୧୮ ପ୍ରକାର ରୋଗକୁ ଦୂର କରିଥାଏ କେବଳ ଏହି ଗୋଟିଏ ମଞ୍ଜି, ପ୍ରକୃତିର ଅମୂଲ୍ୟ ବରଦାନ – Baba Ramdev Health Tips

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ମଞ୍ଜି ବିଷୟରେ କହିବାକୁ ଯାଉଛୁ । ଯାହାକୁ ହିନ୍ଦୀରେ ଅଲ୍ସି ଓ ଓଡିଆରେ ପେଶୀ ବା ପେଶୁ କୁହାଯାଇଥାଏ । ଏହା ଏକ ସୁପରଫୁଡ ଅଟେ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ମାତ୍ରାରେ ଲାଭଦାୟକ ହୋଇଥାଏ । ଏହା ଆପଣଙ୍କୁ ମାର୍କେଟରେ ବହୁତ ସହଜରେ ମିଳିଯିବ । ଆଜି ଆମେ ଆପଣଙ୍କୁ ଏହାର ଲାଭ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ, ଆଇରନ, ଜିଙ୍କ, କ୍ୟାଲସିୟମ, ଫସଫରସ, ଭିଟାମିନ B, ଭିଟାମିନ C, ପୋଟାସିୟମ, ମ୍ୟାଗ୍ନେସିୟମ, କପର ଓ ସେଲେନିୟମ ଆଦି ତତ୍ଵ ରହିଥାଏ । ସବୁଠାରୁ ବଡ ତତ୍ଵ ଯାହା ଏଥିରୁ ମିଳିଥାଏ ତାହା ହେଉଛି ଅମେଗା ୩ ଫ୍ୟାଟି ଏସିଡ । ଯାହା ବହୁତ କମ ଜିନିଷରୁ ମିଳିଥାଏ , ଓମେଗା ୩ ଫ୍ୟାଟି ଏସିଡ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଓମେଗା ୩ ଫ୍ୟାଟି ଏସିଡ ଅଧିକ ମାଛରୁ ମିଳିଥାଏ । ସେଥିପାଇଁ ନିରାମିଷ ଲୋକମାନଙ୍କ ପାଇଁ ଏହା ବହୁତ ଆବଶ୍ୟକ । ବନ୍ଧୁଗଣ ସର୍ବ ପ୍ରଥମେ ଆପଣ ଏହାକୁ ଏକ ତାୱା ବା କଡେଇ ସାହାର୍ଯ୍ୟରେ ଅଳ୍ପ ଭାଜି ଦିଅନ୍ତୁ । କମ ସେ କମ ଏହାକୁ ୫ ମିନିଟ ପର୍ଯ୍ୟନ୍ତ ଭାଜି ଦିଅନ୍ତୁ । ହେଲେ ଧ୍ୟାନ ରଖିବେ ଏହା ଯେପରି କଳା ନପଡିବ ।

ଏକ ପ୍ଳେଟ ପେଶୀକୁ ନେଇ ଭଲ ଭାବରେ ଭାଜିବା ପରେ ଆପଣ ଏହାକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏହାକୁ ଖାଇବାର ବହୁତ ପ୍ରକାରର ଉପାୟ ରହିଛି । ଆପଣ ଚାହିଁଲେ ଏହାକୁ ରାତିରେ ଏକ ଗ୍ଳାସରେ ଦୁଇ ଚାମଚ ପକାଇ ଭିଜାଇ ସକାଳ ସମୟରେ ଖାଲି ପେଟରେ ପିଇ ପାରିବେ ।

ଆମର ଦ୍ଵିତୀୟ ଉପାୟରେ ଆପଣ ଏହାର ଗୁଣ୍ଡ କରି ଦିଅନ୍ତୁ । ଏଥିପାଇଁ ଆପଣ ଅଳ୍ପ ପେଶୀକୁ ନିଅନ୍ତୁ ଓ ଏହାକୁ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ । ହେଲେ ବନ୍ଧୁଗଣ ଯଦି ଆପଣ ଗୁଣ୍ଡ ପେଶୀକୁ ୭ ରୁ ୮ ଦିନ ପର୍ଯ୍ୟନ୍ତ ରଖିବେ ତା ହେଲେ ଏହା ଖରାପ ହୋଇଯିବ । ତେଣୁ ଯେତିକି ଆବଶ୍ୟକ ସେତିକି ଗୁଣ୍ଡ କରନ୍ତୁ ।

ବନ୍ଧୁଗଣ ସେହି ଗୁଣ୍ଡକୁ ଆପଣ ରାତିରେ ଭିଜେଇ ଦିଅନ୍ତୁ ଓ ସକାଳେ ଅଳ୍ପ ଉଷୁମ କରି ଏହାର ସେବନ ନିହାତି କରନ୍ତୁ । ବଡ ଲୋକଙ୍କ ପାଇଁ ଦୁଇ ଚାମଚ ଓ ଛୋଟ ପିଲାଙ୍କ ପାଇଁ ଏକ ଚାମଚ ପେଶୀ ଗୁଣ୍ଡକୁ ବ୍ୟବହାର କରିବେ । ପେଶୀ ଆପଣଙ୍କ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ ରଖିଥାଏ । ଏହା ବ୍ୟତୀତ କେଶ ଦୁର୍ବଳ ହେବା ବା ଧଳା ହୋଇଯିବା ଆଦି ସମସ୍ୟାକୁ ଦୂର କରିଥାଏ ।

 

ଯଦି ଆପଣଙ୍କ ଚେହେରାରେ ଝୁରିଆ ଆସିଯାଇଛି ତା ହେଲେ ଆପଣ ଏହାର ସେବନ ନିଶ୍ଚୟ କରନ୍ତୁ ଏହା ଦ୍ଵାରା ଆପଣଙ୍କ ଝୁରିଆ ୧ ମାସ ମଧ୍ୟରେ ଦୂର ହୋଇଯିବ । ବନ୍ଧୁଗଣ ଏହା ସହିତ ଏହାର ସେବନରେ ଆପଣ ଆଜୀବନ ବିଭିନ୍ନ ମାରାତ୍ମକ ରୋଗରୁ ଦୂର କରିପାରିବେ । ତେଣୁ ବନ୍ଧୁଗଣ ଆପଣ ଏହାର ସେବନ ନିଶ୍ଚୟ କରନ୍ତୁ ।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ହେଲ୍ଥ ଟିପ୍ସ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *