ବଢୁଥିବା Omicron ମାମଲାକୁ ନଜରରେ ରଖି ସମସ୍ତ ରାଜ୍ୟ ପାଇଁ କେନ୍ଦ୍ର ଜାରି କଲା ସତର୍କ ସୂଚନା ! କଣ ପୁଣି ହେବ ଲକଡାଉନ ? ଦେଖନ୍ତୁ କଣ କହୁଛନ୍ତି କେନ୍ଦ୍ର ସରକାର ?

ବର୍ତ୍ତମାନର ପରିସ୍ଥିତି ଦେଖି ଲାଗୁଛି କି ଭାରତରେ ପୁଣି ଥରେ ଫେରିପାରେ ଲକଡାଉନ । କରୋନାରେ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମ ହେବା କାରଣରୁ ଲୋକମାନେ ଆଶ୍ଵସ୍ତିରେ ରହୁଥିଲେ ଓ ନିଜ ନିଜ କାମକୁ ଖୁସି ଖୁସିରେ ଯାଉ ଥିଲେ । କିନ୍ତୁ କିଛି ଦିନ ହେବ ଏକ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି । ଯାହାର ନାଁ ଓମିକ୍ରନ । ବର୍ତ୍ତମାନ ଓମିକ୍ରନକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି । ସୂଚନା ଅନୁସାରେ ଓମିକ୍ରନରେ ଆକ୍ରାନ୍ତଙ୍କ ସଂଖ୍ୟା ସବୁଦିନ ଦ୍ରୁତ ଗତିରେ ବଢିବାରେ ଲାଗିଛି ।

ଏହାକୁ ଦ୍ରୁଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସତର୍କ ରହିବା ପାଇଁ କୁହାଯାଇଛି । ଓମିକ୍ରନର ଦ୍ରୁତ ସଂକ୍ରମଣ ଓ ସେହି କାରଣରୁ ସ୍ୱାସ୍ଥ୍ୟ ସଙ୍କଟର ମୁକବିଲା କରିବା ପାଇଁ ରାଜ୍ୟ ସରକାର ଗୁଡିକୁ ସଜାଗ ଓ ଉଚିତ ପଦକ୍ଷେପ ନେବା ପାଇଁ କୁହାଯାଇଛି । କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ରାଜ୍ୟକୁ କୁହାଯାଇଛି କି ସୁରକ୍ଷା ଦ୍ରୁଷ୍ଟିରୁ ମେଡିକାଲ କର୍ମଚାରୀ ଓ ମେଡିକାଲ ଜିନିଷ ପତ୍ରକୁ ପୂର୍ବରୁ ପ୍ରସ୍ତୁତ ରଖନ୍ତୁ ।

ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବା କାରଣରୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବକୁ ଚିଠି ଲେଖିଛନ୍ତି । ସମସ୍ତଙ୍କୁ ସଠିକ ସମୟରେ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ ଅସ୍ଥାୟୀ ହସ୍ପିଟାଲର ନିର୍ମାଣ କରିବା ପାଇଁ କେନ୍ଦ୍ର ସମସ୍ତ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହିତ ଆସନ୍ତା ସମୟରେ ସମସ୍ତେ ଘରେ ରହି ପାରନ୍ତି ଅର୍ଥାତ Home isolation ରହି ପାରନ୍ତି ବୋଲି ଅନୁମାନ କରାଯାଉଛି ଏଥିପାଇଁ ବି ରାଜ୍ୟ ଗୁଡିକୁ ଉଚିତ ପଦକ୍ଷେପ ନବା ପାଇଁ କୁହାଯାଇଛି । home isolation protocol ଓ ଏହା ବାସ୍ତବିକ ରୂପରେ ଗ୍ରାଉଣ୍ଡରେ କେଉଁଭଳି କାର୍ଯ୍ୟ କରିବ, ଏହି କାର୍ଯ୍ୟକୁ ଦେଖିବା ପାଇଁ ଗୋଟିଏ ସ୍ପେଶାଲ ଟିମ ଗଠନ କରିବା ପାଇଁ ବି କୁହାଯାଉଛି ।

ଟେଷ୍ଟିଙ୍ଗ ଓ ହସ୍ପିଟାଲ ବେଡ ସବୁ ପ୍ରସ୍ତୁତି ସହ ଯେମିତି ସମସ୍ତେ ସବୁ ପ୍ରକାରର ସୁବିଧା ପାଇ ପାରିବେ ସେଥିପାଇଁ ସମସ୍ତ ଜିଲ୍ଲା ଗୁଡିକରେ କଣ୍ଟ୍ରୋଲ ରୁମ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ପୂର୍ବରୁ ପ୍ରସ୍ତୁତ ଥିବା କୋଭିଡ ହସ୍ପିଟାଲ ଗୁଡିକୁ ପୁଣି ଥରେ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ସଂକ୍ରମଣକୁ ରୋକିବା ପାଇଁ କଣ୍ଟେନମେଣ୍ଟ ଅଞ୍ଚଳ ଗୁଡିକ ଉପରେ ଅଧିକ ଗୁରୁତ୍ଵ ଦବା ପାଇଁ କୁହାଯାଇଛି ।

Leave a Reply

Your email address will not be published. Required fields are marked *