ଅସରପା ଙ୍କ ପାଇଁ ଚିନ୍ତିତ ଅଛନ୍ତି କି ? ଆପଣାନ୍ତୁ ଏହି ଜବରଦସ୍ତ ଘରୋଇ ଟ୍ରିକ୍, ଘରୁ ସବୁ ଅସରପା ଗାୟବ ହେଇଯିବେ – Get rid of Cockroach

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଘରେ ଏପରି କିଛି ଜିନିଷ ରହିଥାଏ ଯାହା ଦ୍ୱାରା ଆମେ ବହୁତ ଚିନ୍ତିତ ରହିଥାଉ।ସେହି ପରି ଗୋଟିଏ ଜିନିଷ ହେଉଛି ଅସରପା। ଅସରପା ପାଇଁ ବହୁତ ଲୋକ ଚିନ୍ତା ରେ ରହୁଛନ୍ତି କାରଣ ଅସରପା ତାଙ୍କର ଖାଦ୍ୟ ରେ ପଡିଯିବା ଦ୍ୱାରା ସେମାନେ ରୋଗ ଗ୍ରସ୍ତ ହୋଇପାରନ୍ତି କିମ୍ବା ଅସରପା ଲୋକ ମାନଙ୍କ ର ପୋଷାକ ପତ୍ର ମଧ୍ୟ କଣା କରିଦେଇଥାଏ। ଖାସ କରି ଝିଅ ମାନେ ଓ ମହିଳା ମାନେ ଅସରପା କୁ ବହୁତ ଡରିଥାନ୍ତି। ଅସରପା ପାଇଁ ଘର ସବୁବେଳେ ଅପରିଷ୍କାର ରହିଥାଏ।

ଅସରପା କୁ ଘରୁ ବାହାର କରିବା ପାଇଁ ବଜାର ରେ ବିଭିନ୍ନ ପ୍ରକାର ଔଷଧ ସ୍ପ୍ରେ ମିଳିଥାଏ। କିନ୍ତୁ ଏଥିରେ କେମିକାଲ ର ମାତ୍ରା ବହୁତ ଅଧିକ ରହିଥାଏ। ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ। କିନ୍ତୁ ପ୍ରକୃତି ରେ ଏପରି କିଛି ଜିନିଷ ଅଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହାନଇକାରକ ହୋଇ ନ ଥାଏ ଓ ଏଥିରୁ କିଛି ବିଷଆକ୍ତ ଗ୍ୟାସ ମଧ୍ୟ ବାହାରି ନ ଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଠିକ ସେହି ପରି ଏକ ପ୍ରାକୃତିକ ଉପାୟ ଵିଷୟ ଜଣାଇବାକୁ ଯାଉଛୁ। ତେବେ ଆସନ୍ତୁ ସେହି ଵିଷୟ ରେ ସମ୍ପୂର୍ଣ୍ଣ ଭାବରେ ଜାଣିବା।

ବନ୍ଧୁଗଣ ଏହି ଉପାୟ କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କିଛି କର୍ପୁର ନିଅନ୍ତୁ। ଆପଣ ପୂଜା କରୁଥିବା କର୍ପୁର କୁ ହିଁ ନେବେ।ଏହା ଆପଣଂକୁ ଅତି ସହଜ ରେ ନିକଟସ୍ଥ ତେଜ ରାତି ଦୋକାନ କିମ୍ବା ପୂଜା ଦୋକାନ ରେ ମିଳିଯିବ। କର୍ପୁର ର ବାସ୍ନା ଆମକୁ ତ ବହୁତ ଭଲ ଲାଗିଥାଏ କିନ୍ତୁ ଅସରପା କୁ ବିଲକୁଲ ବି ଭଲ ଲାଗି ନ ଥାଏ।

ଏହା ସହିତ ଆପଣ ଧୂପକାଠି ନେବେ।କାରଣ ଧୂପ କାଠି ର ବାସ୍ନା ରେ ଅସରପା ପାଖକୁ ଆସିଥାଏ କିନ୍ତୁ ଏହାପରେ କର୍ପୁର ବାସ୍ନା ପାଇବା ପରେ ସେ ବହୁତ ଦୂର କୁ ଚାଲି ଯାଇଥାଏ।ଧୂପକାଠି ଆପଣଂକୁ ଅତି ସହଜ ରେ ନିକଟସ୍ଥ ତେଜରାତି ଦୋକାନ କିମ୍ବା ପୂଜା ସାମଗ୍ରୀ ଦୋକାନ ରେ ମିଳିଯିବ।

ବର୍ତ୍ତମାନ ଏହାକୁ କିପରି ପ୍ରସ୍ତୁତ କରିବେ ସେ ବିଷୟରେ ଜାଣିବା।ବନ୍ଧୁଗଣ ପ୍ରଥମେ କିଛି କର୍ପୁର କୁ ହାତ ରେ ପୁରା ଗୁଣ୍ଡ କରିଦେବେ।ଏହା ପରେ ଧୂପକାଠି କୁ ମଧ୍ୟ ତାହାର କାଠି ରୁ ଅଲଗା କରି ଗୁଣ୍ଡ କରିଦେବେ।ଏହା ଦ୍ଵାରା ଆପଣଂକୁ କିଛି ବି କୁ ପ୍ରଭାବ ପଡିବ ନାହିଁ।ରହ ପରେ ଏକ କପ ରେ ପାଣି ନେଇ ଗୁଣ୍ଡ ହୋଇଥିବା ଧୂପ କାଠି ଓ କର୍ପୁର କୁ ଏକ ସହିତ ପକାଇ ପ୍ରାୟ ଦୁଇ ରୁ ତିନି ଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ।ଏହା ଦ୍ୱାରା କର୍ପୁର ଓ ଧୂପ ର ସମସ୍ତ ବାସ୍ନା ପାଣି ରେ ମିଶିଯିବ।ଏହାକୁ ବନେଇବା ପାଇଁ ଆମକୁ ବେଶୀ କିଛି ପରିଶ୍ରମ କରିବାକୁ ପଡିବ ନାହିଁ।

ଏହା ପରେ ସେହି ପାଣି କୁ ଭଲ ଭାବରେ ଛାଣି ଦିଅନ୍ତୁ।ଏପରି ଛାଣନ୍ତୁ ଯେପରି କିଛି ବି ଗୁଣ୍ଡ ପାଣି ରେ ରହିବ ନାହିଁ।ଏହା ପରେ ସେହି ପାଣି କୁ ଏକ ଫନେଲ ଦ୍ୱାରା ସ୍ପ୍ରେ ବୋତଲ ରେ ଭର୍ତ୍ତି କରନ୍ତୁ।ଏହା ପରେ ଆପଣଙ୍କ ଘରେ ଯେଉଁ ସ୍ଥାନ ରେ ଅସରପା ଦେଖା ଯାଉଛନ୍ତି ସେହି ସ୍ଥାନ ରେ ସ୍ପ୍ରେ କରି ଦିଅନ୍ତୁ .

ସ୍ପ୍ରେ କରିବା ପରେ ଆପଣ ଏହାର ପ୍ରଭାବ ବହୁତ ଶୀଘ୍ର ଦେଖିବାକୁ ପାଇବେ।ଏହା ପରେ ଆପଣଙ୍କ ଘରେ ଆପଣ ଗୋଟେ ବି ଅସରପା ଆଉ ଆପଣ ଦେଖିବାକୁ ପାଇବେ ନାହିଁ।ଏହାକୁ ଆପଣ କିଛି ଦିନ ବ୍ୟବଧାନ ରେ ଆପଣଙ୍କ ଘରେ ସ୍ପ୍ରେ କରିପାରିବେ।ତେବେ ବନ୍ଧୁଗଣ ଯଦି ଆପଣଙ୍କ ଘରେ ଅସରପା ହେଉଛନ୍ତି ତେବେ ଏହାକୁ ନିଶ୍ଚିତ ବ୍ୟବହାର କରନ୍ତୁ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *