ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ସୁଦୂର Andaman ଓ Nicobar ରୁ ଆସିଛି ସୁଦାମା, ଭକ୍ତିରେ ସମର୍ପି ଦେଉଛି ଶ୍ରୀଫଳ ଓ ତୁଳସୀ, ଦେଖନ୍ତୁ ଏହି Video

ବନ୍ଧୁଗଣ ଗତ କାଲି ଥିଲା ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା । ଗତ କାଲି ଲକ୍ଷ ଲକ୍ଷ ସଂଖ୍ୟାର ଭକ୍ତ ମାନଙ୍କ ଗହଳ ପୁରୀ ଶ୍ରୀମନ୍ଦିରରେ ଲାଗିଥିଲା । ସମସ୍ତ ଭକ୍ତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଆସିଥିଲେ । ବନ୍ଧୁଗଣ ଦୀର୍ଘ ଦୁଇ ବର୍ଷ ପରେ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ହୋଇଥିଲା । ଆପଣ ମାନେ ସମସ୍ତେ ତ ଜାଣିଥିବେ ଦୀର୍ଘ ଦୁଇ ବର୍ଷ ହେବ ଦେଶରେ କରୋନା ମହାମାରୀ ହେତୁ ଲକଡାଉନ କରଯାଇଥିଲା ଯାହାଫଳରେ ରଥ ଯାତ୍ରାକୁ ବନ୍ଦ କରିଦିଆ ଯାଇଥିଲା ।

ରଥ ଯାତ୍ରା ବନ୍ଦ ହେବା ଦ୍ଵାରା ସମସ୍ତ ଭକ୍ତ ମାନେ ନିରାଶ ହୋଇଯାଇଥିଲେ । ହେଲେ ବନ୍ଧୁଗଣ ଭକ୍ତ ମାନଙ୍କ ଦୁଇ ବର୍ଷର ଅପେକ୍ଷା ଗତ କାଲି ସଫଳ ହେଇଛି । ଗତ କାଲି ସମସ୍ତ ଭକ୍ତ ଅତି ଉତ୍ସାହର ସହ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଶ୍ରୀମନ୍ଦିର ଆସିଥିଲେ । ଏମିତି କି ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ବଡଦାଣ୍ଡ ଆସିଥିଲେ । ନବୀନ ପଟ୍ଟନାୟକ ଜଗନ୍ନାଥଙ୍କ ଦର୍ଶନ କରି ରଥ ଦଉଡି ଧରିଥିଲେ ।

ବନ୍ଧୁଗଣ ସାରା ଭାରତ ବର୍ଷରୁ ଅନେକ ଭକ୍ତଙ୍କ ମେଳ ବଡଦାଣ୍ଡରେ ଦେଖିବାକୁ ମିଳିଥିଲା । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ପୁରୀ ଶ୍ରୀମନ୍ଦିରର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ମନ ବି ଆନନ୍ଦରେ ଭରି ଉଠିବ । ତେବେ ଏହି ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ସୁଦାମା ଭେଶ ନେଇ ମହାପ୍ରଭୁ ଜଗନ୍ନାଥଙ୍କ ନିକଟକୁ ଯାଉଥିବାର ନଜର ଆସୁଛନ୍ତି । ହାତରେ ନଡିଆ ଧରି ଏହି ବ୍ୟକ୍ତି ଜଣକ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଛନ୍ତି । ଏହି ଭକ୍ତ ଜଣକ ଏକ ବର୍ଷ ହେବ ପୁରୀ ଶ୍ରୀମନ୍ଦିର ଆସିବା ପାଇଁ ପ୍ରଚେଷ୍ଟା କରିଛନ୍ତି ଆଉ ଆଜି ବହୁତ କଷ୍ଟ କରି ଶ୍ରୀ ମନ୍ଦିର ଆସିପାରି ଛନ୍ତି ।

ଭକ୍ତ ଜଣକ ଆଣ୍ଡାମାନରୁ ଆସିଥିବା କଥା କହିଛନ୍ତି । କେବଳ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ସେ 2 ହଜାର କିଲୋମିଟରରୁ ଆସିଛନ୍ତି । ତା ହେଲେ ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *