ଅର୍ଚ୍ଚନା ଜୀବନର ଲୋମଟାଙ୍କୁରା ସତ ! ରାଜୁ, ସୂର୍ଯ୍ୟ ଓ କରଣ ? ଯିଏ ଅର୍ଚ୍ଚନାଙ୍କୁ ଅପହରଣ କରି କରିଥିଲେ…

ବନ୍ଧୁଗଣ, ଦିନ ଗଡିବା ସହିତ ସୁନ୍ଦରୀ ଅର୍ଚ୍ଚନା ନାଗ ଙ୍କ ସମ୍ବନ୍ଧରେ ନୂଆ ନୂଆ ତଥ୍ୟ ସାମ୍ନା କୁ ଆସୁଛି । ତେବେ ବର୍ତ୍ତମାନ ଆଉ ଏକ ଲୋମ ଟାଙ୍କୁରା କାହାଣୀ ଆସି ପହଞ୍ଚିଛି । ଏହାକୁ ସାମ୍ନା କୁ ଆଣିଛନ୍ତି ଜଣେ ସାମାଜିକ କର୍ମୀ ଯାହାଙ୍କ ନାମ ହେଉଛି ଲିଙ୍ଗରାଜ ଆଜାଦ । ଆଉ ଲିଙ୍ଗରାଜ ଙ୍କ ଫେସବୁକ ପୋଷ୍ଟରୁ ଜାଣିବାକୁ ମିଳିଛି ଯେ ସୁନ୍ଦରୀ ଅର୍ଚ୍ଚନା କୁଆଡେ ପ୍ରତିଶୋଧ ନେବା ପାଇଁ ନାଗୁଣୀ ପାଲଟି ଯାଇଥିଲେ ।

ତାଙ୍କ ଉପରେ ହୋଇଥିବା ଅକଥନିୟ ଅତ୍ୟାଚାର ର ପ୍ରତିଶୋଧ ନେବା ପାଇଁ ସେ ଏହି ମାୟାଜାଲ ବିଛାଇ ଥିଲେ । ଯେଉଁ ପ୍ରଭାବଶାଳୀ ଲୋକ ମାନଙ୍କ ପାଇଁ ସେ ଦୁଷ୍କର୍ମର ଶିକାର ହୋଇଥିଲେ, ସେହି ପ୍ରଭାବଶାଳୀ ଲୋକଙ୍କୁ ସେ ଲୁଟୁଥିଲେ । ତେବେ ଏହିଭଳି କିଛି ଚର୍ଚ୍ଚା ବର୍ତ୍ତମାନ ଶୁଣିବାକୁ ମିଳିଛି । ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଙ୍କ ଫେସବୁକ ପୋଷ୍ଟ ଉପରେ ଏଭଳି କିଛି ଚର୍ଚ୍ଚା ହେଉଛି ।

ସୁନ୍ଦରୀ ଅର୍ଚ୍ଚନା ଙ୍କ ଘଟଣା ବର୍ତ୍ତମାନ ସମଗ୍ର ରାଜ୍ୟରେ ହଲଚଲ ସୃଷ୍ଟି କରିଥିବା ସମୟରେ ହଠାତ ଏକ ଅକୁହା କାହାଣୀ ସାମ୍ନା ରେ ଆସି ପହଞ୍ଚିଛି । ଏହା କେବେ କେଉଁଠାରେ ମଧ୍ୟ ଆଲୋଚନା ହୋଇ ନଥିଲା । ଏହି କାହାଣୀ ଟି ହେଉଛି ଯେ ଏକ ଘରୋଇ କମ୍ପାନୀ ବିରୋଦ୍ଧରେ ଜମିହଡା ମାନଙ୍କ ଆନ୍ଦୋଳନ ର ସୂତ୍ରଧର ସାଜିଥିବା ଅର୍ଚ୍ଚନା ଙ୍କ ବାପା ଙ୍କୁ କିଣି ପାରି ନଥିଲେ ମାଫିଆ ମାନେ ।

କିନ୍ତୁ ଅର୍ଚ୍ଚନା ଙ୍କ ବାପା ସଚ୍ଚୋଟ ଥିଲେ ଆଉ ଅର୍ଚ୍ଚନା ଙ୍କ ବାପା ଙ୍କର ମନୋବଳ କୁ ଭାଙ୍ଗିବା ନିମନ୍ତେ ଅର୍ଚ୍ଚନା ଙ୍କୁ ସେମାନେ ଅପହରଣ କରିନେଇଥିଲେ । ଏହାପରେ ସେମାନେ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଏଥିପାଇଁ ସାମାଜିକ କର୍ମୀ ଶ୍ରୀ ଆଜାଦ ଅର୍ଚ୍ଚନା ଙ୍କୁ ଫୁଲନଦେବୀ ସହିତ ସମାନ କରିଛନ୍ତି । ସେ ଯେମିତି ନିଜ ସଂଘର୍ଷ ର କାହାଣୀ ଲେଖିଥିଲେ ସେହିଭଳି କୁଆଡେ ଅର୍ଚ୍ଚନା ପ୍ରତିଶୋଧ ପାଇଁ ଏକ ସଂଘର୍ଷ ର ନାଟକ ରଚିଛି ।

ଅର୍ଚ୍ଚନା ଙ୍କ ବାପା ଙ୍କର ଜମି ଯାଇଥିଲା ଶିଳ୍ପ କାରାଖାନା ପାଇଁ । ସୁରେନ୍ଦ୍ର ନାଗ ଥିଲେ ଅର୍ଚ୍ଚନା ଙ୍କ ବାପା ଏବଂ ସେ ଏନେଇ ଲଢେଇ କରୁଥିଲେ । ମାତ୍ର ଏହାର ପରିଣାମ ଅର୍ଚ୍ଚନା ଙ୍କୁ ଭୋଗିବାକୁ ପଡିଲା । ତେବେ ଅର୍ଚ୍ଚନା ଙ୍କ ପ୍ରତି ହୋଇଥିବା ଅତ୍ୟାଚାର ର ସେ ଗୋଟି ଗୋଟି ପ୍ରତିଶୋଧ ନେଉଥିଲେ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *