TV ଇଣ୍ଡଷ୍ଟ୍ରିର ଏହି ଫେମସ Actor କେବେ Rati Pandey ଙ୍କୁ ବିବାହ କରିବା ପାଇଁ ଦେଇଥିଲେ କଥା, କିନ୍ତୁ ଧୋକା ଦେଇ ବାହା ହେଇଗଲେ ଆଉ କାହାକୁ

ସାଙ୍ଗମାନେ କେବେ ହିଟଲର୍ ହୋଇ କେବେ ନୂପୂର୍ ଚରିତ୍ରରେ ଅଭିନୟ କରି ଦର୍ଶକମାନଙ୍କର ବହୁତ ମନୋରଞ୍ଜନ କରିଥିବା ଅଭିନେତ୍ରୀ ରତି ପାଣ୍ଡେ ଲୋକପ୍ରିୟ ଅଭିନେତ୍ରୀ ହୋଇ ସାରିଛନ୍ତି । ଯିଏ ପ୍ରଫେସନାଲ ଜୀବନରେ ଯେତିକି ଲାଇମ ଲାଇଟ ରେ ରୁହନ୍ତି ସେତିକି ବାସ୍ତବ ଜୀବନରେ । ଆପଣଙ୍କ ପ୍ରିୟ ଅଭିନେତ୍ରୀ ରତି ପାଣ୍ଡେ ନିଜ ଜୀବନରେ ଏମିତି ଗୋଟେ ସାଥୀ ବାଛି ଥିଲେ ଓ ତାଙ୍କ ସମ୍ପର୍କ ସମସ୍ତଙ୍କ ସାମ୍ନାକୁ ମଧ୍ୟ ଆସିଥିଲା କିନ୍ତୁ ସେ ରତି ପାଣ୍ଡେ ଙ୍କୁ ଛାଡି ଆଉ ଜଣକୁ ବାହା ହେଇ ଗଲେ । ଚାଲନ୍ତୁ ଜାଣିବା ସେହି ସବୁ ବିଷୟରେ ।

୧୯୮୨ ମସିହା ୧୧ ସେପ୍ଟେମ୍ବରରେ ଆସାମରେ ଜନ୍ମ ହୋଇଥିବା ରତି ପାଣ୍ଡେ ସେଠାରୁ ପଢା ସାରିବା ପରେ ମୁମ୍ବାଇ ରେ ୨୦୦୬ ମସିହାରେ ଜି ଟିଭିର ରୀୟାଲିଟି ସୋ ଆଇଡଲ୍ ଜୀ ସିନେ ଷ୍ଟାର ରୁ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ତାଙ୍କୁ ହର୍ ଘର କୁଚ୍ଛ୍ କେହତା ହେ ରେ ଅଭିନୟ କରିବାର ସୁଯୋଗ ମିଳିଥିଲା ।

ଏହି ସିରିଏଲ୍ ରେ ଦର୍ଶକ ତାଙ୍କୁ ବହୁତ ପସନ୍ଦ କରିଥିଲେ । ତାପରେ ମିଲେ ଜବ୍ ହମ୍ ତୁମ୍ ଓ ବେଗୁସରାଇ ସିରିଏଲ୍ ରେ ତାଙ୍କୁ ଦେଖିବାକୁ ମିଳିଥିଲା । ଆଜି ବି ସେ ଅଭିନୟ ଯାତ୍ରାକୁ ଜାରି ରଖିଛନ୍ତି, ସେ ବର୍ତ୍ତମାନ ତେନାଲି ରାମା ସିରିଏଲ୍ ରେ ନଜର ଆସୁଛନ୍ତି।

କିଏ ସେହି ଅଭିନେତା ଯିଏ ରତି ପାଣ୍ଡେଙ୍କ ସହ ସାତ ଜନ୍ମ ରହିବ ପାଇଁ କଥା ଦେଇଥିଲେ । ସିଏ ହେଉଛନ୍ତି ସିରିଏଲ୍ ଦିୟା ଅର୍ ବାତି ହମ୍ ର ଅନସ ରସିଦ୍ । ସେ ରତି ପାଣ୍ଡେଙ୍କ ସହ ବିବାହ କରିବାର କଥା ଦେଇଥିଲେ କିନ୍ତୁ ସେ ନିଜ କଥା ରଖିଲେ ନାହିଁ ଓ ଆଉ ଜଣଙ୍କୁ ବାହା ହେଇଗଲେ । ଏହି ଦୁଇଜଣ କେବେ ଏକା ସହ ଅଭିନୟ କରି ନାହାନ୍ତି ।

ମୁମ୍ବାଇର ଗୋଟେ ଆପାର୍ଟମେଣ୍ଟରେ ରହିବା ଯୋଗୁଁ ତାଙ୍କ ସମ୍ପର୍କ ଗଢି ଉଠିଥିଲା । ଦୁଇଜଣ ସାଙ୍ଗ ହେବା ପରେ ବି ଦୁହେଁ ଦୁହିଁଙ୍କୁ ଭଲ ପାଇଥିଲେ । ସେ ରତି ପାଣ୍ଡେଙ୍କ ସାଙ୍ଗରେ ଘର ବସାଇବା ପାଇଁ କଥା ମଧ୍ୟ ଦେଇଥିଲେ । କିନ୍ତୁ ସେ ତାଙ୍କ କଥା ନରଖି ହୀନା ଇକବାଲ୍ ଙ୍କ ସହିତ ୨୦୧୭ ମସିହାରେ ବିବାହ କରିଥିଲେ ।

ଅନସ୍ ତାଙ୍କ ଘର ଲୋକଙ୍କ ଇଛାରେ ବାହା ହୋଇଥିଲେ ଓ ରତି ପାଣ୍ଡେଙ୍କ ଠାରୁ ଦୂରେଇ ଯାଇଥିଲେ ଓ ହିନାଙ୍କୁ ଜୀବନସାଥୀ କରିଥିଲେ, ତାଙ୍କର ଗୋଟେ ଝିଅ ହୋଇସାରିଛି । ରତି ପାଣ୍ଡେ ବର୍ତ୍ତମାନ ମୁମ୍ବାଇରେ ରହି ତାଙ୍କ ଅଭିନୟ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ରତି ପାଣ୍ଡେ କିପରି ଲାଗନ୍ତି ଓ ତାଙ୍କ ଅଭିନୟ ଆପଣଙ୍କୁ କେମିତି ଲାଗେ ଆମକୁ ନିଶ୍ଚୟ କମେନ୍ଟ ମାଧ୍ୟମରେ ଜଣାଇବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *