ମାର୍କେଟକୁ ଆସିଲା Viral ବୟ Santanu ଙ୍କ ନୂଆ ଆଲବମ, ‘ଟୋକା ନାଚିବ’, Video ଦେଖିଲେ ହସି ହସି ଗଡିଯିବେ….

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ କିଛି ମନଲୋଭା ଦୃଶ୍ୟ ଦେଖିବାକୁ ମିଳିଥାଏ । ଯାହା ଆମ ଆତ୍ମା କୁ ତୁପ୍ତି ମିଳି ଥାଏ । ତେବେ ଖାସ କରି ଛୋଟ ଛୋଟ ଛୁଆ ମାନଙ୍କର କିଛି ଭିଡିଓ ଦେଖିଲେ ବହୁତ ସୁନ୍ଦର ଲାଗି ଥାଏ କାରଣ ସେମାନେ ସେତିକି ଚତୁର ହେବା ସହିତ ଚୁଲବୁଲି ମଧ୍ୟ ହୋଇ ଥାଆନ୍ତି । କାରଣ ସେମାନେ ଯେପରି ବି ନାଚ ଗୀତ କରି ଥାଆନ୍ତୁ କିନ୍ତୁ ତାଙ୍କର କୁନି କୁନି ପାଦ କୁନି କୁନି ହାତ ରେ ତାଙ୍କର ଏପରି ଚୁଲବୁଲି କଥାରେ ଯିଏ ବି ତାହାକୁ ଦେଖିବ ସିଏ ପସନ୍ଦ କରିବ ।


କୁନି କୁନି ପିଲା ଙ୍କର ଏଭଳି ଭିଡ଼ିଓ ଦେଖି ମୁହଁ ରେ ମଧ୍ୟ ଟିକେ ହସ ଆସି ଥାଏ କାରଣ ଭିଡ଼ିଓ ଟି ସେତିକି ମଜାଦାର ହୋଇ ଥାଏ । ତେବେ ବର୍ତ୍ତମାନ ଏହି କୁନି କୁନି ପିଲାଙ୍କ ପ୍ରତିଭା କୁ ପ୍ରଦର୍ଶନ କରିବା ପାଇଁ ସିଦ୍ଧାର୍ଥ ଟିଭି ଏକ ସୁନ୍ଦର ଶୋ ଆଣିଛି ଯାହାର ନାମ ଓଡ଼ିଶା ର ନୂଆ ସ୍ୱର ଜୁନିଅର । ତେବେ ଏହି ସୋ ଟି ଓଡ଼ିଶାର କୋଣ ଅନୁକୋଣରେ ଥିବା କୁନି ତାରକା ମାନଙ୍କୁ ନିଜ ସଂଗୀତ ର ଜଲବା ଦେଖାଇବା ପାଇଁ ଏକ ସୁଯୋଗ ଦେଇଛି ।

ତେବେ ଏହି ରିଆଲିଟି ମ୍ୟୁଜିକ ସୋ ରେ ଜଜ ଅଛନ୍ତି ବରିଷ୍ଠ କଣ୍ଠଶିଳ୍ପୀ ବିକାଶ ଦାସ , ପ୍ରଜ୍ଞା ଏବଂ ଅର୍ପିତା । ତେବେ ଏହି ସୋ ରେ ଶାନ୍ତନୁ କୁମାର ମହାନ୍ତି ନାମକ ଜଣେ ୭ ବର୍ଷ ର କୁନି ଗାୟକ ଜଣଙ୍କ ଏହି ତିନି ଜଜ ଙ୍କର ହୋସ ଉଡେଇ ଦେଇଛନ୍ତି । ସେ ତାଙ୍କର ସୁମଧୁର ସ୍ୱର ଦ୍ୱାରା ତିନି ଜଣ ଜଜ ଙ୍କ ସହ ସାରା ଓଡ଼ିଶା କୁ ଆକୃଷ୍ଟ କରିଛନ୍ତି । ତେବେ ସୁନ୍ଦର ଗୀତ ସହ ତାଙ୍କର ମଜା ମସ୍ତି ଜଜ ଅର୍ପିତା ଏବଂ ପ୍ରଜ୍ଞା ଙ୍କୁ ଷ୍ଟେଜ ଉପରକୁ ଆସିବାକୁ ବାଧ୍ୟ କରିଥିଲା ।

ତେବେ ଶାନ୍ତନୁ ନିଜ ମା ଙ୍କ ସହ “ଓଡ଼ିଶାର ନୁଆ ସ୍ୱର ଜୁନିୟର” ରେ ଅଡିସନ ଦେବାକୁ ଆସିଥିଲେ , ଆଉ ଓଡିସନ ରେ ସେ ” ଭିଜେଇ ଦେଇ ଜା ଥରେ ପ୍ରିୟା ତ ପ୍ରେମ ବର୍ଷା ରେ” ଗୀତ ଟି ଗାଇଥିଲେ । ତେବେ ତାଙ୍କର ଗୀତ ଏତେ ସୁନ୍ଦର ଓ ମନଛୁଆଁ ଥିଲା କି ତାହାକୁ ଶୁଣି ଜଜ ଙ୍କ ସହ ସାରା ଓଡ଼ିଶା ବାସୀ ଙ୍କୁ ପାଗଳ କରିଦେଇଛି । ତେବେ ତା ସହ ସେ ଷ୍ଟେଜ ରେ ବହୁତ ମଜା ମସ୍ତି ମଧ୍ୟ କରିଥିଲେ ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେଉଛି ।

ତେବେ ବର୍ତ୍ତମାନ ଭାଇରାଲ ବୟ ଶାନ୍ତନୁ ଚାରି ଆଡ଼େ ଛାଇ ରହିଛନ୍ତି ସେ ବର୍ତ୍ତମାନ ଏକ ଗୀତ ମଧ୍ୟ ରେକର୍ଡ କରିଛନ୍ତି । ତେବେ ସେହି ଗୀତ ଟି ହେଉଛି “ଟୋକା ନାଚିବ” । ତେବେ ଏହି ଗୀତ ଟି ମଧ୍ୟ ବର୍ତ୍ତମାନ ସବୁଆଡେ ଭାଇରାଲ ହେଉଛି ଏବଂ ସମସ୍ତେ ଏହି ଗୀତ ଟି କୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।


ତେବେ ଏହି ଗୀତ ରେ ମିୟୁଜିକ ଦେଇଛନ୍ତି ଶାଶ୍ୱତ ଆଚାର୍ଯ୍ୟ, ଲେଖିଛନ୍ତି ସାଗର, ଡବିଂ କରିଛନ୍ତି ବନି ମହାନ୍ତି ଏବଂ ପ୍ରଯୋଜକ ମ୍ୟାନେଜର ହେଉଛନ୍ତି ମିଷ୍ଟର କୁନା । ତେବେ ଏହି ଗୀତ ଟି ୧୪ ଘଣ୍ଟା ରେ ୨୭ ହଜାର ଭିୟୁ ପାଇ ସାରିଲାଣି । ତେବେ ଭାଇରାଲ ବୟ ଶାନ୍ତନୁ ଏହି ଭଳି ଆହୁରି ଗୀତ ଗାଆନ୍ତୁ ଏବଂ ଆହୁରି ଆଗକୁ ବଢି ଚାଲନ୍ତୁ ବୋଲି ଆମ କାମନା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *