ଆସିଲା February ମାସ ପାଇଁ ନୂଆ Guideline, ବଢିଲା କଟକଣା, ଦେଖନ୍ତୁ କଣ ରହିବ ଖୋଲା ଓ କଣ ବନ୍ଦ ?

ନମସ୍କାର ବନ୍ଧୁଗଣ ତେବେ ଦେଶରେ ଏବେ କରୋନା ସ୍ଥିତି ପ୍ଲାଟ୍ୟୁ ବା ସ୍ଥିର ସ୍ଥିତିକୁ ଆସିଯାଇଥିବାର ସଙ୍କେତ ମିଳୁଛି ବୋଲି କହିଛନ୍ତି କେନ୍ଦ୍ର ସରକାର । ଅର୍ଥାତ୍ ତୃତୀୟ ଲହରର ଶୀର୍ଷ ବା ପିକ୍ ଅତିକ୍ରମ କରିଯାଇଛି ବୋଲି ଆକଳନ କରାଯାଉଛି । ମହାରାଷ୍ଟ୍ର, ଉତର ପ୍ରଦେଶ, ଦିଲ୍ଲୀ, ହରିୟାଣା, ପଶ୍ଚିମବଂଗରେ ସଂକ୍ରମଣ କମୁଛି । ତେବେ କେରଳ, କର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନରେ ଏବେ ବି ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି ।

ଗତ ଏକ ସପ୍ତାହରେ ଦିନକୁ ପ୍ରାୟ ୩ ଲକ୍ଷ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ କୋଭିଡ ଗାଇଡଲାଇନକୁ ଫେବୃଆରୀ ୨୮ ଯାଏଁ ବଢ଼ାଯାଇଛି । ଏନେଇ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟକୁ ଚିଠି ଲେଖି ଅବଗତ କରାଇଛନ୍ତି । ଏପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ଓଡ଼ିଶାରେ ମଧ୍ୟ ତୃତୀୟ ଲହର ଶୀର୍ଷ ଅତିକ୍ରମ କରିସାରିଥିବା ନେଇ ଆଭାସ ମିଳୁଛି ।

ଗତ ୧୯ ତାରିଖରେ ସର୍ବାଧିକ ୧୧ ହଜାର ମାମଲା ଚିହ୍ନଟ ହୋଇଥିବା ବେଳେ ଏହାପରେ ଧୀରେ ଧୀରେ ସଂକ୍ରମଣ କମିଛି । ଗତ ୨୪ ଘଂଟାରେ ରାଜ୍ୟରେ ୫ ହଜାର ୯୦୧ ମାମଲା ଚିହ୍ନଟ ହୋଇଛି । କିଛି ଦିନ ତଳେ ୨୦ ପ୍ରତିଶତ ସଂକ୍ରମଣ ହାର ରହିଥିଲା । ଏବେ ଏହା ଅଧା ହୋଇଯାଇଛି । ଲଗାତର ଏପରି ଟ୍ରେଣ୍ଡ ଆସୁଥିବାରୁ ରାଜ୍ୟରେ ସଂକ୍ରମଣ ପିକ୍ ଛୁଇଁ ସାରିଲାଣି ବୋଲି ଜଣାପଡିଛି ।

ଓଡ଼ିଶାରେ ‘ପିକ୍’ ଛୁଇଁ ସାରିଲାଣି ସଂକ୍ରମଣ ! କମୁଛି ଦୈନିକ ସଂକ୍ରମଣ, ରାଜ୍ୟରେ ହ୍ରାସ ପାଉଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ଏକ ସପ୍ତାହ ଧରି ରାଜ୍ୟରେ ହ୍ରାସ ପାଉଛି ଦୈନିକ ପଜିଟିଭ୍ ମାମଲା, ଟେଷ୍ଟ-ପଜିଟିଭିଟି ରେଟ୍ । ସବୁଠୁ ଆଶ୍ୱସ୍ତିର କଥା ହେଉଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ତେବେ ଫେବୃଆରୀ ୨୮ ପର୍ଯ୍ୟନ୍ତ କରୋନା କଟକଣାକୁ ବୃଦ୍ଧି କରାଯାଇଛି ।

ଦେଶରେ କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍‌ ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଚିଠି କରି ଜଣାଇଛନ୍ତି । ତେବେ କିନ୍ତୁ ମହାମାରୀ କରୋନା ପାଇଁ ଦିଲ୍ଲୀରେ ଲାଗୁ ହୋଇଥିବା କଟକଣା କିଛିକାଂଶରେ ପ୍ରତ୍ୟାହାର କରାଯାଇଛି । ଏବେ ସଂକ୍ରମଣ କମିଥିବାରୁ ଦିଲ୍ଲୀ ସରକାର କଟକଣା ହଟାଇଛନ୍ତି ।

ଦିଲ୍ଲୀ ସରକାର କିଛି ପ୍ରତିବନ୍ଧକ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ରାଜଧାନୀରେ ସପ୍ତାହାନ୍ତ କର୍ଫ୍ୟୁ ଉଠାଇ ଦିଆଯାଇଛି । ଏହା ବ୍ୟତୀତ ବର୍ତ୍ତମାନ ସିନେମା ହଲ୍ ଗୁଡିକ ୫୦ ପ୍ରତିଶତ କ୍ଷମତା ସହିତ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *