RCB vs LSG: ଅଧିକ ଖୁସି ହେବା Avesh Khan ଙ୍କୁ ପଡିଲା ମହଙ୍ଗା ! ମିଳିଲା ଏମିତି ଦଣ୍ଡ…

ନମସ୍କାର ବନ୍ଧୁଗଣ ସୂଚନା ଅନୁସାରେ ଅଧିକ ଖୁସି ପଡିଗଲା ମହଙ୍ଗା ! ଗତ ସୋମବାର ଦିନ ଲକ୍ଷ୍ନୋ ସୁପର ଯାନ୍ଟ୍ସ ଓ ରୋୟାଲ ଚଲେଞ୍ଜରସ ବାଙ୍ଗୋଲର ମଧ୍ୟରେ ମ୍ଯାଚ ଚାଲିଥିଲା । ସେହି ମ୍ଯାଚରେ ବାଙ୍ଗାଲୋରକୁ ପଛରେ ପକାଇ ବିଜୟ ମାତ କରିନେଇଥିଲା ଲକ୍ଷ୍ନୋ । ତାପରେ ଲକ୍ଷ୍ନୋର ବିଜୟ ପରେ ଖୁସିରେ ଦିଗହରା ହୋଇପଡିଥିଲେ କ୍ରିକେଟର । ଏତେ ଅଧିକ ଖୁସି କିନ୍ତୁ ପଡିଗଲା ବହୁତ ମହଙ୍ଗା ।

ଯାହାକୁ ନେଇ ସେଲିବ୍ରେସନ କରିବା ସମୟରେ ନିଜର ସୀମା ଟପିଯାଇଥିଲେ କ୍ରିକେଟର ଅଭେଶ ଖାନ । ତେବେ ସୂଚନା ମୁତାବିକ ୨୧୨ ରନ କରିବ ପରେ ମଧ୍ୟ ରୋୟାଲ ଚାଲେଞ୍ଜରସ ବାଙ୍ଗଲୋରକୁ ବିଫଳତା ଦେଖିବାକୁ ମିଳିଥିଲା । ହେଲେ ଭାଗ୍ୟର ସାଥ୍ ଟାଣ ଥିବା କାରଣରୁ ଶେଷ ବଲ୍ ରେ ସଫଳତା ପାଇଯାଇଥିଲେ ଲକ୍ଷ୍ନୋ ସୁପର ଜାଆନ୍ଟ୍ସ ।

ତେବେ ଏହାରି ମଧ୍ୟରେ ଲକ୍ଷ୍ନୋର ଷ୍ଟାର ବୋଲର ଅଭେଶ ଖାନ ନିଜ ଦଳ ଜିତିବା ଖୁସିରେ ଦିଗ ହରା ହୋଇ ଏପରି ଭାବରେ ଖୁସିରେ ମାତି ନିଜର ସୀମା ଉଲଂଘନ କରିଦେଇଥିଲେ । ଯେ ଏଥିପାଇଁ ତାଙ୍କୁ ସୀମା ଉଲଂଘନ କରିବା ବିବାଦରେ ମ୍ଯାଚ ରେଫ୍ରି ତାଙ୍କୁ ଦଣ୍ଡିତ କରିଛନ୍ତି । ତେବେ ମ୍ଯାଚରେ ଜିତିବା ପରେ ନିଜର ଖୁସିକୁ କଣ୍ଟ୍ରୋଲ ନକରିପାରି ବୋଲର ଅଭେଶ ଖାନ ମୁଣ୍ଡରେ ପିନ୍ଧିଥିବା ହେଲମେଟକୁ କାଢି ତଳେ ଫୋପାଡି ଦେଇଥିଲେ ।

ଯାହାକି ତାଙ୍କ ପାଇଁ ଏକ ବଡ ଅଡୁଆ ପରିସ୍ଥିତି ସୃଷ୍ଟି କରିଦେଇଛି । ମ୍ଯାଚ ରେଫ୍ରି ଏପରି ଭୁଲ ପାଇଁ ଅଭେଶ ଖାନଙ୍କୁ ତାଗିଦ କରିଛନ୍ତି । ଏହା ସହ ଏପରି ଭୁଲ ଆଉ କେବେବି ଯେପରି ନକର । ସେଥିପାଇଁ ମଧ୍ୟ ସଚେତନ କରାଇଦେଇଛନ୍ତି । ସେପଟେ ଅଭେଶ ଖାନ ମଧ୍ୟ ନିଜର ଏଭଳି ଭୁଲକୁ ଯଥାଶୀଘ୍ର ମାନି ନେଇଛନ୍ତି । ଏହା ସହ ଆଉ କେବେବି ଏପରି ସୀମା ଟପି କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି ।

ହେଲେ ସବୁଠାରୁ ବଡ କଥା ଏଠାରେ ହେଉଛି । ବୋଲର ଅଭେଶ ଖାନଙ୍କର ଏପରି ଭୁଲ ପାଇଁ ତାଙ୍କୁ କୌଣସି ପ୍ରକାର ଆର୍ଥିକ ଦଣ୍ଡ ଗଣିବାର ଆବଶ୍ୟକତା ପଡିନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ଲାଟେଷ୍ଟ ଅପଡେଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *