ଅସମ୍ଭବ କୁ ସମ୍ଭବ କରି ଆଗକୁ ବାଢୁଛନ୍ତି “ଏକ ଜିସ୍ମ ଦୋ ଜାନ” ନାମରେ ଫେମସ ଥିବା ସୋହଣା ଓ ମୋହଣା…ପୁରା କାହାଣୀ ଜାଣିଲେ ଆପଣ ବି କରିବେ ପ୍ରଶଂସା

ବନ୍ଧୁଗଣ ଅସମ୍ଭବ ଶବ୍ଦଟି ଶୁଣିବାକୁ ଅତି କଠୋର ଲାଗିଥାଏ । ହେଲେ ବନ୍ଧୁଗଣ ଜୀବନରେ ସମ୍ଭବ ଶବ୍ଦର ମହତ୍ଵ ସେତେବେଳେ ରଖାଯାଏ ଯେତେବେଳେ ମଣିଷ ଏକ ଅସମ୍ଭବ କାମକୁ କରିପାରୁ ଥିବ ସେ କେବେବି ହାର ମାନୁ ନଥିବ ।

ଯିଏ ଅସମ୍ଭବକୁ ସମ୍ଭବ କରିଦିଏ ସେ ନିଜ ଜୀବନରେ ପ୍ରସିଦ୍ଧି ହାସଲ କରିଥାଏ । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଖବର ବିଷୟରେ କହିବୁ ଯାହା ବିଷୟରେ ଜାଣିଲା ପରେ ଆପଣ ଭାବିବେ ଏହି ଦୁନିଆରେ କୌଣସି କାମ ଅସମ୍ଭବ ନୁହେଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

କିଛି ଶିଶୁ ଏମିତି ଥାନ୍ତି ଯେଉଁ ମାନେ ନିଜ ମା ପେଟରୁ ଆବନର୍ମାଲ ହୋଇ ଜନ୍ମ ନେଇଥାନ୍ତି । ସାଧାରଣତଃ ଏହି ଛୁଆ ମାନେ ଅଧିକ ବର୍ଷ ବଞ୍ଚି ନଥାନ୍ତି । ହେଲେ ଗତ କିଛି ଦିନ ହେବ ଏକ ଶରୀରର ଓ ଦୁଇଟି ଜୀବନ ଥିବା ଦୁଇ ଭାଇ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରହୁଛନ୍ତି । ଗୋଟିଏ ଶରୀର ଓ ଦୁଇଟି ଜୀବନ ଥିବା ଏହି ଦୁଇ ଭାଇଙ୍କୁ ଦେଖି ଅଧିକାଂଶ ଲୋକ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପଞ୍ଜାବ ଅମୃତସରର ସୋହଣା ମୋହଣାଙ୍କ ବିଷୟରେ କହିବାକୁ ଯାଉଛୁ । ଏହି ଦୁଇଜଣ ଆଜିକୁ ୧୮ ବର୍ଷର ହୋଇସାରିଛନ୍ତି । ଏହି ଦୁଇଜଣ ଇଲେକ୍ଟ୍ରିକାଲ ଡିପ୍ଲୋମା କରିବା ପରେ ପଞ୍ଜାବ ପାବାର ଅଫିସରେ ଆବେଦନ କରିଛନ୍ତି । ହେଲେ ସେମାନଙ୍କୁ ଦିବ୍ୟାଙ୍ଗତା ପ୍ରମାଣ ପତ୍ର ମିଳି ପାରୁ ନାହିଁ । କାରଣ ଗୋଟେ ଶରୀର ଓ ଦୁଇଟି ଜୀବନ ଥିବା ମଣିଷଙ୍କୁ ଦିବ୍ୟାଙ୍ଗତା ପାଇଁ ପ୍ରମାଣ ପତ୍ର ଜାରି କରିବାର ପ୍ରାବଧାନ ନାହିଁ ।

ସୋହଣା- ମୋହଣା ପଞ୍ଜାବ ପାବର ଅଫିସରେ ଜୁନିୟର ଇଞ୍ଜିନିୟର ରୂପେ କାମ କରିବା ପାଇଁ ଦୁଇଟି ଅଲଗା ଅଲଗା ପୋଷ୍ଟରେ ଆବେଦନ କରିଛନ୍ତି । ବର୍ତ୍ତମାନ ପାବର ଅଫିସ ଏହା ବୁଝି ପାରୁ ନାହିଁ ଯେ, ସେହି ଆବେଦନକୁ ସେ କେମିତି ଗ୍ରହଣ କରିବେ । କାରଣ ଯଦି ଜଣକୁ ଚାକିରି ଦିଆଯିବ ତା ହେଲେ ଅନ୍ୟ ଜଣ ମଧ୍ୟ ତା ସହିତ ଅଫିସ ଆସିବ । ଦୁଇଜଣଙ୍କ ପାଇଁ ଗୋଟିଏ ପୋଷ୍ଟ ଦେବା ଉଚିତ ନା ଅଲଗା ଅଲଗା ପୋଷ୍ଟ ସେଥିପାଇଁ ପାବାର ଅଫିସ ଚିନ୍ତାରେ ଅଛି ।

ସୋହଣା-ମୋହଣା ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ବଡ ହୋଇଛନ୍ତି । ଏହି ଦୁଇଜଣ ଯେତିକି କଷ୍ଟ କରିଛନ୍ତି ସେମାନଙ୍କୁ ସରକାରୀ ଚାକିରି ମିଳିପାରେ । ଏହି ଦୁଇଜଣ ବର୍ତ୍ତମାନ ଦିବ୍ୟାଙ୍ଗତା ସାର୍ଟିଫିକେଟ ବନେଇବା ପାଇଁ ଚାହୁଁ ଛନ୍ତି । ହେଲେ ବହୁତ କଷ୍ଟ କରି ମଧ୍ୟ ତାଙ୍କୁ ସେହି ସାର୍ଟିଫିକେଟ ମିଳି ପାରୁ ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇ ଭାଇଙ୍କ ଜୀବନ କାହାଣୀ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *