ଅଷ୍ଟମ ଫେଲ ହୋଇଥିବା ପିଲା ଏବେ 2000 କୋଟି ଟଙ୍କାର ମାଲିକ ! ଯାହାଙ୍କ ସଫଳତାର ରହସ୍ୟ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ କଥାରେ ଅଛି ଦୁନିଆରେ କିଛି ବି ଅସମ୍ଭବ ନୁହେଁ କରିବା ପାଇଁ ଇଛା ଓ ସାହାସ ଦରକାର । ବନ୍ଧୁଗଣ ସୋସିଆଲ ମିଡିଆରେ ଗତ କିଛି ସମୟ ହେବ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସମସ୍ତ ସ୍ଥାନରେ ଏହି ଖବରକୁ ନେଇ ଚର୍ଚା ଜୋର ସୋର ଧରିଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ଜଣେ ଅଷ୍ଟମ ଫେଲ ବାଳକ ଏବେ ଦୁଇ ହଜାର କୋଟି ଟଙ୍କାର ମାଲିକ ହୋଇଛନ୍ତି । ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏହି ବାଳକ ଜଣକ ଅଷ୍ଟମ ଫେଲ ହୋଇଥିଲେ ମଧ୍ୟ ସେ ଏବେ ଦୁଇ ହଜାର କୋଟି ଟଙ୍କାର ମାଲିକ ଅଛନ୍ତି ଓ ତାଙ୍କ ପାଖରେ ବର୍ତ୍ତମାନ ଶହ ଶହ ଲୋକ କାମ କରୁଛନ୍ତି । ବନ୍ଧୁଗଣ ଏହି ବାଳକଙ୍କ ନାମ ହେଉଛି ତ୍ରିସନିତ ଅରୋରା ।

ତ୍ରିସନିତ ୧୯୯୩ ମସିହା ନଭେମ୍ବର ୨ ତାରିଖରେ ପଞ୍ଜାବର ଲୁଧିଆନାରେ ଜନ୍ମ ଗ୍ରହଣ କରିଥିଲେ । ପିଲା ଦିନରୁ ତ୍ରିସନିତଙ୍କୁ ପାଠ ପଢାରେ ମନ ଲାଗୁ ନଥିଲା । ପିଲା ଦିନରୁ ସମୟ ପାଇଲେ କମ୍ପୁଟରରେ ଗେମ ଖେଳୁଥିଲେ । ଏହି ସବୁ କାରଣରୁ ତାଙ୍କ ବାପା କମ୍ପୁଟରରେ ପାସୱାର୍ଡ ପକାଇ ଥିଲେ ।

କିନ୍ତୁ  ତ୍ରିସନିଥଙ୍କୁ ପାସୱାର୍ଡ ହ୍ୟାକ କରିବା ଆସୁଥିଲା । ଏହି ସବୁ କଥା ଜାଣିବା ପରେ ତାଙ୍କ ବାପା ତାଙ୍କ ପାଇଁ ଏକ ନୂଆ କମ୍ପୁଟର ଆଣି ଦେଲେ । ଏହାରି ମଧ୍ୟରେ ତାଙ୍କର ଅଷ୍ଟମ ଶ୍ରେଣୀ ରେସଲ୍ଟ ଆସିଲା ଓ ସେ ଫେଲ ହୋଇଯାଇଥିଲେ । ଏହା ପରେ ସେ ପଢା ଛାଡି ଦେଲେ ଓ ନିଜର ସମସ୍ତ ସମୟ ସେ କମ୍ପୁଟରରେ ଦେଉଥିଲେ । ମାତ୍ର ୨୦ ବର୍ଷ ବୟସରେ ସେ କମ୍ପୁଟର ଫିକସିଙ୍ଗ ଓ ସଫ୍ଟୱେଆର କ୍ଲିନିଙ୍ଗର ଛୋଟ ମୋଟ ପ୍ରୋଜେକ୍ଟ ନେବାକୁ ଲାଗିଲେ ।

ପ୍ରଥମ ମାସରେ ସେ ପାଖାପାଖି ୬୦ ହଜାର ଟଙ୍କା ଆୟ କରିଥିଲେ ଓ ଏହି ଟଙ୍କାକୁ ସେ ନିଜ ବିଜନେସରେ ଲଗାଇ ଥିଲେ । ଏହା ପରେ ମାତ୍ର ୨୧ ବର୍ଷ ବୟସରେ ସେ ଟ୍ୟାକ୍ସ ସିକ୍ଯୁରିଟି ନାମକ ଏକ ସଇଆବର ସିକ୍ଯୁରିଟି କମ୍ପାନୀ କରିଲେ ।

 


ଏହି କମ୍ପାନୀ ନେଟୱାର୍କିଙ୍ଗକୁ ସୁରକ୍ଷିତ ରଖିବାର କାମ କରିଥାଏ । ବର୍ତ୍ତମାନ ସମୟରେ ଭାରତୀୟ ସିବିଆଇ ଡିପାର୍ଟମେଣ୍ଟ, ରିଲିଆନ୍ସ କମ୍ପାନୀ, ଗୁଜୁରାଟ ପୋଲିସ ଓ ପଞ୍ଜାବ ପୋଲିସ ତାଙ୍କ କମ୍ପାନୀର ସେବା ନେଉଛନ୍ତି । ବର୍ତ୍ତମାନ ତ୍ରିସନିଥ ଦୁଇ ହଜାର କୋଟି ଟଙ୍କାର ମାଲିକ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ତ୍ରିସନିଥଙ୍କ ସଫଳତା କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *