‘I am Sorry ମା’, ଗେମ ରେ 40,000 ହାରିଗଲି, ତୁମେ କାନ୍ଦିବନି’ ଲେଖି ଫାଶି ଫନ୍ଦାରେ ଝୁଲି ପଡିଲା 13 ବର୍ଷ ର ପିଲାଟି

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମା ବାପା ଚାହାଁନ୍ତି ଯେ ତାଙ୍କ ଛୁଆ ପାଠ ପଢାରେ ଅଧିକ ଧ୍ୟାନ ଦେବ ଓ ସମୟର ମୂଲ୍ୟ ରଖିବ । ଛୁଆ ମାନଙ୍କ ପାଇଁ ପାଠ ପଢା ଯେତେ ଆବଶ୍ୟକ ସେତିକି ଖେଳ କୁଦ ମଧ୍ୟ ଆବଶ୍ୟକ । ହେଲେ ବର୍ତ୍ତମାନର ସମୟରେ ଅଧିକାଂଶ ଛୁଆ ମୋବାଇଲ ଫୋନରେ ଦିନ ରାତି ଗେମ ଖେଳୁ ଛନ୍ତି ।

ଛୁଆ ମାନଙ୍କୁ ମୋବାଇଲରେ ଗେମ ଖେଳିବାକୁ ବହୁତ ଭଲ ଲାଗେ । ମା ବାପାଙ୍କ ଠାରୁ ଲୁଚି ଘଣ୍ଟା ଘଣ୍ଟା ଧରି ସେମାନେ ମୋବାଇଲରେ ଗେମ ଖେଳନ୍ତି । ଏମିତି ଗେମ ଖେଳିବାର ନି-ଶା ମଧ୍ୟ ପ୍ରଦେଶ ଛତରପୁର ଜିଲ୍ଲାରେ ଥିବା ୧୩ ବର୍ଷର କୃଷ୍ଣାର ମଧ୍ୟ ଥିଲା । ଆଜି ଆମେ ଆପଣ ମାନଙ୍କୁ ଏହି ଛୋଟ ଛୁଆ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଛୋଟ ଛୁଆ ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ, ଲକଡାଉନରେ କୃଷ୍ଣା ନିଜ ମା ଫୋନରେ ଅନଲାଇନ କ୍ଳାସ କରୁଥିଲା । ହେଲେ ଲୁଚିକି ସେ ଗେମ ମଧ୍ୟ ଖେଳୁଥିଲା । କିଛି ଦିନ ଗେମ ଖେଳିବା ପରେ ସେ ସେହି ଗେମରେ ଟଙ୍କା ଲଗାଇବା ଆରମ୍ଭ କରିଲା । କୃଷ୍ଣାକୁ ‘ଫ୍ରି ଫାୟାର’ ଗେମ ଖେଳିବାକୁ ବହୁତ ଭଲ ଲାଗୁଥିଲା । ହେଲେ ସେହି ଗେମ ଚକ୍କରରେ ସେ ୪୦ ହଜାର ଟଙ୍କା ଲଗାଇ ହାରି ଯାଇଥିଲା । ସେହି ଟଙ୍କା ତା ମାଙ୍କ ବ୍ୟାଙ୍କରୁ ସେ ଗେମରେ ଲଗାଇଥିଲା ।

ଯେତେବେଳେ ମା ଫୋନକୁ ବ୍ୟାଙ୍କର ଏକ ମେସେଜ ଆସିଲା ସେତେବେଳେ ସେ ତୁରନ୍ତ ନିଜ ପୁଅକୁ ଫୋନ କରିଥିଲେ । ପୁଅ କହିଲା, ତାଙ୍କ ଟଙ୍କା ‘ଫ୍ରି ଫାୟାର’ ଗେମରୁ କଟି ଯାଇଛି। ଏହା ଜାଣିବା ପରେ ମା ବହୁତ ରାଗି ଗଲେ ଓ ସେ ତାଙ୍କ ପୁଅକୁ ବହୁତ କଥା ଶୁଣେଇ ଦେଲେ । ମା କଥା ଶୁଣି କୃଷ୍ଣା ଏତେ ଡିପ୍ରେସନକୁ ଆସିଗଲା ଯେ, ସେ ନିଜ ବେକରେ ଫନ୍ଦା ଲଗାଇ ଆ-ତ୍ମ-ହ-ତ୍ୟା କରିଲା ।

ଆ-ତ୍ମ-ହ-ତ୍ୟା କରିବା ପୂର୍ବରୁ ସେ ଗୋଟେ ସୁ-ସା-ଇ-ଡ ନୋଟ ମଧ୍ୟ ଲେଖିଥିଲା । ସେହି ସୁ-ସା-ଇ-ଡ ନୋଟ ବିଷୟରେ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଝରିଯିବ । ସାଗର ରୋଡରେ ରହୁଥିବା କୃଷ୍ଣା ବିବେକ ପାଣ୍ଡେ ଓ ପ୍ରୀତି ପାଣ୍ଡେଙ୍କ ଏକ ମାତ୍ର ପୁଅ ଅଟନ୍ତି । ବାପା ମା ଉଭୟ ଚାକିରି କରୁଥିଲେ । କୃଷ୍ଣା କେବଳ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲା ତାର ଏକ ଭଉଣୀ ମଧ୍ୟ ଥିଲା । ଗତ ଶୁକ୍ରବାର ଖରାବେଳ ସମୟରେ ସେ ଗେମରେ ୧୫୦୦ ଟଙ୍କା ହାରି ଯାଇଥିଲା ।

ଯାହା ବିଷୟରେ ମା ଜାଣି ତାକୁ ରାଗିକି କିଛି କଥା କହିଦେଲେ । ଯାହାଫଳରେ କୃଷ୍ଣା ଡିପ୍ରେସନରେ ଆସି ଆ-ତ୍ମ-ହ-ତ୍ୟା କରିଦେଲା । କୃଷ୍ଣା ନିଜ ସୁ-ସା-ଇ-ଡ ନୋଟରେ ୪୦ ହଜାର ଟଙ୍କା ଗେମରେ ହାରିଥିବାର ଲେଖିଥିଲା । ଏହା ସହ ସେ ଲେଖିଥିଲା ଯେ, ଡିପ୍ରେସନରେ ଆସିବା କାରଣରୁ ସେ ଆ-ତ୍ମ-ହ-ତ୍ୟା କରିଥିଲା । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *