ରହସ୍ୟମୟୀ ଗଛ ଯିଏ ଆପଣଙ୍କ ଉପରେ ଆସୁଥିବା ସବୁ ସଙ୍କଟକୁ ନିଜ ଉପରକୁ ନେଇଥାଏ, ମା’ ଲକ୍ଷ୍ମୀ ହୁଅନ୍ତି ପ୍ରସନ୍ନ, ଧନ ସୁଖ ସମୃଦ୍ଧିରେ ଭରିଯାଏ ଜୀବନ

ନମସ୍କାର ବନ୍ଧୁଗଣ ଏହି ଦୁନିଆ ରେ କିଏ ନ ଚାହେଁ କି ତା ପାଖରେ ଟଙ୍କା ପଇସା ରହୁ । ଏବଂ ସର୍ଵଦା ସେ ସୁଖ ଓ ଖୁସିରେ ଜୀଵନ ବିତାଉ । ଆଜି ଆମେ କିଛି ଏଭଳି ବୃଷ ମାନଙ୍କ ବିଷୟରେ ଆଲୋଚନା କରିବା ଯିଏ ଆସୁଥିବା ସମସ୍ତ ବିପଦ ଏବଂ ସମସ୍ୟା କୁ ନିଜ ଉପରକୁ ନେଇ ଯାଆନ୍ତି ଯାହା ଫଳରେ ଆମେ ସୁରକ୍ଷିତ ଏବଂ ଖୁସି ରେ ରହିଥାଉ । ତେବେ ଆସନ୍ତୁ ଜାଣିନେବା କି ସେହି ରହସ୍ୟ ମୟୀ ବୃକ୍ଷ ଗୁଡିକ କିଏ କିଏ ଏବଂ ସେମାନଙ୍କ ର ଉପକାରିତା କଣ । ଚାଲନ୍ତୁ ଜାଣିନେବା ।

୧- ପ୍ରଥମ ବୃକ୍ଷ ହେଉଛି ବୃହସ୍ପତି ର ବୃକ୍ଷ କଦଳୀ ଗଛ । କେବେବି କଦଳୀ ଗଛ କୁ ଘରର ସାମ୍ନା ରେ ଭୁଲ ରେ ବି ଲଗେଇବେ ନାହିଁ । କଦଳୀ ଗଛ କି ସର୍ଵଦା ଘରର ପଛରେ ହିଁ ଲଗେଇବା ଉଚିତ । କଥାରେ ଅଛି କଦଳୀ ଗଛ ଘରର ପଛରେ ଏବଂ ବେଲ ଗଛ ଘରର ଆଗରେ ଲଗେଇଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି । ଅର୍ଥାତ ଧନ ରତ୍ନ ସମ୍ପତି ଆସିଥାଏ ।

୨- ଦ୍ଵିତୀୟ ବୃକ୍ଷ ହେଉଛି ତୁଳସୀ ଗଛ । ବାସ୍ତୁ ଦୋଷ କୁ ଦୁର କରିବାରେ ସବୁଠାରୁ ଉତ୍ତମ ଉପାୟ ହେଉଛି ତୁଳସୀ ଗଛ । ଏହି ଗଛ ଯଦି ଆପଣଙ୍କ ଘରେ ଅଛି ତେବେ ଆପଣ ସୁଖୀ ଅଛନ୍ତି ଏବଂ ଧନୀ ମଧ୍ୟ । ଘରେ ଯଦି କୌଣସି ନକରାତ୍ମକ ଶକ୍ତି ର ବାସ ଥାଏ ତେବେ ଏହି ତୁଳସୀ ଗଛ ଥିଲେ ଘରେ ନକରାତ୍ମକ ଶକ୍ତି କିମ୍ବା ଖରାପ ଶକ୍ତି ଘରକୁ ଆସେ ନାହିଁ । କେବଳ ସକରାତ୍ମକ ଶକ୍ତି ହିଁ ଘରକୁ ଆସେ ଏବଂ ଜୀଵନ ସୁଖ ମୟ ହେବ ଏବଂ ଧନ ମଧ୍ୟ ରହିବ ।

୩- ତୃତୀୟ ବୃକ୍ଷ ହେଉଛି ଅଁଳା ଗଛ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହ କୁ ଶାନ୍ତି କରିବା ପାଇଁ ଏହି ଗଛ ର ମୂଳେ ସ୍ନାନ କରିବାର ବିଧି ରହିଛି । ବାସ୍ତୁ ଅନୁସାରେ ଘରେ ଅଁଳା ଗଛ ଲଗାଇବା ବହୁତ ଶୁଭ ଅଟେ । ଏହାକୁ ଘରର ସାମ୍ନା ରେ ଲଗେଇ ପାରିବେ । ଏହା ଦ୍ୱାରା ସକରାତ୍ମକ ଉର୍ଜା ସୃଷ୍ଟି ହୁଏ ଏବଂ ନକରାତ୍ମକ ଶକ୍ତି ଦୁର ହୁଏ । ଘରେ ସୁଖ ଶାନ୍ତି ସମୃଦ୍ଧି ମଧ୍ୟ ଆସିଥାଏ ।

୪- ଚତୁର୍ଥ ବୃକ୍ଷ ହେଉଛି ମନି ପ୍ଲାଣ୍ଟ । ଘରେ ଯଦି ଆପଣଙ୍କ ର ସମୃଦ୍ଧି ହେଉ ନାହିଁ କିମ୍ବା ଧନ ଦୋୖଲତ ଘରେ ରହୁ ନାହିଁ ତେବେ ଆପଣ ଏହି ମନି ପ୍ଲାଣ୍ଟ କୁ ନିଜ ଘରେ ରଖିବା ଉଚିତ । ଯେବେ ବି କୌଣସି ନକରାତ୍ମକ ଶକ୍ତି ଘରକୁ ଆସେ ପ୍ରଥମେ ଏହାର ପ୍ରଭାବ ଏହି ଗଛ ଉପରେ ହୁଏ କାରଣ ଏହି ଗଛ ନକରାତ୍ମକ ଉର୍ଜା କୁ ନିଜ ଭିତରେ ସମାହିତ କରି ଦିଏ ତେଣୁ ଏହା ବହୁତ ଶୁଭ ଅଟେ ।

୫- ପଞ୍ଚମ ବୃକ୍ଷ ହେଉଛି ବେଲ ଗଛ । ପ୍ରଥମ ରୁ ହିଁ କହିଛୁ କି ଆଗରେ ବେଲ ଏବଂ ପଛରେ କଦଳୀ ଗଛ ରହିଲେ ଘରକୁ ଧନ ଆସିବା ପାଇଁ କେହି ବି ଅଟକାଇ ପାରିବେ ନାହିଁ । ବେଲ ର ପତ୍ର ଭଗବାନ ଶିବ ଙ୍କୁ ବହୁତ ପ୍ରିୟ ଏବଂ ଏହି ଗଛ ସର୍ଵଦା ସକରାତ୍ମକ ଉର୍ଜା କୁ ବଢାଇ ଥାଏ ତେଣୁ ଘରେ ଏହି ଗଛ ରହିବା ଅତ୍ୟନ୍ତ ଶୁଭ ଅଟେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *