ସାବଧାନ ! ଏମିତି ଅଜବ ଷ୍ଟାଇଲ ରେ ହେଉଛି ପିଲା ଚୋରୀ, ଭିଡିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ, ଆଜିର ଯୁଗରେ ନୂଆ ନୂଆ କିଛି ନା କିଛି ଖବର ପ୍ରତିଦିନ ଶୁଣିବାକୁ ମିଳୁଛି । ଆଜିର ଯୁଗ ବହୁତ ଆଗକୁ ବଢି ସାରିଲାଣି କିନ୍ତୁ କିଛି ଲୋକଙ୍କ ଚିନ୍ତାଧାରା ବହୁତ ଅଲଗା ପ୍ରକାରର ସେମାନେ ନିଜ ଚିନ୍ତାଧାରା କୁ ଆଗକୁ ବଢ଼ିବାକୁ ଦେଉ ନାହାନ୍ତି ଏବଂ ପାପ କର୍ମ କରି ଚାଲିଛନ୍ତି । ଏବେ ଏକ ନୂଆ ଖବର ଦେଖିବାକୁ ମିଳିଛି । ଆସନ୍ତୁ ବର୍ତ୍ତମାନ ସେହି ବିଷୟରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା ।

ଗୋଟେ ଲୋକଟି ଛୋଟ ପିଲାଟିକୁ ସୁଟକେସ ଭିତରେ ଭର୍ତ୍ତି କରି ତାକୁ ଚୋରି କରି ନେଇ ଯାଉଥିଲା । କିନ୍ତୁ ରାସ୍ତାରେ ଗୋଟେ ମହିଳା ସେହି ପିଲାଟିର ପାଟି ଶୁଣିବାକୁ ପାଇଲେ । ସୁଟକେସ ଭିତରୁ ପାଟି ଆସୁଥିବାର ସେ ଶୁଣିବାକୁ ପାଇଲେ । ତେଣୁ ତାଙ୍କୁ ସନ୍ଧେହ ହେଲା । ସେହି ଜାଗାରୁ ସେ ପାଟି କରିବାକୁ ଲାଗିଲେ । ତାଙ୍କ ପାଟି ଶୁଣି ଅନ୍ୟ ଏକ ଯୁବକ ଆସି ପହଁଚିଲେ । ମହିଳା ଜଣଙ୍କ ତାଙ୍କୁ ସବୁ କଥା କହିଲେ ।

ମହିଳା କ୍ଷୀର ନେବାକୁ ଆସିଥିବା ସମୟରେ ସେ ସୁଟକେସ ଭିତରୁ ଏକ ଛୋଟ ପିଲାର ଆୱାଜ ଶୁଣିବାକୁ ମିଳିଥିଲା । ସେହି ଯୁବକ ଓ ମହିଳା ମିଶି ସେ ପିଲାଚୋର କୁ ଯେତେ କହିଲା ପରେ ମଧ୍ୟ ସେ ସୁଟକେସ ଟିକୁ ଖୋଲିବାକୁ ରାଜି ହେଉ ନଥାଏ । ସୁଟକେସ ଟିକୁ ସେ ଜାବୁଡ଼ି ଧରିଥାଏ । ଏବଂ ସୁଟକେସ ଭିତରେ ତାହାର ପ୍ୟାଣ୍ଟ୍ ଓ ସାର୍ଟ ଅଛି ବୋଲି କହୁଥାଏ ।

ଯେତେ କହିଲା ପରେ ମଧ୍ୟ ସେ ସୁଟକେସ ସେ ଦେଖେଇବାକୁ ରାଜି ହେଉ ନଥାଏ । କିଛି ସମୟ ଏହିଭଳି ତର୍କ ବିତର୍କ ହେବା ପରେ ଯୁବକ ଜଣଙ୍କ ତାଙ୍କ ସୁଟକେସ ଟିକୁ ଛଡାଇ ଆଣିବାରେ ସଫଳ ହେଲେ । ତାହାକୁ ଖୋଲିବା ପରେ ସୁଟକେସ ଭିତରେ ଏକ ଛୋଟ ପିଲାଟି ଥିଲା । ସେ ପିଲାଟି ବହୁତ କାନ୍ଦୁଥିଲା ।

ସେହି ପିଲାଚୋର କୁ ବହୁତ ପଚାରିବା ପରେ ସେ କହିଲା ପିଲାଙ୍କୁ ଚୋରି କରି ବିକ୍ରି କରିବା ହେଉଛି ତାହାର ରୋଜୋଗାର ପନ୍ଥା । ତାକୁ କୌଣସି ରୋଜଗାର ନ ମିଳିବା ଫଳରେ ସେ ପିଲାଙ୍କୁ ଚୋରି କରି ବିକ୍ରି କରିଥାଏ । ମାତ୍ର ଏଭଳି ଜଘନ୍ୟ ଅପରାଧ କରିବା ମହାପାପ ଅଟେ । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *