ଶ୍ରୀ କୃଷ୍ଣ କୁହନ୍ତି ଏହି 8 ଟି ଗଛକୁ ଜୀବନରେ ନିଶ୍ଚୟ ଥରେ ପୂଜା କରିବା ଦରକାର, ଦରିଦ୍ରତା ପାଖ ମାଡି ନଥାଏ- Vastu Tips

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରାୟତଃ ସମସ୍ତ ଗଛକୁ ପୂଜନୀୟ କୁହାଯାଇଛି । କହିବାକୁ ଗଲେ ଏହି ସୃଷ୍ଟିରେ ପ୍ରଥମ ସ୍ଥାନ ଗଛକୁ ହିଁ ମିଳିଛି । ଏହା ପରେ ଜୀବଜନ୍ତୁଙ୍କୁ ଉତ୍ପତି ହୋଇଛି । ବୃକ୍ଷ ନାହିଁ ତ ଆମ ଜୀବନ ନିର୍ଥକ ଅଟେ । ଶାସ୍ତ୍ର ଅନୁସାରେ କିଛି ବୃକ୍ଷର ବିଶେଷ ମହତ୍ୱ୍ ଅଛି । ମନୁଷ୍ୟ ଏହି ବୃକ୍ଷକୁ ଭଗବାନ ପରି ପୂଜା କରିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ବୃକ୍ଷ ବିଷୟରେ କହିବୁ ଯାହାର ଆମ ଜୀବନରେ ବହୁତ ମହତ୍ଵ ଅଛି ।

ତୁଳସୀ – ତୁଳସୀ ଗଛକୁ ହିନ୍ଦୁ ଧର୍ମରେ ସବୁଠୁ ପବିତ୍ର ବୃକ୍ଷ କୁହାଯାଏ । ସେଥିପାଇଁ ଏହାକୁ ନୀତିଦିନ ପୂଜା କରାଯାଏ । ଏହି ଗଛ ଭଗବାନ କୃଷ୍ଣଙ୍କୁ ବହୁତ ପ୍ରିୟ ଅଟେ । ଆୟୁର୍ବେଦ ଅନୁସାରେ ତୁଳସୀ ବୃକ୍ଷର ପତ୍ର ଓ ମଞ୍ଜିକୁ ଔଷଧ ରୂପରେ ବ୍ୟବହାର କରାଯାଏ ।

ଅଶ୍ୱସ୍ଥ ବୃକ୍ଷ

ହିନ୍ଦୁ ଶାସ୍ତ୍ରରେ ଏହି ଗଛ କୁ ତୁଳସୀ ଗଛ ପରି ସର୍ବଶ୍ରେଷ୍ଠ ମହତ୍ଵ ଦିଆ ଯାଇଛି । ଏହାକୁ ବ୍ରାହ୍ମଣ ସଦୃଶ ମାନନ୍ତି । ଏହି ଗଛରେ ବହୁତ ଔଷଧି ଗୁଣ ଥାଏ । ମାନ୍ୟତା ଅନୁସାରେ ଏହି ଗଛ ଚାରି ପଟେ ସୂତା ବାନ୍ଧିଲେ ମନସ୍କାମନା ପୂର୍ଣ ହୋଇଥାଏ କାହିଁକିନା ଏହି ଗଛରେ ଦେବା ଦେବୀ ବାସ କରନ୍ତି ।

ବର ଗଛ

ଏହି ଗଛକୁ ହିନ୍ଦୁ ଶାସ୍ତ୍ର ଅନୁସାରେ ବଟ ବୃକ୍ଷ କୁହାଯାଏ । ଏହି ଗଛକୁ ଜ୍ୟେଷ୍ଠ ମାସର ପୂର୍ଣ୍ଣିମାରେ ପୂଜା କରାଯାଏ ଏହାକୁ ବତପୁର୍ଣିମା କୁହାଯାଏ । ଏହି ବ୍ରତ ସ୍ତ୍ରୀ ମାନେ ନିଜ ସ୍ଵାମୀର ସୁରକ୍ଷା ପାଇଁ କରିଥାନ୍ତି ।

ନିମ୍ବ ଗଛ

ନିମ୍ବ ଗଛର ବହୁତଧାର୍ମିକ ଓ ଔଷଧୀୟ ଗୁଣ ଥାଏ । ଏହି ଗଛ ଆପେ ଆପେ ଉଠି ଥାଏ । ଏହି ଗଛର ଛାଲ ଓ ପତ୍ରକୁ ଗରମରେ ହେଉଥିବା ରୋଗର ଉପଶମ ପାଇଁ ବ୍ୟବହାର କରାଯାଏ । ଧାର୍ମିକ ଅବସରରେ ଏହି ଗଛର ଡାଳକୁ ଘରେ ଟଙ୍ଗା ଯାଏ ।

ବେଲ ଗଛ

ବେଲ ଗଛର ପତ୍ରକୁ ଭଗବାନ ଶିବଙ୍କ ଉପରେ ଅର୍ପଣ କରାଯାଏ । ଏହି ଗଛର ଫଳ ଓ ପତ୍ରରେ ବହୁତ ଔଷଧି ଗୁଣ ଥାଏ । ମଧୁମେହ ଭଳି ଗମ୍ଭୀର ରୋଗର ଉପଶମ ପାଇଁ ଏହି ଗଛର ଉପଯୋଗ ହୋଇଥାଏ ।

ସମୀ ଗଛ

ଏହି ଗଛକୁ ବେଦ ଓ ପୁରାଣ ଅନୁସାରେ ବହୁତ ମହତ୍ଵ ଦିଆଯାଇଛି । ଶ୍ରୀ ରାମ ଲଙ୍କା ବିଜୟ ପରେ ଏହି ଗଛକୁ ପୂଜା କରିଥିଲେ । ଏହି ଗଛକୁ ପୂଜା କଲେ ଶତ୍ରୁ ଭୟ ଦୂର ହୋଇଥାଏ । ବିଜୟ ଦଶମୀ ଦିନ ଏହି ଗଛକୁ ପୂଜା କରାଯାଏ । ଶନିଙ୍କ ପ୍ରକୋପରୁ ରକ୍ଷା ପାଇଁ ଏହି ଗଛର ପତ୍ରକୁ ଶନି ଦେବଙ୍କୁ ଶନି ବାର ଦିନ ଅର୍ପଣ କରାଯାଏ ।

ଅଶୋକ ଗଛ

ଅଶୋକ ଅର୍ଥ ବିନା ଶୋକର ଦୁଃଖ । ଏହି ଗଛ ଦୁଇ ପ୍ରକାର ହୋଇଥାଏ ନାଲି ଅଶୋକ ଗଛ ଓ ସବୁକ ଅଶୋକ ଗଛ । ଏହି ଦୁଇ ପ୍ରକାର ଗଛର ସମାନ ଭାବେ ଔଷଧି ଓ ଧାର୍ମିକ ଗୁଣ ଥାଏ । ଏଥିପାଇଁ ଏହି ଗଛକୁ ଘର ସାମ୍ନାରେ ଲଗାଇଲେ ଘର ଓ ବ୍ୟବାସୟରେ ବୃଦ୍ଧି ହୋଇଥାଏ ।

କଦମ୍ବ ଗଛ

କଦମ୍ବ ଗଛ ମୂଳରେ ଭଗବାନ କୃଷ୍ଣ ବଂଶୀ ବଜାଉଥିଲେ ଓ ଏହି ଗଛର ଫୁଲକୁ ମଧ୍ୟ ଭଗବାନଙ୍କୁ ଅର୍ପଣ କରାଯାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *