ଆସନ୍ତା 3 ତାରିଖରେ ଖୋଲିବ ନାହିଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ School, ଦେଖନ୍ତୁ ଏହାକୁ ନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ Sameer Ranjan Das, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, କୋରନା ମହାମାରୀ ର ପ୍ରଭାବ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେବ ସ୍କୁଲ ବନ୍ଦ ରହିଥିଲା । କେବଳ ନବମ ଓ ଦଶମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ହିଁ ସ୍କୁଲ ରେ ଶିକ୍ଷାଦାନ କାର୍ଯ୍ୟକ୍ରମ ଜାରି ରହିଥିଲା । ତେବେ କୋରନା ର ପ୍ରଭାବ ଧୀରେଧୀରେ କମିବାରେ ଲାଗିଥିଲା ଏବଂ ଏ ନେଇ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ପାଇଁ ଜାନୁଆରୀ ୩ ତାରିଖ ଦିନ ସ୍କୁଲ ଖୋଲିବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ ।

କିନ୍ତୁ ବିଗତ କିଛି ଦିନ ହେବ କୋରନା ମହାମାରୀ ର ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଯେଉଁ କାରଣରୁ ପୁଣିଥରେ ସରକାର ନିଜର ନିଷ୍ପତ୍ତି ବଦଳାଇଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ କୋରନା ର ପ୍ରଭାବ କମିବା ପରେ ସ୍କୁଲ ୩ ତାରିଖ ଦିନ ଖୋଲିବ ବୋଲି ସ୍ଥିର ହୋଇଥିଲା । କିନ୍ତୁ ବର୍ତ୍ତମାନ ପୁଣିଥରେ କୋରନା ର ପ୍ରଭାବ ବଢ଼ିବାରେ ଲାଗିଛି ।

ତେବେ ଏହି ସମ୍ବନ୍ଧରେ ନୋଡାଲ ଅଫିସର ମାନେ ସ୍କୁଲ ରେ ପହଂଚିବା ଆରମ୍ଭ କରିଥିଲେ ଏବଂ ସ୍କୁଲ ବୁଲିବା ଆରମ୍ଭ କରିଥିଲେ । ସେଠାରେ ଗାର୍ଡିଆନ ମାନଙ୍କ ଠାରୁ ବିଭିନ୍ନ ଫିଡ଼ବ୍ୟାକ ମଧ୍ୟ ନେଲେ । ଏହି କଥାକୁ ନେଇ ଗାର୍ଡିଆନ ମାନଙ୍କ ରିଜର୍ଭେସନ ମଧ୍ୟ ଦେଖିବାକୁ ମିଳିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ତିନି ଦିନ ମଧ୍ୟରେ କୋରନା ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇଛି ।

ତେବେ ଏହି ସମସ୍ତ କଥାକୁ ବିଚାର କୁ ନେବା ପରେ ନୋଡାଲ ଅଫିସର ମାନଙ୍କ ଫିଡବ୍ୟାକ ନେବା ପରେ ସାମୁହିକ ଭାବରେ ସ୍କୁଲ ଖୋଲିବା କୁ ସ୍ଥଗିତ କରାଯିବାର ନିଷ୍ପତ୍ତି ନିଆ ଯାଇଛି । କିନ୍ତୁ ଛାତ୍ରଛାତ୍ରୀ ମାନଙ୍କ ଯେଉଁ ପରୀକ୍ଷା ହେବାର ଥିଲା ୫ ତାରିଖ ଦିନ ଉକ୍ତ ପରୀକ୍ଷା ଗୁଡ଼ିକ ଜାରି ରହିବ ଏବଂ ଅନଲାଇନ ରେ ଯେଉଁଭଳି ଶିକ୍ଷାଦାନ କାର୍ଯ୍ୟକ୍ରମ ଚାଲିଥିଲା ତାହା ପୂର୍ବ ଭଳି ଜାରି ରହିବ ।

ତେବେ କୋରନା ମହାମାରୀ ସଂକ୍ରମଣ ବଢ଼ିବା ପରେ ସରକାର ଙ୍କୁ ଏଭଳି ଭାବରେ ନିଜର ନିଷ୍ପତ୍ତି କୁ ବଦଳାଇବାକୁ ପଡ଼ିଛି । ଯେଉଁ ସମ୍ବନ୍ଧରେ ସ୍ଵୟଂ ଶିକ୍ଷା ମନ୍ତ୍ରୀ ସମୀର ଦାସ ମନ୍ତବ୍ୟ ଦେଇଛନ୍ତି । ତେବେ ଏହି ସମ୍ବନ୍ଧରେ ଆପଣଙ୍କ ମତାମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ । କଣ ଆପଣ ବି ଚାହୁଁଛନ୍ତି ସ୍କୁଲ ବନ୍ଦ ହେଉ ନା ପିଲାଙ୍କ ପାଇଁ ସ୍କୁଲ ଖୋଲାଯାଉ । ନିଜର ମତାମତ ନିଶ୍ଚୟ ଲେଖନ୍ତୁ । ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *