ଆସିଲା ବଡ ଖବର, ଅଗଷ୍ଟ ମାସରୁ ବଢିବ ଦରମା, hele କେଉଁ ମାନଙ୍କର ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଖୁବ ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର । ଅଗଷ୍ଟ ମାସରେ କେନ୍ଦ୍ର ସରକାର ନିଜ ଲକ୍ଷାଧିକ କର୍ମଚାରୀଙ୍କୁ ଉପହାର ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆସନ୍ତା ମାସରେ କର୍ମଚାରୀଙ୍କ ଦରମା ବୃଦ୍ଧି ଲାଗି ସରକାର ଯୋଜନା କରୁଥିବା ସୂଚନା ମିଳିଛି । ଡିଏ ବୃଦ୍ଧିଠାରୁ ଆରମ୍ଭ କରି ବକାୟ ଡିଏ ସରକାର ପ୍ରଦାନ କରି ପାରନ୍ତି । ଏହା ସହିତ ପିଏଫ ଉପରେ ମିଳିଥିବା ସୁଦ୍ଧ ଟଙ୍କା ମଧ୍ୟ କର୍ମଚାରୀଙ୍କ ଆକାଉଣ୍ଟ କୁ ପଠାଯାଇପାରେ ।

ମିଳିଥିବା ସୂଚନା ଅନୁସାରେ ଆସନ୍ତା ମାସରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବକାୟା ଡିଏ ମିଳିପାରେ । ମାତ୍ର ଏ ନେଇ ସରକାରଙ୍କ ପକ୍ଷରୁ କୌଣସି ଅଫିସିଆଲି ଘୋଷଣା କରାଯାଇ ନାହିଁ । ଖୁବ ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ୨୦୨୦ ମସିହା ଜାନୁୟାରୀରୁ ୨୦୨୧ ମସିହା ଜୁନ ପର୍ଯ୍ୟନ୍ତ ମୋଟ ୧୮ ମାସର ଡିଏ ବକାୟା ରହିଅଛି । କୁହାଯାଉଅଛି ଯେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୁଣିଠାରେ ଦେଢରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବକାୟା ଡିଏ ଏରିୟଲ ମିଳିପାରେ ।

ବକାୟା ଡିଏ ପ୍ରଦାନ ଲାଗି ଲଗାତାର ଭାବରେ କର୍ମଚାରୀ ମାନେ ଦାବୀ କରିଆସୁଛନ୍ତି । ଗତ ମାସ ଠାରୁ ଚର୍ଚ୍ଚା ହେଉଛି ଯେ କେନ୍ଦ୍ରସରକାରୀ କର୍ମଚାରୀଙ୍କର ଡିଏ ବଢିପାରେ । ବଢୁଥିବା ମହଙ୍ଗା ମାଡକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଡିଏ, ଅତି କମରେ ୪ ରୁ ୫ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଅଛି ।

ଚଳିତବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କର ୩ ପ୍ରତିଶତ ଡିଏ ବୃଦ୍ଧି ହୋଇଥିଲା । ଶୁଣିବାକୁ ମିଳୁଛି ଯେ ପୁଣି ୫ ପ୍ରତିଶତ ଡିଏ ବୃଦ୍ଧି ହୋଇପାରେ । ଯଦି ୫ ପ୍ରତିଶତ ଡିଏ ବୃଦ୍ଧି ହୁଏ, ତେବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତରୁ ବୃଦ୍ଧି ପାଇ ୩୯ ପ୍ରତିଶତ ହୋଇଯିବ । ଇଣ୍ଡେକ୍ସର ସଂଖ୍ୟା ସୂଚାଉଛି ଏଥର ଡିଏ ୪ ରୁ ୫ ପ୍ରତିଶତ ବୃଦ୍ଧି ହୋଇପାରେ ।

ଯଦି ୪ ପ୍ରତିଶତ ଡିଏ ବୃଦ୍ଧି ପାଏ, ତେବେ ଏହାଦ୍ଵାରା ୫୦ ଲକ୍ଷ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନ ଭୋଗୀ ଉପକୃତ ହେବେ ବୋଲି ଜଣାପଡିଛି । କେନ୍ଦ୍ର ସରକାରୀ କର୍ମଚାରୀଙ୍କର ୨୦୧୭ ମସିହା ଜୁନ, ସପ୍ତମ ବେତନ ଆୟଦରର ଲାଭ ମିଳୁଛି । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତରୁ ବୃଦ୍ଧି ପାଇ ୩୯ ପ୍ରତିଶତ ହୋଇଯିବ ।

ତେବେ ଦରମା ମଧ୍ୟ ବଢିବ । ବର୍ତ୍ତମାନ ୧୮ ହଜାର ଟଙ୍କା ବେସିକ ସାଲେରୀ ଥିବା କର୍ମଚାରୀଙ୍କର ୩୪ ପ୍ରତିଶତ ହିସାବରେ ସେମାନଙ୍କର ଡିଏ ୬୦୨୦ ଟଙ୍କା ରହିଛି । ଯଦି ଏହା ବୃଦ୍ଧି ପାଏ ତେବେ ୩୯ ପ୍ରତିଶତ ହୋଇଯିବ । ତେବେ କର୍ମଚାରୀଙ୍କର ୭୦୨୦ ଟଙ୍କା ମିଳିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *