ସବୁ ମାମଲାକୁ କରି ଦେଉଥିଲେ ରଫା-ଦଫା, ଅର୍ଚ୍ଚନାଙ୍କୁ ସୁରକ୍ଷା ଦେଉଥିଲେ ଲେଡି ଇନ୍ସପେକ୍ଟର ! ଦେଖନ୍ତୁ କିଏ ସେହି ଲେଡି ଇନ୍ସପେକ୍ଟର?

ବନ୍ଧୁଗଣ, ସୂଚନା ଅନୁଯାୟୀ ହନିଟ୍ରପ ସାମ୍ରାଜ୍ୟର ଲିଡ ରୋଲରେ ଥିଲେ ଜଣେ ଲେଡି ଇନ୍ସସ୍ପେକ୍ଟର । ଏବଂ ସେ ମାମଲା କୁ ରଫା ଦଫା କରି ଚପାଇ ଦେବାରେ ଭୂମିକା ତୁଲାଉଥିଲେ । କାଷ୍ଟିଂକାଉଚ ଅଭିଯୋଗରେ ପ୍ରଯୋଜକଙ୍କ ସହ ଡିଲ କରାଉଥିଲେ । ଏହା ସହିତ ଭୁବନେଶ୍ବରର ଏକ ଥାନା ରେ ମାମଲା କୁ ଦିଆଯାଉଥିଲା ଫାଇନାଲ ଟଚ । ବ୍ଲ-ଆକ୍‌ -ମେଲର ଅର୍ଚ୍ଚନା ଙ୍କ ଗୁମର ଯେତିକି ଖୋଲୁଛି ସେହି ହିସାବରେ ପୁରୁଣା ପୃଷ୍ଠା ସେତିକି ଲେଉଟା ଯାଉଛି ।

୫ ବର୍ଷ ତଳେ ଜଣେ ଫିଲ୍ମ ପ୍ରଯୋଜକ ଙ୍କ ନାମ ରେ ଆସିଥିଲା କାଷ୍ଟିଂ କାଉଚ ର ଅଭିଯୋଗ । ଥାନା ରେ ମହିଳା ଙ୍କ ବୟାନ ମଧ୍ୟ ରେକର୍ଡ ହେଉଥିଲା । ମାତ୍ର ମିଡିଆ କ୍ୟାମେରା ହଟିବା ପରେ ବେସ ଚୁପଚାପ ମାମଲା କୁ ରଫା ଦଫା କରିଦିଆଯାଇଥିବା ଚର୍ଚା ହେଉଛି । ପ୍ରଯୋଜକ ଙ୍କ ଘରେ ଭଡା ନେଇ ଅର୍ଚ୍ଚନା ଏବଂ ବ୍ଲ-ଆକ୍‌ -ମେଲର ଶ୍ରଦ୍ଧାଞ୍ଜଳି ରହୁଥିବା ଖବର ମିଳିଛି । ଅର୍ଚ୍ଚନା ଙ୍କ ମାୟା ଜାଲରେ ମୋହରା ସାଜିଥିବା ଶ୍ରଦ୍ଧାଞ୍ଜଳି ଫିଲ୍ମ ରେ କାମ କରିଥିବାକୁ ଇଚ୍ଛା କରୁଥିଲେ ।

ଏଥିପାଇଁ ସଂପୂର୍ଣ୍ଣ ରାଜଧାନୀ ବୁଲି ବୁଲି ଠିକ ସେହି ପ୍ରଯୋଜକ ଙ୍କ ଘରେ ହିଁ ଭଡା ନେଇଥିଲେ । ବର୍ତ୍ତମାନ ମଧ୍ୟ ସେହି ଭଡା ଘରେ ଯୁବକ ଯୁବତୀ ଙ୍କ ମେଳି ଜମୁଥିବା ଅଭିଯୋଗ ହୋଇଛି । ନାଗ ଦମ୍ପତ୍ତି ଙ୍କ ବ୍ଲ-ଆକ୍‌ -ମେଲ ସାମ୍ରାଜ୍ୟ ରେ ଉକ୍ତ ପ୍ରଯୋଜକ ଙ୍କ ଲିଙ୍କ କୁ ନେଇ ଖଣ୍ଡଗିରି ଥାନା ପୋଲିସ ତାଙ୍କୁ ପଚରା ଉଚରା ମଧ୍ୟ କରି ସାରିଛି । ଭଡାରେ ଥିବା ଅର୍ଚ୍ଚନା ତାଙ୍କ ବିରୋଧରେ ଆଣିଥିଲେ ଅସଦାଚରଣର ଅଭିଯୋଗ ।

ଆଉ ସେହି ପ୍ରଯୋଜକଙ୍କୁ ଜଣେ ଲେଡି ଇନ୍ସସ୍ପେକ୍ଟର ସୁରକ୍ଷା ଦେଉଥିବା ଚର୍ଚ୍ଚା ହେଉଛି । ଯାହାଙ୍କର ନୟାଗଡ ଜିଲ୍ଲା ସହିତ ଲିଙ୍କ ରହିଛି । ଶ୍ରଦ୍ଧାଞ୍ଜଳି ତାଙ୍କ ଏଫୟାର କପି ରେ ଜଣେ ନୟାଗଡ ର ବ୍ୟକ୍ତି ତାଙ୍କ ଗ୍ରାହକ ସାଜିଥିବା ଉଲ୍ଲେଖ କରିଥିଲେ । ଅର୍ଥାତ ଅର୍ଚ୍ଚନା ଙ୍କ ହନିଟ୍ରପ ର ଶିକାର ଜଣେ ନୟାଗଡ ର ପ୍ରଭାବଶାଳୀ ବ୍ୟକ୍ତି ଥିବା ସ୍ପଷ୍ଟ ଜଣା ପଡୁଛି ।

ତେବେ କିଏ ସେ ନୟାଗଡର ରସିକିଆ ? ଏବଂ ପ୍ରଯୋଜକ ଙ୍କୁ ସୁରକ୍ଷା ଦେବା ଆଳରେ ନୟାଗଡର ବ୍ୟକ୍ତି ଙ୍କୁ ସୁରକ୍ଷା ଦେଉଥିଲେ କି ଲେଡି ଇନ୍ସସ୍ପେକ୍ଟର ? ଏହି ସମସ୍ତ ପ୍ରଶ୍ନ ର ଖୁଲାସା ଧୀରେ ଧୀରେ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *