ଅଟୋ ରେ ଲକ୍ଷ ଲକ୍ଷ ଟଙ୍କା ଭର୍ତ୍ତିଥିବା ବ୍ୟାଗ ଭୁଲି ଯାଇଥିଲା ଯାତ୍ରୀ, ତା’ ପରେ ଅଟୋ ବାଲା ଯାହା କଲା ଜାଣିଲେ ବିଶ୍ଵାସ ବି କରି ପାରିବେନି

ବନ୍ଧୁଗଣ ଆଜିକାଲି ଦୁନିଆରେ ଏମିତି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ସାଧାରଣତଃ ଏହି ସବୁ ଘଟଣା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସମସ୍ତ ମାମଲା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଛି ।

ବନ୍ଧୁଗଣ ସାଧାରଣତଃ ଅଟୋ ଓ ରିକ୍ସା ବାଲା ମାନେ ଲୋକମାନଙ୍କ ସହ ଭଲ ସମ୍ପର୍କ ରଖିନଥାନ୍ତି । ସେମାନେ ନିଜ ମନ ମୁତବକ ସବୁ କାମ କରିଥାନ୍ତି । ହେଲେ ବନ୍ଧୁଗଣ ସମସ୍ତ ଅଟୋ ବାଲା ଏହିପରି ନଥାନ୍ତି ।


ବନ୍ଧୁଗଣ ବେଙ୍ଗାଲୁରୁ ପାଖରେ ରହୁଥିବା ୫୪ ବର୍ଷର କୁମାର ଡି ଏକ ଅଟୋ ଚାଳକ ଅଟନ୍ତି । ଗତ ଗୁରୁବାର କୁମାରଙ୍କ ଅଟୋରେ ଏକ ଯାତ୍ରୀ ଅନ୍ୟ ମନସ୍କ ହୋଇ ଟଙ୍କା ଭରିଥିବା ଏକ ବ୍ୟାଗ ଭୁଲି ଚାଲିଯାଇଥିଲା । ହେଲେ ସେହି ସମୟରେ ଏହି ଗରିବ ଅଟୋ ଚାଳକ ଜଣକ ନିଜ ମନରେ କୌଣସି ଲାଳସା ନରଖି ତୁରନ୍ତ ସେହି ବ୍ୟାଗକୁ ନେଇ ଯାତ୍ରୀ ଜଣକଙ୍କୁ ଦେଇଥିଲେ ।

ବନ୍ଧୁଗଣ ମୁମ୍ବାଇ ନିବାସୀ ୩୩ ବର୍ଷୀୟ ଅମିତ କୁମାର ପାଣ୍ଡେ କଣ୍ଟନପେଟରୁ ଅଟୋରେ ବସି ଯାଉଥିଲେ । ସେ ଚାମରାଜପେଟର ଇଦଗାହ ମଇଦାନ ପାଖରେ କୁମାରଙ୍କ ଅଟୋ ରୁ ଓଲହାଇ ଯାଇଥିଲେ । ଅମିତ ଯେତେବେଳେ ସେହି ଅଟୋରୁ ଓଲହାଇ ଥିଲେ ସେହି ସମୟରେ ଏକ ମହିଳା କୁମାରଙ୍କ ଅଟୋରେ ବସିଯାଇଥିଲେ । ସେହି ମହିଳା ଜଣକ ଶ୍ରୀନଗର ଯିବା ପାଇଁ ଚାହୁଁଥିଲେ । ମହିଳା ଜଣକ ଯେତେବେଳେ ଅଟୋରେ ବସିଥିଲେ ସେତେବେଳେ ତାଙ୍କୁ ଅମିତଙ୍କର ବ୍ୟାଗ ମିଳିଥିଲା ।

ଏହାପରେ ମହିଳା ଜଣକ ବ୍ୟାଗ ବିଷୟରେ କୁମାରଙ୍କୁ କହିଥିଲେ । ଯାହାଫଳରେ ଅଟୋ ଚାଳକ ଜଣକ ବ୍ୟାଗ ଫେରାଇବା ପାଇଁ ମନ ବନେଇଦେଇଥିଲେ । ସେ ପ୍ରଥମେ ମହିଳା ଜଣକଙ୍କୁ ଶ୍ରୀନଗରରେ ଛାଡିଲେ ଓ ଛାଡିବା ପରେ ସେ ବ୍ୟାଗ ଫେରାଇବା ପାଇଁ ଅମିତଙ୍କୁ ଖୋଜିଥିଲେ । ସେହି ସମୟରେ କୁମାରଙ୍କୁ ମନ ପଡିଥିଲାକି ଅମିତ ଏକ ଦୋକାନକୁ ଯିବା ପାଇଁ ଚାହୁଁଥିଲେ । ସେ ସେହି ଦୋକାନକୁ ଯାଇ ଅମିତଙ୍କ ବିଷୟରେ ପଚାରିଥିଲା ।

ଏହାପରେ ଦୋକାନୀ ଅମିତଙ୍କୁ ଫୋନ କରିଥିଲା ଯାହାଫଳରେ ଅମିତ କିଛି ସମୟରେ ପରେ ପୋଲିସକୁ ନେଇ ସେହି ଦୋକାନ ପାଖକୁ ଆସିଯାଇଥିଲେ । ଏହାପରେ ଅମିତ ପୋଲିସ ସାମ୍ନାରେ ନିଜ ବ୍ୟାଗକୁ ଚେକ କରିଥିଲେ । ସେହି ବ୍ୟାଗରେ ବନ୍ଧୁଗଣ ଅଢେଇ ଲକ୍ଷ ଟଙ୍କା ଥିଲା । ଅଟୋ ବାଲାର ଏହି ଗୁଣ ଦେଖି ଅମିତ ଖୁସି ହୋଇଥିଲେ ଓ ନିଜ ମନରୁ ୩ ହଜାର ଟଙ୍କା ଅଟୋ ବାଲାକୁ ଦେଇଥିଲେ । ସେଠାରେ ଥିବା ପୋଲିସ ମଧ୍ୟ କୁମାରଙ୍କ ଉପରେ ଖୁସି ହୋଇଥିଲେ ଓ ପୋଲିସ କୁମାରକୁ ଖୁସିରେ ଏକ ୫ ହଜାର ଟଙ୍କା ଦେଇଥିଲେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *