IPL 2023: Arjun Tendulkar ଙ୍କୁ ଧୋଇ ଦେଲେ Venkatesh iyer !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ  କଲିକତା ନାଇଟ ରାଇଡ଼ର ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ ଟିମରେ ଡେବ୍ୟୁ କରିଛନ୍ତି ଅର୍ଜୁନ ତେନ୍ଦୁଲକର ! ହେଲେ ସଚିନ ତେନ୍ଦୁଲକରଙ୍କର ପୁଅ ଅର୍ଜୁନ ତେନ୍ଦୁଲକରଙ୍କର ଉପରେ ଭାରୀ ପଡିଗଲେ ଭେଙ୍କଟେଶ ଅୟର ! IPL  ୨୦୨୩ ୨୨ ତମ ମ୍ଯାଚରେ ବାମହାତୀ ବ୍ୟାଟ୍ସମ୍ୟାନ ଭେଙ୍କଟେଶ ଅୟର ମୁମ୍ବାଇ ଇଣ୍ଡିଆନ ଟିମ ବିପକ୍ଷରେ ଚଉକା ଓ ଛକା ମାରି ନିଜର ଜଲ୍ବା ଦେଖେଇଛନ୍ତି ।

ତେବେ ସୂଚନା ମୁତାବିକ ମୁମ୍ବାଇ ଇଣ୍ଡିଆନ ଓ କଲିକତା ନାଇଟ ରାଇଡ଼ର ମ୍ଯାଚ ଚାଲିଥିବା ସମୟରେ ବ୍ୟାଟ୍ସମ୍ୟାନ ଭେଙ୍କଟେଶ ୫୧ ବଲ୍ ରେ ୧୦୪ ରନ ସଂଗ୍ରହ କରିପାରିଥିଲେ । ତେବେ ଏହି ମ୍ଯାଚରେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ସହ ମଧ୍ୟ ଭେଙ୍କଟେଶ ମ୍ଯାଚରେ ଆମ୍ନାସାମ୍ନୀ ହୋଇଥିଲେ । ତେବେ ଅର୍ଜୁନ ତେନ୍ଦୁଲକର ବୋଲିଂ କରିବା ସମୟରେ ଭେଙ୍କଟେଶ ନିଜର ବ୍ୟାଟିଂ କରି କ୍ଲାସିକ ଷଟ ଦେଖାଇଦେଇଥିଲେ ।

ଅର୍ଜୁନ ତେନ୍ଦୁଲକର ଭଲ ବୋଲିଂ କରୁଥିଲେ । ହେଲେ ଭେଙ୍କଟେଶ ଅର୍ଜୁନଙ୍କ ବୋଲିଂ ଉପରେ ଆକ୍ରମଣାତ୍ମକ ବ୍ୟାଟିଂ କରିବାକୁ ଲାଗିଥିଲେ । ଅର୍ଜୁନଙ୍କ ବୋଲିଂରେ ଭେଙ୍କଟେଶ ଚଉକା ଓ ତାପରେ ଛକା ମାରି ଦେଖାଇଦେଇଥିଲେ । ତେବେ IPL ଡେବ୍ୟୁ ମ୍ଯାଚ ଖେଳୁଥିବା ଅର୍ଜୁନ ଭେଙ୍କଟେଶଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦେଖି ପୁନର୍ବାର ଆଉ ବୋଲିଂ କରିବା ପାଇଁ ଆସିନଥିଲେ । କ୍ଯାପଟେନ ସୂର୍ଯ୍ୟକୁମାର ଯାଦାଭ ତାଙ୍କୁ ପାୱାର ପ୍ଲେରେ କ୍ରମାଗତ ଭାବରେ ୨ ଟି ଓଭର ଦେଇଥିଲେ ।

ହେଲେ ଏପରି ଭାବେ ଭେଙ୍କଟେଶଙ୍କ ଆକ୍ରମାତ୍ମକ ବ୍ୟାଟିଂ ଯୁବ ଖେଳାଳୀଙ୍କୁ ସମର୍ଥନ କରିବା ପରିବର୍ତ୍ତେ ବଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ । ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ୨ ଓଭରରେ ୧୭ ରନ ବ୍ୟୟ କରିଦେଇଥିଲେ । ଯେଉଁଥିରେ କି କ୍ରିକେଟର ଭଗବାନ ନାମରେ ଯାହାଙ୍କୁ ଆକ୍ଷା ମିଳିଛି । ଅର୍ଥାତ ସଚିନ ତେନ୍ଦୁଲକରଙ୍କର ପୁଅ ଅର୍ଜୁନ ଏହି ମ୍ଯାଚରେ ଡେବ୍ୟୁ କରି ଖେଳ କ୍ଯାରିଅରରେ ଆଗକୁ ବଢିଛନ୍ତି ।

ଏହା ସହ ସେ ନିଜର ବେଷ୍ଟ ଦେବା ପାଇଁ ମଧ୍ୟ ନିଜ ତରଫରୁ ଅନେକ ପ୍ରୟାସ ମଧ୍ୟ କରିଛନ୍ତି । ତେବେ ଗତ କାଲିର ମ୍ଯାଚରେ ଅର୍ଜୁନଙ୍କ କ୍ରିକେଟ ପଦର୍ଶନ କିପରି ରହିଥିଲା କମେଣ୍ଟ କରିକି ଜଣାନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ କ୍ରିକେଟ ସମ୍ବଦ୍ଧିତ କ୍ରିକେଟ ଦୁନିଆର ଖବର ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *