କାହା ଛତ୍ରଛାୟା ତଳେ Archana କରୁଥିଲେ ଖେଳ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଅର୍ଚ୍ଚନା ଙ୍କ ଘରକୁ ଆସୁଥିଲେ କିଛି ନେତା ମନ୍ତ୍ରୀ । ଏପରିକି ଅର୍ଚ୍ଚନା କିଛି ନେତାଙ୍କୁ ଭାଇ ମଧ୍ୟ କହୁଥିଲେ । ତେବେ ଏହି ଲିଙ୍କ କୁ ଦେଖି ଡରୁଛି କମିଶନରେଟ ପୋଲିସ ? ତେବେ ଅର୍ଚ୍ଚନା ନାଗ ଙ୍କ ସ୍ଵାମୀ ଜଗବନ୍ଧୁ ନିଜ ଫେସବୁକ ଆକାଉଣ୍ଟ ରେ ଲେଖିଛନ୍ତି ଯେ ସେ ହେଉଛନ୍ତି ବିଜୁ ଜନତା ଦଳର ସକ୍ରିୟ କର୍ମୀ । ତେବେ ସେ ବିଜେଡି ରେ ଥିବା ସମୟରେ ତାଙ୍କ ଘରକୁ କିଛି ନେତା ମଧ୍ୟ ଯିବା ଆସିବା କରୁଥିଲେ ।

ଏପରିକି ଅର୍ଚ୍ଚନା କିଛି ନେତା ମନ୍ତ୍ରୀଙ୍କୁ ତାଙ୍କ ଧରମ ଭାଇ ମଧ୍ୟ କରିଥିବା କୁହାଯାଉଅଛି । ଆଉ ଏହି ଲିଙ୍କ ର ଫାଇଦା ବେସ ଉଠାଉଥିଲେ ଅର୍ଚ୍ଚନା । ଅର୍ଚ୍ଚନା ଙ୍କ ସତ୍ୟବିହାର ସ୍ଥିତ ଘର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ ବହୁତ ବଡ ବଡ ନେତା । ଖବର ଅନୁଯାୟୀ ଏହି ଘରର ଦାମ ୧୦ କୋଟି ଟଙ୍କା ରୁ ଅଧିକ ହେବ । ଏହି ଘର ଆଗରେ ଲାଗୁଥିଲା ବଡ ବଡ ଫିଲ୍ମ ଷ୍ଟାର ଏବଂ ରାଜ୍ୟର ମନ୍ତ୍ରୀ ମାନଙ୍କର ଗାଡି ଏଥିରେ ଟଙ୍କା ସହିତ ଅନ୍ୟାନ୍ୟ କାରବାର ମଧ୍ୟ ଚାଲୁଥିବା ଚର୍ଚ୍ଚା ହେଉଛି ।

ତେବେ ଅର୍ଚ୍ଚନା ଙ୍କୁ ନେଇ ଗଣ ମାଧ୍ୟମରେ ଅନେକ କଥା କୁହାଯାଉଥିବା ବେଳେ କମିଶନରେଟ ପୋଲିସ କିନ୍ତୁ ଏ ପର୍ଯ୍ୟନ୍ତ କିଛି ମଧ୍ୟ କହୁନାହିଁ । ତେବେ ଏହି ଲିଙ୍କ ଯୋଗୁଁ ପୋଲିସ ମାପି ଚୁପି ପଦକ୍ଷପ ନେଉଛି କି ? କେଉଁ କାମ ପାଇଁ ନେତା ତଥା ମନ୍ତ୍ରୀ ମାନେ ଅର୍ଚ୍ଚନା ଙ୍କ ଘରକୁ ଆସିଥିଲେ ?

ତାଙ୍କ ସ୍ଵାମୀ ବିଜେଡି ରେ ଅଛନ୍ତି ବୋଲି ନା ଅନ୍ୟ କୌଣସି କାମ ଯୋଗୁଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହାକୁ ନେଇ ତାରା ବାହିନୀ ପତି ଯିଏ କି କଂଗ୍ରେସ ବିଧାୟକ ଅଟନ୍ତି ସେ କହିଛନ୍ତି ଯେ, ଯେଉଁ ଦୁର୍ନ୍ନିତି ଗ୍ରସ୍ତ ପଇସା ଅଛି ତାକୁ କୁଆଡେ ନେବେ ?  ତାଙ୍କ ପଇସା ଏହିଭଳି ମଦ, ମାଂସ, ସ୍ତ୍ରୀ ରେ ଖର୍ଚ୍ଚ ହୋଇଥାଏ । ଏହି ନେତା ମାନଙ୍କର ଚରିତ୍ର ବୋଲି କିଛି ନାହିଁ । ସଂସ୍କାର ବୋଲି କିଛି ନାହିଁ ।

ନା ସଂସ୍କାର ଅଛି ନା ଚରିତ୍ର ଅଛି, ନା ମା’ ଭଉଣୀ ର ସନ୍ନମାନ ଅଛି ବୋଲି କହିଛନ୍ତି । ଏହା ସହିତ କହିଛନ୍ତି ଯେ ଆମେ ଝିଅ କୁ ଝିଅ ବୋଲି ଭାବୁ, ଭଉଣୀ ଙ୍କୁ ଭଉଣୀ ବୋଲି ଭାବୁ ମାତ୍ର ତାଙ୍କର ସେତିକି କିଛି ନାହିଁ । ଏଥି ନିମନ୍ତେ ତାଙ୍କ ଦଳର ନେତା ତଥା କିଛି IAS ଅଫିସର ମଧ୍ୟ ଏଥିରେ ଜଡିତ ଅଛନ୍ତି ବୋଲି କହିଛନ୍ତି ତାରା ବାହିନୀ ପତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *