fields are marked *