ଆଉ ମାତ୍ର 8 ଇଞ୍ଚ ଦୂରରେ ରାହୁଲ, ଆଉ ମାତ୍ର କିଛି ସମୟରେ ମିଳିବ ଖୁସି ଖବର… କେମିତି ଚାଲିଛି ଉଧାର କାର୍ଯ୍ୟ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଛତିଶଗଡ ବୋରୱେଲରେ ଫସିଥିବା ନାବାଳକ ରାହୁଲ ବିଷୟରେ ତ ନିଶ୍ଚୟ ଜାଣିଥିବେ । ଗାତ ଭିତରେ ରାହୁଲ 80 ଘଣ୍ଟାରୁ ଅଧିକ ସମୟ ରହି ସାରିଛି । ଆଜି ପଞ୍ଚମ ଦିନରେ ଅପରେସନ ରାହୁଲ । ଗତ ଶୁକ୍ରବାର ଦିନ ରାହୁଲ ବୋରୱେଲରେ ଫସିଥିଲେ ଆଉ ଆଜି ହେଉଛି ମଙ୍ଗଳବାର । ଏ ପର୍ଯ୍ୟନ୍ତ ବି ରାହୁଲଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ । ହେଲେ ରାହୁଲଙ୍କୁ ଉଦ୍ଧାର କରିବାକୁ ସମସ୍ତ ପ୍ରୟାସ ଜାରି ।

୮୦ ଫୁଟ ଗାତ ତଳେ ଫସି ରହିଛି ରାହୁଲ । ବନ୍ଧୁଗଣ ଆପଣ ମାନେ ଏହି କଥା ବି ନିଶ୍ଚୟ ଜାଣିଥିବେ ଯେ ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ପଥର ବାଧକ ସାଜିଛି । ଧୀରେ ଧୀରେ ନିସ୍ତେଜ ହେଇ ଯାଉଛନ୍ତି ରାହୁଲ । ଛତିଶଗଡ ଯାଞ୍ଜଗିର ଚମ୍ପା ଜିଲ୍ଲା ଫିରିଡ ଗାଁରେ ଏବେ ଶୋକାକାଳ ପରିବେଶ ସୃଷ୍ଟି ହୋଇଛି ।

ରାହୁଲର ମା, ବାପା ଓ ସମ୍ପର୍କୀୟ ସମସ୍ତେ ଆବାକ ହୋଇଯାଇଛନ୍ତି । ରାହୁଲର ପାଖାପାଖି ପହଞ୍ଚିଲେଣି ଉଦ୍ଧାରକାରୀ ଦଳ । ଏବେ ମିଡିଆ ରିପୋର୍ଟସ ଅନୁସାରେ ରାହୁଲର ପାଖାପାଖି ପହଞ୍ଚିଲେଣି ଉଦ୍ଧାରକାରୀ ଦଳ । ଏନଡିଆରଏଫ, ଏସଡିଆରଏଫ, ରୋବୋଟିକ ଟିମ ଓ ଜିଲ୍ଲା ପ୍ରଶାସନ ଏହି ରେସକ୍ୟୁ ଅପରେସନକୁ ଆହୁରି ଜୋରଦାର କରିଛନ୍ତି । ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ।

ତେବେ ବନ୍ଧୁଗଣ ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଦିନ ରାତି ଏକ କରି ସାରିଛନ୍ତି । ଆଉ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ବନ୍ଧୁଗଣ ସାରା ଓଡିଶାର ନଜର ଏହି ଘଟଣା ଉପରେ ରହିଥିବା ବେଳେ ଏବେ ଯେଉଁ ଖବରଟି ଆସୁଛି ତାହା ଅତ୍ୟନ୍ତ ଆଶ୍ଵସ୍ତିକର ଖବର । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଆଉ ମାତ୍ର 8 ଇଞ୍ଚ ଦୂରରେ ଅଛନ୍ତି ରାହୁଲ । ଉଦ୍ଧାରକାରୀ ଟିମ୍‌ ପଥର କାଟି ରାହୁଲଙ୍କ ପହଞ୍ଚିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଆଉ ମାତ୍ର କିଛି ସମୟରେ ରାହୁଲ ବାହାରିବେ ବୋଲି ସୂଚନା ମିଳିଛି । ଏହାର ଏକ ଭିଡିଓ ବି ଏବେ ଭାଇରାଲ ହେଉଛି । ଏହି ଭିଡିଓରେ ଉଦ୍ଧାରକାରୀ ଦଳ ଉଦ୍ଧାର କାରୀ ଜାରି ରଖିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *