Breaking News: ବେକାବୁ ହେଉଛି Omicron ! ଲକଡାଉନ ଓ ସଟଡାଉନ ପାଇଁ ଇସାରା ଦେଲେ ମନ୍ତ୍ରୀ, ଦେଖନ୍ତୁ ସେ କଣ କହିଲେ ?

ନୂତନ ବର୍ଷ ଆରମ୍ଭ ହେଉ ହେଉ ଲୋକମାନଙ୍କ ମଧ୍ୟରେ ଓମିକ୍ରନକୁ ନେଇ ଭୟ ସୃଷ୍ଟି ହୋଇ ଯାଇଛି । ଦେଶରେ ବର୍ତ୍ତମାନ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୁଦ୍ଧି ହେବାରେ ଲାଗିଛି । ଏହୀ ଏତେ ଭୟଙ୍କର ଅଟେ କି ଦେଖୁ ଦେଖୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ଏମିତିରେ ଏହାକୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି ।

ଏହା ମଧ୍ୟରେ ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି କି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଯେଉଁ ହିସାବରେ ଦ୍ରୁତ ଗତିରେ ବୁଦ୍ଧି ପାଉଛି ତାକୁ ରୋକିବା ପାଇଁ ଲକଡାଉନ ଓ ସଟଡାଉନ ହିଁ ଏକ ମାତ୍ର ଉପାୟ ଅଟେ । ଯେମିତି କି କରୋନାର ଦ୍ଵିତୀୟ ଲହରୀ କାରଣରୁ ଦେଶରେ ଲକ୍ଷ ଲକ୍ଷ ଲୋକମାନଙ୍କ ଦେହାନ୍ତ ହେଲା ବର୍ତ୍ତମାନର ପରିସ୍ଥିତି ଦେଖି ଲାଗୁଛି କି ଆଗକୁ ବି ଏହିଭଳି କିଛି ହୋଇପାରେ ।

କେବଳ ଭାରତ ନୁହେଁ ବିଶ୍ଵର ବଡ ବଡ ଦେଶ ବି ଓମିକ୍ରନକୁ ନେଇ ଚିନ୍ତିତ ଅଛନ୍ତି ଓ ଏଥିରୁ ବଞ୍ଚିବା ପାଇଁ ସମସ୍ତ ପ୍ରକାରର ସୁରକ୍ଷା ପଦକ୍ଷେପ ନେଉଛନ୍ତି । ଏହା ମଧ୍ୟରେ ଓମିକ୍ରନକୁ ଅଟକାଇବା ପାଇଁ ଭାରତ ସହ ବହୁତ ଦେଶ ଜନତାଙ୍କୁ ବୁଷ୍ଟର ଡୋଜ ଦେବା ପାଇଁ ଚିନ୍ତା କରୁଛନ୍ତି । କିନ୍ତୁ ମହାରାଷ୍ଟ୍ରର ମନ୍ତ୍ରୀ କହିଲେ କି ଟୀକା ନବା ପରେ ବି କରୋନା ହେଉଛି, ଏମିତିରେ ଲକଡାଉନ ଓ ସଟଡାଉନ ହିଁ ଓମିକ୍ରନକୁ ରୋକି ପାରିବ ।

ସୂଚନା ଅନୁସାରେ ମହାରାଷ୍ଟ୍ର ବିପର୍ଯୟ ପରିଚାଳନ ମନ୍ତ୍ରୀ Vijay Namdevrao Wadettiwar ଲକଡାଉନ ହୋଇପାରେ ବୋଲି ପରୋକ୍ଷ ଭାବରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଲେ କି ଲକଡାଉନ ଓ ସଟଡାଉନ ନେଇ ଆମେ ପ୍ରସ୍ତାବ ଦେଇଛୁ । କିନ୍ତୁ ଏହି ପ୍ରସ୍ତାବକୁ ନେଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଶେଷ ନିଷ୍ପତି ନେବେ । ଆପଣଙ୍କୁ କହିଦେଉଛୁ କି ମହାରାଷ୍ଟ୍ରରେ ଓମିକ୍ରନର ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି ।

ଯାହାକୁ ନେଇ କେବଳ ମହାରାଷ୍ଟ୍ର ନୁହେଁ ବର୍ତ୍ତମାନ ପୁରା ଦେଶରେ ଜନତାଙ୍କ ମନରେ ବିଭିନ୍ନ ପ୍ରକାରର ଭୟ ସୃଷ୍ଟି ହେଉଛି । କାରଣ ଦ୍ଵିତୀୟ ଲହରରେ ମହାରାଷ୍ଟ୍ରରେ ବହୁତ ଲୋକ ନିଜର ପ୍ରାଣ ହରାଇ ଥିଲେ । ଓମିକ୍ରନ ଉପରେ ରୋକ ଲଗାଇବା ପାଇଁ ଲକଡାଉନ ଓ ସଟଡାଉନ ବହୁତ ଜରୁରୀ ଅଟେ ।ସୂଚନା ଅନୁସାରେ ମହାରାଷ୍ଟର ସରକାର ଓମିକ୍ରନ ପାଇଁ ନୂଆ ନିୟମ ଲାଗୁ କରିଛନ୍ତି ।

ଯେମିତି କି କୌଣସି ବି ସ୍ଥାନରେ ୫୦ରୁ ଅଧିକ ଲୋକମାନେ ଏକାଠି ହୋଇ ପାରିବେ ନାହିଁ । ବିବାହ, ସାମାଜିକ, ରାଜନୈତିକ, ଧାର୍ମିକ ଅନୁଷ୍ଠାନରେ ୫୦ ରୁ ବି ଅଧିକ ଲୋକମାନେ ଯୋଗ ଦେଇ ପାରିବେ ନାହିଁ । ଏହା ମଧ୍ୟରେ ଲକଡାଉନ ଓ ସଟଡାଉନ କଥା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସମସ୍ତଙ୍କ ନଜର ମହାରାଷ୍ଟ୍ର ଉପରେ ଅଛି ।

Leave a Reply

Your email address will not be published. Required fields are marked *