ନାମ ଦେଇଦେଲା ହାଇସିକ୍ୟୁରିଟି ନମ୍ବର ପ୍ଳେଟ, ବିନା ଦୋଷରେ nisa ବେପାରୀ ସଜେଇଦେଲା, କଣ କହୁଛନ୍ତି ଏହି ଯୁବକ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ନିଶା ବେପାରୀ ସଜାଇ ଦେଲା ହାଇସିକ୍ୟୁରିଟି ନମ୍ବର ପ୍ଳେଟ । ଜଣେ ଗାଡି ଚାଳକଙ୍କ ପ୍ରଶ୍ନ ଯେ ହାଇସିକ୍ୟୁରିଟି ନମ୍ବର ପ୍ଳେଟ ବ୍ୟବହାର କରିଲେ ଲାଭ କ’ଣ ? ଅନ ଲାଇନ ରେ ଆବେଦନ କରିବାର ମାସେ ପରେ ନମ୍ବର ପ୍ଳେଟ ଲାଗିଲା । କିଛି ମାସ ପରେ ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗରୁ ଆସିଲା ନୋଟିସ ଯେ ଆପଣଙ୍କ ଗାଡିରେ ଚାଲାଣ ହୋଇଛି ଗଞ୍ଜେଇ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ହାଇସିକ୍ୟୁରିଟି ନମ୍ବର ପ୍ଳେଟ ନକଲି ହୋଇଥିଲା ।

ତେବେ ଗାଡି ଚାଳକଙ୍କ ପ୍ରଶ୍ନ ଥିଲା ଏହି ହାଇସିକ୍ୟୁରିଟି ନମ୍ବର ପ୍ଳେଟ ପାଇଁ ପରିବହନ ବିଭାଗ କୁ ସମସ୍ତ ତଥ୍ୟ ଦେବା ପରେ ଯଦି ଏଭଳି ହେଉଛି ତେବେ ନମ୍ବର ପ୍ଳେଟ ବ୍ୟବହାର କରି ଲାଭ କ’ଣ ? ଏହି ବ୍ୟକ୍ତି ଜଣକ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ବାଟପୂରା ଥାନା ଅଞ୍ଚଳର ସଂବିତ ମଲ୍ଲିକ । ତାଙ୍କ ଗାଡି ଘରେ ଏବଂ ସିଏ ମଧ୍ୟ ଘରେ ଅଛନ୍ତି ।

ସେ କେବେ ସମ୍ବଲପୁର ମଧ୍ୟ ଯାଇନାହାଁନ୍ତି । ମାତ୍ର ତାଙ୍କ ଗାଡିରେ ଗଞ୍ଜେଇ ଚାଲାଣ ହେଲା କିଭଳି ? ଏହାକୁ ନେଇ ଭୟଭୀତ ଅଛନ୍ତି କେନ୍ଦ୍ରାପଡାର ଗାଡି ମାଲିକ ଜଣକ । ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗ ଗଞ୍ଜେଇ ଗାଡି ଜବତ କରିବା ସହିତ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି । ଏହାପରେ ଅବକାରୀ ବିଭାଗ କେମିତି ଜାଣିପାରିଲେ ନାହିଁ ଯେ ଜଣେ ନିରୀହ ଗାଡି ଚାଳକଙ୍କୁ ନୋଟିସ ଗଲା ?

ହାଇସିକ୍ୟୁରିଟି ନମ୍ବର ପ୍ଳେଟ ର ସବୁ ତଥ୍ୟ ମିଳିଯାଏ ବୋଲି କୁହନ୍ତି । କିନ୍ତୁ ସଂବିତ ଙ୍କ ର କହିବା କଥା ଯଦି ହାଇସିକ୍ୟୁରିଟି ନମ୍ବର ପ୍ଳେଟ କୁ ନକଲି ଭାବରେ ବ୍ୟବହାର କରାଯାଇ ପାରୁଛି, ତେବେ ଏହି ପ୍ଳେଟ ଲଗାଇଲେ ଲାଭ କ’ଣ ? ଗାଡି ମାଲିକ କହିଛନ୍ତି ଯେ ମୋ ନାମରେ ଗୋଟିଏ ଗାଡି ଅଛି ଏହାକୁ ମୁଁ ପର୍ଶନାଲି ବ୍ୟବହାର କରେ । ମାତ୍ର ଗାଡି ଘରେ ଥାଇ ସମ୍ବଲପୁର ଥାନାରୁ ନୋଟିସ ଆସିଛି ଯେ ୭୨ କେଜି ର ଗଞ୍ଜେଇ ଗାଡିରେ ଚାଲାଣ ହୋଇଛି ଗାଡି ସଂପୂର୍ଣ୍ଣ ଭାବରେ ସିଜ ହୋଇଛି । ମାତ୍ର ଗାଡି ଘରେ ଅଛି ସିଜ ହେଲା କେତେବେଳେ ?

ହାଇସିକ୍ୟୁରିଟି ନମ୍ବର ପ୍ଳେଟ ଲଗାଇଲେ ସୁରକ୍ଷିତ ସହିତ ଗାଡି ଚୋରୀ ଉପରେ ରୋକ ଲଗାଯାଇପାରିବ । ମାତ୍ର କିଛି ମିନିଟରେ ସବୁକିଛି ଜଣା ପଡିଯିବା କିନ୍ତୁ ହାଇସିକ୍ୟୁରିଟି ନମ୍ବର ପ୍ଳେଟ ମଧ୍ୟ ନକଲି ହୋଇଛି । ଏକଥା ଲୋକ ଲୋଚନକୁ ଆସିବା ପରେ ଗାଡି ଚାଳକ ମାନେ ମଧ୍ୟ କନ୍ଫ୍ୟୁସ ହେଲେଣି ହାଇସିକ୍ୟୁରିଟି ନମ୍ବର ପ୍ଳେଟ ଥାଇ ଲାଭ କ’ଣ ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *