Health Tips- ଗୋଟେ ରାତିରେ ଆଣ୍ଠୁ ଗଣ୍ଠି ବିନ୍ଧା ଏକଦମ ଗାୟବ ହେଇଯିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଆଣ୍ଠୁ ଏବଂ ଗଣ୍ଠି ବିନ୍ଧା ଭଳି ସମସ୍ୟା ତୁରନ୍ତ ଦୂର ହୋଇଯିବ ।

ବନ୍ଧୁଗଣ ପୂର୍ବତନ କାଳରେ ବୃଦ୍ଧ ବ୍ୟକ୍ତି ମାନଙ୍କ ଶରୀରରେ ଏହି ହାଡ଼ ଜନିତ ସମସ୍ୟା ଯଥା ଆଣ୍ଠୁ ବିନ୍ଧା ଏବଂ ଗଣ୍ଠି ବିନ୍ଧା ଭଳି ସମସ୍ୟା ଦେଖିବାକୁ ମିଳୁଥିଲା । ଦୀର୍ଘ ବର୍ଷ ବୟସ ଅର୍ଥାତ ୬୦ ବର୍ଷ ଉର୍ଦ୍ଧ୍ବ ବୟସ ପରେ ଏହି ସବୁ ସମସ୍ୟା ଦେଖା ଯାଉଥିଲା । କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏହି ସମସ୍ୟା କମ ବୟସ ରୁ ହିଁ ଦେଖିବାକୁ ମିଳୁଛି ।

ଏହାର ମୁଖ୍ୟ କାରଣ ହେଉଛି ବର୍ତ୍ତମାନ ସମୟରେ ଲୋକମାନେ ଶାରୀରିକ ପରିଶ୍ରମ ବହୁତ କମ ମାତ୍ରାରେ କରୁଛନ୍ତି ଏବଂ ଯେଉଁ କାରଣରୁ ଏହି ସମସ୍ୟା ଦେଖିବାକୁ ମିଳୁଛି । ଏହା ସହିତ ନିୟମିତ ଭାବରେ ଖାଦ୍ୟପେୟ ନହେବା ଦ୍ୱାରା କ୍ୟାଲସିୟମ ଅଭାବ ରୁ ମଧ୍ୟ ଆଣ୍ଠୁ ଓ ଗଣ୍ଠି ବିନ୍ଧା ଭଳି ସମସ୍ୟା ଦେଖା ଯାଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ ଶରୀରରେ ହେଉଥିବା ଏହି ଆଣ୍ଠୁ ଗଣ୍ଠି ସମସ୍ୟା ତୁରନ୍ତ ଦୂର ହୋଇଯିବ । ତେବେ ଆସନ୍ତୁ ଏହି ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣଙ୍କୁ ମାତ୍ର ଗୋଟିଏ ସାମଗ୍ରୀ ର ଆବଶ୍ୟକତା ରହିଛି । ତାହା ହେଉଛି ପିଜୁଳୀ ପତ୍ର । ଏହା ଆପଣଙ୍କୁ ଅତି ସହଜରେ ମିଳିଯିବ । ପିଜୁଳି ପତ୍ର ରେ କିଛି ଏଭଳି ପୋଷକ ତତ୍ତ୍ୱ ରହିଥାଏ ଯାହା ଆମ ଶରୀରର ଆଣ୍ଠୁ ଏବଂ ଗଣ୍ଠି ର ହାଡ଼ କୁ ମଜବୁତ କରିଥାଏ । ଯେଉଁ କାରଣରୁ ଆଣ୍ଠୁ ଓ ଗଣ୍ଠି ବିନ୍ଧା ଭଳି ସମସ୍ୟା ଦେଖିବାକୁ ମିଳିନଥାଏ ।

୨. ତେବେ ଏହି ଉପଚାର ପ୍ରସ୍ତୁତ କରିବା ନିମନ୍ତେ ଆପଣ ସର୍ବ ପ୍ରଥମେ କିଛି ପିଜୁଳି ପତ୍ର ସଂଗ୍ରହ କରନ୍ତୁ । ଏହାପରେ ପତ୍ର କୁ ଗୋଟି ଗୋଟି କରି ଛିଣ୍ଡାଇ ରଖନ୍ତୁ ଏବଂ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହାପରେ ଏହି ପିଜୁଳି ପତ୍ର କୁ ବାଟି ଦିଅନ୍ତୁ ଅଥବା ଗ୍ରାଇଣ୍ଡର ରେ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡିଙ୍ଗ କରି ଏହାର ଏକ ଫାଇନ୍ ପେଷ୍ଟ ପ୍ରସ୍ତୁତ
କରନ୍ତୁ ।

୩. ଏହାପରେ ଆପଣ ଗ୍ୟାସ ରେ ଏକ ପାତ୍ର ବସାନ୍ତୁ ଏବଂ ଏହି ପିଜୁଳି ପତ୍ର ର ପେଷ୍ଟ କୁ ସେଥିରେ ପକାଇ ଗ୍ୟାସ ଅନ୍ କରି ହାଲକା ଗରମ କରନ୍ତୁ । ପାଖାପାଖି ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଏହି ପିଜୁଳି ପତ୍ର କୁ ଗରମ କରନ୍ତୁ ଏବଂ ଗ୍ୟାସ ଅଫ୍ କରି ଏହାକୁ ଅନ୍ୟ ଏକ ପାତ୍ର ରେ କାଢ଼ି ରଖନ୍ତୁ ।

୪. ଏହି ପିଜୁଳି ପତ୍ର ର ପେଷ୍ଟ କୁ ଆପଣ ନିଜ ଶରୀରର ଆଣ୍ଠୁ ଓ ଗଣ୍ଠି ପାଖରେ ଯେଉଁ ସ୍ଥାନରେ ଯନ୍ତ୍ରଣା ହେଉଛି ସେହି ସ୍ଥାନରେ ଭଲ ଭାବରେ ଲଗାଇ ଥାପି ଦିଅନ୍ତୁ । ଏହାପରେ ଏକ ସଫା କପଡା ନେଇ ସେହି ସ୍ଥାନ ରେ ବାନ୍ଧି ଦିଅନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହାକୁ ପ୍ରୟୋଗ କରନ୍ତୁ ଏବଂ ରାତିସାରା ଯନ୍ତ୍ରଣା ହେଉଥିବା ସ୍ଥାନରେ ପିଜୁଳି ପତ୍ର ର ପେଷ୍ଟ ଲଗାଇ କପଡ଼ା ରେ ବାନ୍ଧି ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କୁ ଆରାମ ମିଳିଥାଏ ।

ବନ୍ଧୁଗଣ ଏହି ଘରୋଇ ଉପଚାର ବହୁ ପୂରାତନ ଏବଂ ପରୀକ୍ଷିତ ଅଟେ । ତେଣୁ ଏହାକୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହାର ଚମତ୍କାରୀ ଫାଇଦା ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପ୍ରାପ୍ତ ହେବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *