ଚାଲନ୍ତୁ ଶୁଣିବା ବିବାହ ପରେ କଣ କହୁଛନ୍ତି ପ୍ରଜ୍ଞାନନ୍ଦା (Pragyan-Sunanada), ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ହାତକୁ  ଦି ହାତ ହୋଇଛନ୍ତି ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ । ଲୋକଙ୍କୁ ନିଜ କମେଡି ଦ୍ବାରା ହସାଇ ହସାଇ ବେଦମ କରୁଥିବା ପ୍ରଜ୍ଞା ବିବାହ କରିଛନ୍ତି । ମଙ୍ଗଳବାର ଦିନ ଅଭିନେତ୍ରୀ ସୁନନ୍ଦାଙ୍କୁ ଜୀବନସାଥୀ କରିଛନ୍ତି ପ୍ରଜ୍ଞା । ତେବେ ରାଜକନିକା ରାଜବାଟୀ ସମ୍ମୁଖ ମେଲଣ ପଡିଆରେ ବର ବେଶରେ ପ୍ରଜ୍ଞା ପହଞ୍ଚିଥିଲେ । ସେଠାରେ ବୈଦିକ ରୀତିନୀତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।


କିଛି ଦିନ ତଳେ ଉଭୟଙ୍କ ବିବାହ ସ୍ଥିର ହୋଇଥିଲା । କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର ପ୍ରଜ୍ଞା ଭଦ୍ରକ ଧୁଷୁରୀ ଅଞ୍ଚଳର ବଳରାମ ପରିଡାଙ୍କ ଝିଅ ସୁନନ୍ଦାଙ୍କୁ ବିବାହ କରିଛନ୍ତି । କୋଭିଡ କଟକଣା ପାଇଁ ଏହି ହାଇପ୍ରୋଫାଇଲ ବିବାହକୁ ଅଳ୍ପ ଲୋକଙ୍କ ମଧ୍ୟରେ ସୀମିତ କରାଯାଇଥିଲା । ତେବେ କରୋନା କଟକଣାରେ ଏହି ବିବାହ ଉତ୍ସବରେ ଅଭିନେତା ଶଙ୍କରଙ୍କ ସମେତ ସୀମିତ ଶୁଭେଚ୍ଛୁ ଓ ଗ୍ରାମବାସୀ ସାମିଲ ହୋଇଥିଲେ ।

ତେବେ ବିବାହ ପରେ ସୁନନ୍ଦା ନିଜର ଅନୁଭୂତି କୁ ସମସ୍ତଙ୍କ ଆଗରେ ପ୍ରକାଶ କରିଥିଲେ । ତେବେ ସେ କହିଥିଲେ କି ପ୍ରଥମେ ପ୍ରଥମେ ତାଙ୍କୁ ସବୁ ନାଟକ ଲାଗୁଥିଲା । ଲାଗୁଥିଲା ଯେପରି କୌଣସି ସିରିୟଲ ର ସୁଟିଂ ଚାଲିଛି ଏବଂ ସେ ଅଭିନୟ କରୁଛନ୍ତି । କିନ୍ତୁ ଧୀରେ ଧୀରେ ସବୁ ରୀତି ନୀତି ପରମ୍ପରା ହେବା ପରେ ସେ ବାସ୍ତବତା ବୋଲି ଜାଣି ପାରିଲେ ।

https://www.youtube.com/watch?v=yWfTxBdAMmE

ତେବେ ସେ କହିଛନ୍ତି କି ଖୁସି ଲାଗିବା ସହ ଟିକେ ଡର ମଧ୍ୟ ଲାଗୁଛି ନୂଆ ଜୀଵନ ନୂଆ ଲୋକ ତେଣୁ ଟିକେ ଡ଼ର ଲାଗୁଛି କିନ୍ତୁ ସେ ସମସ୍ତ ଙ୍କୁ ଆପଣାଇ ଆଗକୁ ବଢ଼ିବେ । ତେବେ ସେ କହିଥିଲେ କି ଏହି କୋଭିଡ ସମୟରେ କମ ଲୋକଙ୍କ ସହ ବିବାହ ହୋଇ ଥିବାରୁ ସେ ଦୁଃଖିତ ଅଛନ୍ତି କାରଣ ତାଙ୍କର ସିରିୟଲ ସୁଟ ର ସାଥୀ ମାନେ ତାଙ୍କ ସ୍କୁଲର ସହକର୍ମୀ ମାନେ ସମସ୍ତେ ବହୁତ ଇଚ୍ଛା କରିଥିଲେ ତାଙ୍କୁ ବଧୂ ବେଶ ରେ ଦେଖିବେ ବୋଲି କିନ୍ତୁ ଏହା ସମ୍ଭବ ହୋଇ ପାରିଲା ନାହିଁ ।


ତେବେ କିନ୍ତୁ ଯଦି ସୁଯୋଗ ମିଳିବ ତେବେ ସେ ଗୋଟିଏ ପୋଗ୍ରାମ କରିବେ ଏବଂ ସମସ୍ତ ଙ୍କୁ ଡାକିବେ । ତେବେ ପ୍ରଜ୍ଞାନନ୍ଦା ଙ୍କ ଆଗାମୀ ଜୀଵନ ସୁଖମୟ ହେଉ ବୋଲି ଆମେ ପାର୍ଥନା କରୁଛୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *