Pakistan PM Imran Khan କଲେ ଭାରତର ପ୍ରଶଂସା, କଣ କହିଲେ ଦେଖନ୍ତୁ…

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ୨୫ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବରଟି ଏବେ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି । ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ଭାରତର ପ୍ରଶଂସାରେ ଶତମୁଖ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ସ୍ଵାଧୀନ ବିଦେଶ ନୀତିକୁ ପ୍ରଶଂସା କରିବା ସହିତ ତାହା ଲୋକଙ୍କ ପାଇଁ ବୋଲି କହିଛନ୍ତି । ଫକ୍ତୁଆନାରେ ଏକ ଜନସଭାକୁ ଉଦ୍ବୋଧନ ଦେଇ ଇମ୍ରାନ କହିଛନ୍ତି ଯେ, ମୁ ହିନ୍ଦୁସ୍ତାନକୁ ସାବାସି ଦେଉଛି କାରଣ ସେମାନଙ୍କର ସର୍ବଦା ସ୍ଵାଧୀନ ବିଦେଶ ନୀତି ରହିଛି ।

ଭାରତ ସହ ଆମେରିକାର ସମ୍ପର୍କ ଭଲ ରହିଛି । ଏତେ କଟକଣା ସତ୍ବେ ସେମାନେ ଋଷ ଠାରୁ ତେଲ ଆଣୁ ଛନ୍ତି କାରଣ ସେମାନଙ୍କର ନୀତି କେବଳ ଲୋକଙ୍କ ହିତ ପାଇଁ । ନିଜ ଦଳର ବିଧାୟକ ମାନଙ୍କ ପଟ ପରିବର୍ତ୍ତନ ଓ ବିରୋଧୀ ଦଳର ଅନସ୍ଥା ପ୍ରସ୍ତାବ ଆଗତ ହେବା ପରେ ଇମ୍ରାନଙ୍କ ଆସନ ଟଳମଳ ହେଉଛି । ଆସନ୍ତା 25 ତାରିଖରେ ପାକ ସଂସଦ ଭୋଟିଂ ହେବ ଏ ଭିତରେ ସେ ଭାରତର ପ୍ରଶଂସା କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ବନ୍ଧୁଗଣ ଇମ୍ରାନଙ୍କ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ଅଛି । ଆମ ଭାରତୀୟ ଲୋକମାନେ ମଧ୍ୟ ଏହି ଭିଡିଓକୁ ଦେଖି ବେସ ଖୁସି ହୋଇଛନ୍ତି ଓ ଭାରତୀୟ ହେବାରୁ ଗର୍ବ ଅନୁଭବ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *