ଆଉ କଥା କହୁନାହାନ୍ତି ଦେବାଶିଷଙ୍କ ପତ୍ନୀ, ବିଛେଦର ଯନ୍ତ୍ରଣାରେ ପାଲଟି ଯାଇଛନ୍ତି ମୁକ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁକ ପାଲଟିଗଲେ ସହିଦ ଦେବାଶିଷଙ୍କ ଧର୍ମପତ୍ନୀ ସଂଗୀତା ! ତେବେ ସୂଚନା ମୁତାବିକ ନିକଟ ଅତୀତରେ ଓଡିଆ ପୁଅ ଦେବାଶିଷ ବିଶ୍ଵାଳ ଦେଶ ପାଇଁ ସହିଦ ହୋଇଯାଇଛନ୍ତି । ଯାହା ଓଡିଶା ତଥା ସମଗ୍ର ଭାରତ ପାଇଁ ଏକ ବହୁତ ବଡ ଦୁଃଖନୀୟ ଖବର ଅଟେ । ଯାହାକୁ ଶୁଣି ସାରା ଭାରତ ବର୍ଷ ସ୍ତବ୍ଧ ହୋଇଯାଇଥିଲା । ତେବେ ଯେତେବେଳେ ପରିବାର ଲୋକ ଜାଣିବାକୁ ପାଇଥିଲେ ।

କି ବୀର ପୁରୁଷ କାର୍ଯ୍ୟରତ ସମୟରେ ମାଓବାଦୀ ମାନଙ୍କ ଆକ୍ରମଣରେ ଦେବାଶିଷଙ୍କ ବିୟୋଗ ଘଟି ଯାଇଛି । ସେତେବେଳେ ଦେବାଶିଷଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଥିଲା । ଏପରି ଏକ ହୃଦୟ ବିଦାରକ ଖବର ଶୁଣି ଦେବାଶିଷଙ୍କ ଧର୍ମପତ୍ନୀ ଏହାକୁ ପ୍ରଥମେ ବିଶ୍ବାସ କରିପାରିନଥିଲେ । କାରଣ ଯାହାଙ୍କ ହାତ ଧରି ବର୍ଷେ ତଳେ ଘରକୁ ଆସିଥିଲେ । ସେ ଏତେ ଶୀଘ୍ର ସଂଗୀତାଙ୍କ ହାତ ଛାଡି ଏକ ଅଫେରା ରାଇଜକୁ ଚାଲିଯିବେ ।

ଯେଉଁଠାରୁ ସେ କେବେବି ଆଉ ସମସ୍ତଙ୍କ ଗହଣକୁ ଆସିପାରିବେ ନାହିଁ । ଏତେ ବଡ ଦୁଃଖ ଖବର ପରେ ଦେବାଶିଷଙ୍କ ଧର୍ମପତ୍ନୀ ଏପରି ଭାବରେ ଭାଙ୍ଗି ପଡିଥିଲେ । ଯେ ଯେ ନିଜର କୋହକୁ ଛାତି ଭିତରେ ଆଉ ସମ୍ଭାଳି ନ ପାରି ବୁକୁ ଫଟାଇ ଚିଲାଇ ଚିଲାଇ କାନ୍ଦି ପକାଇଥିଲେ । ହେଲେ କାନ୍ଦି କାନ୍ଦି ବର୍ତ୍ତମାନ ସମୟରେ ସଂଗୀତା ମୁକ ପାଲଟିଯାଇଛନ୍ତି । ଯେଉଁଠାରେ ସେ ନିଜର ଲୁହକୁ ଆଉ କାହା ସମ୍ମୁଖରେ ଦେଖାଇବା ପାଇଁ ଚାହୁଁ ନାହାନ୍ତି ।

ସେ ନିଜର କୋହକୁ ନିଜ ଭିତରେ ଚାପି ଦେଇ ନିଜ ପରିବାର ପାଇଁ ଅଣ୍ଟା ଭିଡି ଆଗକୁ ବାହାରିବାକୁ ପ୍ରସ୍ତୁତ ହେଉଛନ୍ତି । କାରଣ ଦେବାଶିଷ ସିନା ଚାଲିଗଲେ । ହେଲେ ସେ ଛାଡି ଯାଇଥିବା ପରିବାରର ଏତେ ବଡ ଗୁରୁ ଦାଇତ୍ଵକୁ ବର୍ତ୍ତମାନ ସମୟରେ ଦେବାଶିଷଙ୍କ ଧର୍ମପତ୍ନୀ ସଂଗୀତାକୁ ହିଁ ନେବା ପାଇଁ ପଡିବ । କାରଣ ବାହାଘର ପରେ ଦେବାଶିଷଙ୍କ ପରିବାରକୁ ସଙ୍ଗୀତ ନିଜ ପରିବାର ରୂପେ ବାଛି ନେଇଛନ୍ତି ।

ଏହା ସହ ଦେବାଶିଷଙ୍କ ଶେଷ ସନ୍ତକ ଅର୍ଥାତ ସହିଦ ଦେବାଶିଷଙ୍କ କୁନି ଝିଅର ବର୍ତ୍ତମାନ ସମସ୍ତ ଭରଣପୋଷଣ ଦାୟିତ୍ଵ ସଂଗୀତାଙ୍କ କାନ୍ଧ ଉପରେ ପଡିଯାଇଛି । ତେବେ ସରକାର ଏ ନେଇ ଆଗାମୀ ସମୟରେ କେଉଁ ପଦକ୍ଷେପ ନେବେ । ତାହା ଦେଖିବା ଅପେକ୍ଷାରେ ରହିଲା ।  ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *