Interesting Gk Questions- ଭାରତରେ ମୋଟ କେତୋଟି ଜିଲ୍ଲା ଅଛି ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ‘ଏ ମେରେ ବତନ କି ଲୋଗୋ’ ଦେଶଭକ୍ତି ଗୀତ କିଏ ଲେଖିଛି ?

ଉତ୍ତର- ପ୍ରଦୀପ ଏହି ଗୀତ ଲେଖିଥିଲେ ।

୨. ‘ମନ୍ଦିରର ପୂଣ୍ୟ ଭୂମି’ ଭାରତର କେଉଁ ରାଜ୍ୟକୁ କୁହାଯାଏ ?

ଉତ୍ତର- ତାମିଲନାଡୁକୁ ପୂଣ୍ୟ ଭୂମି କୁହାଯାଏ ।

୩. ଗୁପ୍ତକାଳରେ କେଉଁ ଧାତୁର ସର୍ବାଧିକ ମୁଦ୍ରା ଜାରି କରାଯାଇଥିଲା ?

ଉତ୍ତର- ସୁନାର ମୁଦ୍ରା ଜାରି କରଯାଇଥିଲା ।

୪. ରଙ୍ଗୋଲି କେଉଁଠିକାର ପ୍ରମୁଖ ଲୋକ କଳା ଅଟେ ?

ଉତ୍ତର- ମହାରାଷ୍ଟ୍ରର

୫. ହକି ଖେଳରେ ଗୋଟେ ଟିମରେ ସମୁଦାୟ କେତୋଟି ଖେଳାଳି ଥାନ୍ତି ?

ଉତ୍ତର- ୧୧ ଜଣ ଖେଳାଳି ହକି ଟିମରେ ଥାନ୍ତି ।

୬. କମ୍ପୁଟର କି-ବୋର୍ଡରେ କେଉଁ ବଟନରେ କୌଣସି ନାମ ଲେଖା ହୋଇ ନଥାଏ ?

ଉତ୍ତର- ସ୍ପେସ ବଟନରେ କୌଣସି ନାମ ଲେଖା ହୋଇ ନଥାଏ ।

୭. ଭୋଜନରେ ଉପସ୍ଥିତ ଊର୍ଜାକୁ କେଉଁ ତିରେ ମପା ଯାଇଥାଏ ?

ଉତ୍ତର- ଭୋଜନରେ ଉପସ୍ଥିତ ଊର୍ଜାକୁ କେଲୋରିରେ ମପା ଯାଇଥାଏ ।

୮. ଦେଶର ପ୍ରଥମ ମହିଳା ଲୋକସଭା ଅଧକ୍ଷଙ୍କ ନାମ କଣ ?

ଉତ୍ତର- ଦେଶର ପ୍ରଥମ ମହିଳା ଲୋକସଭା ଅଧକ୍ଷଙ୍କ ନାମ ହେଉଛି ମୀରା କୁମାର ।

୯. ମଣିଷ ଶରୀରରେ ସବୁଠାରୁ ଅଧିକ ମାତ୍ରା ଥିବା ତତ୍ଵର ନାମ କଣ ?

ଉତ୍ତର- ଅମ୍ଳଜାନର ମାତ୍ରା ସବୁଠାରୁ ଅଧିକ ଥାଏ ।

୧୦. ଭାରତ ନେପୋଲିୟନର ଉପାଧି କାହାକୁ ଦିଆ ଯାଇଛି ?

ଉତ୍ତର- ସମୁଦ୍ରଗୁପ୍ତଙ୍କୁ ଦିଆ ଯାଇଛି ।

୧୧. କିଏ ଆଉଟଲାଇନ ସାଇକୋଲୋଜି ପୁସ୍ତକ ଲେଖିଛି ?

ଉତ୍ତର- ମେକଡୁଗଲ ଆଉଟଲାଇନ ସାଇକୋଲୋଜି ପୁସ୍ତକ ଲେଖିଛନ୍ତି ।

୧୨. ଭାରତର କେଉଁ ରାଜ୍ୟରେ ସାକ୍ଷରତା ଦର ସବୁଠାରୁ କମ ଅଛି ?

ଉତ୍ତର- ବିହାରରେ ସବୁଠାରୁ କମ ଅଛି ।

୧୩. ରେଡ କ୍ରଶ କାହା ଦ୍ଵାରା ସ୍ଥାପିତ କରାଯାଇଥିଲା ?

ଉତ୍ତର- ରେଡ କ୍ରଶ ଜେ.ଏଚ. ଦୁରନ୍ତଙ୍କ ଦ୍ଵାରା ସ୍ଥାପିତ ହୋଇଛି ।

୧୪. ଭାରତରେ ସମୁଦାୟ କେତୋଟି ଜିଲା ଅଛି ?

ଉତ୍ତର- ୭୨୬ଟି ଜିଲା ଅଛି ।

Leave a Reply

Your email address will not be published. Required fields are marked *