ବାହୁନି କାନ୍ଦୁଛି ମା’ କହୁଛି ‘ମୋ ଧନ ପରା…ଆଉ ଟିକେ ଧର୍ଯ୍ୟ ଧର, ଖୁବ ଶୀଘ୍ର ତୁ…’ Video ଦେଖିଲେ କାନ୍ଦି ପକେଇବେ ଆପଣ

ଆଜି ପଞ୍ଚମ ଦିନରେ ଅପରେସନ ରାହୁଲ । ଗତ ଶୁକ୍ରବାର ଦିନ ରାହୁଲ ବୋରୱେଲରେ ଫସିଥିଲେ ଆଉ ଆଜି ହେଉଛି ମଙ୍ଗଳବାର । ଏ ପର୍ଯ୍ୟନ୍ତ ବି ରାହୁଲଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ । ହେଲେ ରାହୁଲଙ୍କୁ ଉଦ୍ଧାର କରିବାକୁ ସମସ୍ତ ପ୍ରୟାସ ଜାରି । ୮୦ ଫୁଟ ଗାତ ତଳେ ଫସି ରହିଛି ରାହୁଲ । ବନ୍ଧୁଗଣ ଆପଣ ମାନେ ଏହି କଥା ବି ନିଶ୍ଚୟ ଜାଣିଥିବେ ଯେ ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ପଥର ବାଧକ ସାଜିଛି ।

ଧୀରେ ଧୀରେ ନିସ୍ତେଜ ହେଇ ଯାଉଛନ୍ତି ରାହୁଲ । ଛତିଶଗଡ ଯାଞ୍ଜଗିର ଚମ୍ପା ଜିଲ୍ଲା ଫିରିଡ ଗାଁରେ ଏବେ ଶୋକାକାଳ ପରିବେଶ ସୃଷ୍ଟି ହୋଇଛି । ରାହୁଲର ମା, ବାପା ଓ ସମ୍ପର୍କୀୟ ସମସ୍ତେ ଆବାକ ହୋଇଯାଇଛନ୍ତି । ରାହୁଲର ପାଖାପାଖି ପହଞ୍ଚିଲେଣି ଉଦ୍ଧାରକାରୀ ଦଳ । ଏବେ ମିଡିଆ ରିପୋର୍ଟସ ଅନୁସାରେ ରାହୁଲର ପାଖାପାଖି ପହଞ୍ଚିଲେଣି ଉଦ୍ଧାରକାରୀ ଦଳ ।

ଏନଡିଆରଏଫ, ଏସଡିଆରଏଫ, ରୋବୋଟିକ ଟିମ ଓ ଜିଲ୍ଲା ପ୍ରଶାସନ ଏହି ରେସକ୍ୟୁ ଅପରେସନକୁ ଆହୁରି ଜୋରଦାର କରିଛନ୍ତି । ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ । ତେବେ ବନ୍ଧୁଗଣ ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଦିନ ରାତି ଏକ କରି ସାରିଛନ୍ତି । ଅନ୍ୟ ପଟରେ ରାହୁଲଙ୍କ ମା ଭାଙ୍ଗି ପଡିଲେଣି । ମା ମନ କେମିତି ବା ସହିବ ।

ବେଳେବେଳେ ମା ଚାଲି ଆସୁଛନ୍ତି ବୋରୱେଲ ପାଖକୁ ବୋରୱେଲର ଫୁଙ୍କାରେ ମୁହଁ ଲଗାଇ ପୁଅକୁ ସାହାସ ଦେଉଛି ମା । ମା ଫୁଙ୍କରେ ମୁହଁ ଲଗାଇ କହୁଛି, ବାବା ରାହୁଲ ଆଉ ତୋର କିଛି ହେବନି ଆମେ ଖୁବ ଶୀଘ୍ର ତୋତେ ଉପରକୁ ଆଣିବୁ । ଟିକେ ବାବା ଧର୍ଯ୍ୟ ଧର । ପୁଣି କେତେବେଳେ ମା ଯାଇ ଏନଡିଆରଏଫ ଟିମକୁ ଯାଇ ପଚାରୁଛି ସାର ଆଉ କେତେ ସମୟ ଲାଗିବ ।

ପୁଣି ପୁଅକୁ ଆସି କହୁଛି ବାବା ରାହୁଲ ଟିକେ ଧର୍ଯ୍ୟ ଧର ମୋ ଧନଟା ପରା ଟିକେ ଧର୍ଯ୍ୟ ଧର । ସବୁ କିଛି ଠିକ ହେଇଯିବ । ଆଉ ଅଳ୍ପ ସମୟ ଭିତରେ ଆମେ ତୋତେ ଉପରକୁ ନେଇ ଆସିବୁ । ଆପଣ ଥରେ ଭାବି ଦେଖନ୍ତୁ ମା ମନ ପରା କେମିତି ସହିବ । ନିଜ ପୁଅକୁ ଝୁରି ଝୁରି ମା ଭାଙ୍ଗି ପଡିଲାଣି । ହେଲେ ବନ୍ଧୁଗଣ ମାତ୍ର ଆଉ କିଛି ସମୟ ପରେ ରାହୁଲ ଉଦ୍ଧାର ହୋଇଯିବ । ତା ହେଲେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *