ମା ଲକ୍ଷ୍ମୀଙ୍କୁ ସପ୍ତାହରେ ଏହି ଦିନ ଲଗାନ୍ତୁ ଏହି ଭୋଗ ,କେବେ ହେବ ନାହିଁ ଧନର କମି

ଜୋତିଷ ଶାସ୍ତ୍ର ,ବାସ୍ତୁ ଶାସ୍ତ୍ର ,ସାମୁଦ୍ରିକ ଶାସ୍ତ୍ରରେ ଏମିତି ହିଁ କିଛି ବିଦ୍ଧି ଅଛି ଯାହାର ପ୍ରୟୋଗରେ ଆମେ ଆମ ଜୀବନରେ ଆସୁଥିବା ସଙ୍କଟକୁ ଟାଳି ଦେଇ ପାରିବା । ସମସ୍ୟା ଆସିବା ସମୟରେ ଏହି ଶାସ୍ତ୍ରୀୟ ଉପାୟକୁ ପ୍ରୟୋଗ କରିଥାନ୍ତି, ଯଦି ପ୍ରଥମରୁ ହିଁ ଆପଣ ଏହି ଉପାୟ କରିବେ ତାହେଲେ ଆପଣଙ୍କୁ ସମସ୍ୟାର ମୁହଁ ଦେଖିବାକୁ ପଡିବ ନାହିଁ । ଆଜି ଆମେ ଆପଣଙ୍କୁ କିଛି ଶାସ୍ତ୍ରୀୟ ଉପାୟ ବିଷୟରେ କହିବାକୁ ଯାଉଛୁ । ଆପଣ ଏହି ଉପାୟକୁ ପ୍ରୟୋଗ କରି ଆପଣଙ୍କ ଜୀବନକୁ ସୁନ୍ଦର କରିପାରିବେ ।

ବାସ୍ତୁରେ କିଛି ଏମିତି ଉପାୟ କୁହାଯାଇଛି ,ଯାହାଦ୍ୱାରା ଜୀବନରେ ନୂଆ ନୂଆ ରାସ୍ତା ଖୋଲିଯାଏ । ଆଜି ବି ଆମେ ଆପଣଙ୍କୁ ଏକ ଏମିତି ଉପାୟ କହିବାକୁ ଯାଉଛୁ ଯାହାକୁ କରିବା ଦ୍ଵାରା ଜୀବନରେ ସହଜରେ ସଫଳତା ମିଳିଯିବ । ତାହେଲେ ଆସନ୍ତୁ ଜାଣିବା ସେହି ଉପାୟ ।

ସବୁ ଦେବୀ ଦେବତାମାନଙ୍କୁ ଅଲଗା ଅଲଗା ଭୋଜନ ପସନ୍ଦ ହୋଇଥାଏ, ଯେଉଁ ପ୍ରକାରରେ ଆମେ ଭୋଜନରେ ନିଜ ପସନ୍ଦର ଜିନିଷ ଦେଖି ପ୍ରସନ୍ନ ହୋଇଥାଉ ସେହି ପ୍ରକାରେ ଭଗବାନଙ୍କର ବି ଅଲଗା ଅଲଗା ପସନ୍ଦର ଭୋଜନ ଥାଏ, ଯାହାଦ୍ୱାରା ସେମାନେ ଜଲ୍ଦି ପ୍ରସନ୍ନ ହେଇଥାନ୍ତି ଓ ଆପଣଙ୍କୁ ଆଶୀର୍ବାଦ ଦେଇଥାନ୍ତି ।

ଆସନ୍ତୁ ଜାଣିବା କେଉଁ ଭଗବାନଙ୍କୁ କଣ ପସନ୍ଦ ଅଟେ ।

ଭଗବାନ ଶ୍ରୀ ଗଣେଶ

ସମସ୍ତ ଦେବତାଙ୍କ ମଧ୍ୟରେ ପ୍ରଥମ ପୂଜନୀୟ ଶ୍ରୀ ଗଣେଶଙ୍କୁ ଲଡୁ ବହୁତ ପସନ୍ଦ ହୋଇଥାଏ । ଯଦି ଗଣେଶଙ୍କୁ ପୂଜା କରୁଛନ୍ତି ତାହେଲେ ତାଙ୍କୁ ଲଡୁ ଭୋଗ ନିହାତି ଲଗାନ୍ତୁ । ଖାସକରି ବୁଧବାର ଦିନ ଓ ଚତୁର୍ଥୀ ଦିନ ଗଣେଶଙ୍କୁ ଲଡୁ ଭୋଗ ଲଗାନ୍ତୁ ,ଏହା ଦ୍ଵାରା ସେ ଜଲ୍ଦି ପ୍ରସନ୍ନ ହୋଇ ଯାଇଥାନ୍ତି ।

ଭଗବାନ ଭୋଲେନାଥ

ମହାଦେବ ସେମିତିରେ ତ କେବଳ ଗୋଟିଏ ଢାଳ ଜଳରେ ହିଁ ପ୍ରସନ୍ନ ହୋଇଯାନ୍ତି । କିନ୍ତୁ ଭଗବାନ ଶିବଙ୍କୁ କ୍ଷୀର ବହୁତ ପସନ୍ଦ ହୋଇଥାଏ । ଏଥିପାଇଁ ଶିବଙ୍କ ପୂଜାରେ ତାଙ୍କୁ କ୍ଷୀର ଅର୍ପଣ କରାଯାଇଥାଏ । ଯାହାଦ୍ୱାରା ଶିବଙ୍କୁ ସୋମବାର ଓ ଶିବରାତ୍ରି ଦିନ ବହୁତ ଜଲ୍ଦି ପ୍ରସନ୍ନ କରାଯାଇ ପାରେ ।

ମାତା ଲକ୍ଷ୍ମୀ

ଧନର ଦେବୀ ଲକ୍ଷ୍ମୀଙ୍କୁ ଚାଉଳ ଓ କ୍ଷୀରରେ ତିଆରି ହୋଇଥିବା ଖାଦ୍ୟ ବହୁତ ପସନ୍ଦ ହୋଇଥାଏ । ତାଙ୍କୁ ଶୁକ୍ରବାର ଦିନ ଖିରୀ ଭୋଗ ଲଗାଇବା ଦରକାର ,ଏହା ଦ୍ଵାରା ମା’ ବହୁତ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି ।

ଭଗବାନ ଶ୍ରୀ ବିଷ୍ଣୁ

ଭଗବାନ ବିଷ୍ଣୁଙ୍କୁ ହଳଦିଆ ରଙ୍ଗର ଜିନିଷ ବହୁତ ପସନ୍ଦ ହୋଇଥାଏ । ଗୁରୁବାର ଦିନ ଯଦି ବେସନର ଲଡୁ ବା ଗୁଡରେ ବିଷ୍ଣୁଙ୍କୁ ଭୋଗ ଲଗାଯାଇଥାଏ ତାହେଲେ ସେ ବ୍ୟକ୍ତିର ସବୁ ମନସ୍କାମନା ପୂରଣ କରିଥାନ୍ତି ।

ଶନିଦେବ

ଯଦି ଶନିବାର ଦିନ ଶନିଦେବଙ୍କୁ ରାଶି ତେଲ ବା ସୋରିଷ ତେଲ ଅର୍ପଣ କରାଯାଇଥାଏ ତାହେଲେ ଏହା ଦ୍ଵାରା ବ୍ୟକ୍ତିକୁ ଶନି ଦୋଷରୁ ମୁକ୍ତି ମିଳିଥାଏ । କାରଣ ଶନିଦେବଙ୍କୁ କଳା ତେଲ ବହୁତ ପସନ୍ଦ ଅଟେ ।

Leave a Reply

Your email address will not be published. Required fields are marked *