ଅସ୍ତରଙ୍ଗ ସମୁଦ୍ରରେ ବାତ୍ୟା ‘ଅସାନି’ ର ତାଣ୍ଡବ, ଦେଖନ୍ତୁ Video

ବନ୍ଧୁଗଣ ଏବେ ସମସ୍ତଙ୍କ ମନରେ ବାତ୍ୟାର ଭୟ । ଖାସ କରି ଉପକୂଳ ବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକ ମାନେ ଚିନ୍ତାରେ ପଡିଯାଇଛନ୍ତି । ସବୁ ଥର ବାତ୍ୟା ମାଡର ଶିକାର ହେଉଛନ୍ତି ଉପକୂଳ ବର୍ତ୍ତୀ ଅଞ୍ଚଳର ଲୋକମାନେ । ତେବେ ବନ୍ଧୁଗଣ ବାତ୍ୟା ଅସାନିକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଏବେ ପାଣିପାଗ କେନ୍ଦ୍ର ପକ୍ଷରୁ ବାତ୍ୟା ଅସାନିକୁ ନେଇ ନୂଆ ଖବର ସାମ୍ନାକୁ ଆସୁଛି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟାରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଆସ୍ତରଙ୍ଗ ସମୁଦ୍ରରେ ଦେଖିବାକୁ ମିଳିଛି ବାତ୍ୟା ଅସାନିର ପ୍ରଭାବ । ସମୁଦ୍ର ଏବେ ଅଶାନ୍ତ ହେବା ସହ ପବନ ବହୁଛି । ସମୁଦ୍ରର ଶାନ୍ତ ଲହରୀ କୁଳ ଆଡକୁ ମାଡି ଆସୁଥିବାର ଦେଖିବାକୁ ମିଳିଛି ।

ସମୁଦ୍ର କୁଳ ଠାରୁ ପ୍ରାୟ ଏକ କିଲୋମିଟର ଭିତରେ ଢେଉ ସୃଷ୍ଟି ହୋଇ କୁଳ ଆଡକୁ ମାଡି ଆସୁଛି । ଏହା ଦ୍ଵାରା ସମୁଦ୍ର ପାଣିରେ ଫେଣ ସୃଷ୍ଟି ହେଉଛି । ବର୍ତ୍ତମାନ ଆସ୍ତରଙ୍ଗ ସମୁଦ୍ରରେ ଉଚ୍ଚ ଉଚ୍ଚ ଜୁଆର ଆସୁଛି । ସମୁଦ୍ରର ପ୍ରାୟ ଏକ କିଲୋମିଟର ଭିତରୁ ଉଚ୍ଚ ଲହରୀ ହୋଇ ଉପକୂଳ ଆଡକୁ ଆସୁଛି । ସମୁଦ୍ରରେ ଯେଉଁ ଢେଉ ଆସୁଛି ତାହା ସଂପୂର୍ଣ୍ଣ ଭାବେ ଫେଣରେ ଭର୍ତ୍ତି ହୋଇଯାଇଛି ।

ବାତ୍ୟାର ପୂର୍ବ ଅବସ୍ଥାରେ ବନ୍ଧୁଗଣ ଏହି ଭଳି ସ୍ଥିତି ଦେଖିବାକୁ ମିଳିଥାଏ । ଆଜି ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳୁଛି । ତେବେ ବନ୍ଧୁଗଣ ଆସନ୍ତା 10 ତାରିଖରେ ବାତ୍ୟା ଅସାନି ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ ହେଲେ ଓଡିଶାରେ ମାଡ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ହେଲେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି ।

ସେପଟେ ବାତ୍ୟା ମୁକବାଲା ପାଇଁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏନେଇ ୧୮ଟି ଜିଲ୍ଲାପାଳଙ୍କୁ ଚିଠି ଲେଖା ଯାଇଛି । ତେବେ ସେହି ୧୮ଟି ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ପୁରୀ, ରାୟଗଡା, ଜଗତସିଂହ ପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ , ବାଲେଶ୍ଵର, ନୟାଗଡ, କଟକ, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, ମାଲକାନ ଗିରି, କୋରାପୁଟ, ଖୋର୍ଦ୍ଧା ଓ କନ୍ଧମାଳ । ତା ହେଲେ ବନ୍ଧୁଗଣ ବାତ୍ୟା ପୂର୍ବର ଏହି ଦୃଶ୍ୟ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *