“ଅପରାଜିତା ମ୍ୟାଡାମ, ତମ ବାବୁସାନ କ’ଣ ସୁନା ମୁଣ୍ଡା, Prakruti କୁ ତୁମେ କାହିଁକି ete… ? ଦେଖନ୍ତୁ ଅପରାଜିତାଙ୍କୁ kana କହିଲେ ଓକିଲ Byomkesh

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଇନଜୀବୀ କହିଛନ୍ତି ଯେ ବାବୁସାନଙ୍କର ବେଲ ଯିବାର କିଛି ଆବଶ୍ୟକତା ନଥିଲା । ଯଦି ସେମାନେ ଗଲେ, ମାତ୍ର ଆଉ କମ୍ପରମାଇଜ ହେଲା ଭଳି ଆଉ ଲାଗୁନାହିଁ । କେଉଁଠି ନା କେଉଁଠି ବାବୁସାନ ଆତ୍ମଚିନ୍ତନ କରୁଛନ୍ତି ଏବଂ ତାଙ୍କୁ ଗାଇଡ କରୁଥିବା ଲୋକ କହିଛନ୍ତି ଯେ ବାବୁ ତମେ ବେଲ ନେଇଜାଅ ନଚେତ ତୁମେ ଆରେଷ୍ଟ ହୋଇପାର । ତେବେ ବାବୁସାନଙ୍କ ଉପରେ ଯେଉଁଭଳି ଭାବରେ ଆଲିଗେସନ ଲଗାଇଛନ୍ତି ତାଙ୍କ ସ୍ତ୍ରୀ ତାହା ହେଉଛି ଗୋଟିଏ ଜେନେରାଲ ଜିନିଷ ।

ପରବର୍ତ୍ତୀ ଅବସ୍ଥାରେ ଅପରାଜିତା କହିଲେ ଯେ ପୁଅ ମୋ କୋଳକୁ ଫେରି ଆସେ । ମନ୍ମଥ ମିଶ୍ର ମଧ୍ୟ ବାବୁସାନଙ୍କୁ କହିଲେ ତୁମେ ତୁମ ଘରକୁ ଫେରିଯାଅ । ମାତ୍ର ଏହାକୁ ଦେଖିଲେ ଅନୁଭୂତି ହେଉଛି ଯେ ଏହା କମ୍ପରମାଇଜ ହେଇଯାଉଅଛି । ଏହା ମଧ୍ୟ ହେବା ଦରକାର । କାରଣ ଏମାନେ ସମସ୍ତେ ନିଜ ମଧ୍ୟରେ ବାଡାବାଡି ବନ୍ଧକରି କମସେ କମ ସେହି ଛୋଟ ଛୁଆଟି ଯିଏ ଦୁନିଆ ଦେଖିନାହିଁ, ତାହାର ମୁହଁକୁ ଚାହିଁ କମ୍ପରମାଇଜ କରିନେବା ଉଚିତ ।

ମାତ୍ର ଏହା ତାଙ୍କର ସଂପୂର୍ଣ୍ଣ ପ୍ରାଇଭେଟ କଥା । ମନରେ ତାଙ୍କ ଭିତରେ କ’ଣ ଅଛି କେବଳ ସେମାନେ ହିଁ କହିପାରିବେ । ମାତ୍ର ବର୍ତ୍ତମାନ ବାବୁସାନ ଙ୍କ ସ୍ତ୍ରୀ ଙ୍କର ଭୂମିକା ରହୁଛି ସମ୍ପର୍କକୁ ବଞ୍ଚାଇବା ନିମନ୍ତେ । କାରଣ ସେ ହିଁ ଏ ସବୁ ଆରମ୍ଭ କରିଥିଲେ । ଗଣମାଧ୍ୟମରେ ଆଲୋଚନା ଚାଲିଥିଲା ଯେ ବାବୁସାନ ଯାଇ ଭୁଲ ମାଗି ଦିଅନ୍ତୁ । କିନ୍ତୁ କାହିଁକି ସେ ଭୁଲ ମାଗିବେ ? ଭୁଲ ମାଗିଲେ କ’ଣ ସବୁ ସମସ୍ୟାର ସମାଧାନ ହୁଏ ?

ବାବୁସାନଙ୍କ ପରିବାର ଲୋକେ ସବୁବେଳେ କହୁଛନ୍ତି ଯେ ସେ ପ୍ରକୃତି ମିଶ୍ର ନିମନ୍ତେ ଆମ୍ଭ ପରିବାର ଭାଙ୍ଗିଗଲା । ମାତ୍ର ଆପଣଙ୍କ ପୁଅ କ’ଣ ଖାଣ୍ଟି ଜୟପୁର ସୁନା ସାଧୁ ? ଏଠାରେ ଜଣଙ୍କୁ ଦୋଷ ଦେଇ ହେବ ନାହିଁ ଏଠାରେ ୩ଜଣଙ୍କର କିଛି ନା କିଛି ଦୋଷ ରହିଅଛି । ତୃପ୍ତି କିଛି କମ ନୁହେଁ, ବାବୁସାନ ମଧ୍ୟ କିଛି କମ ନୁହେଁ କି ପ୍ରକୃତି ମଧ୍ୟ କିଛି କମ ନୁହେଁ । ଏଠାରେ ୩ ଜଣଙ୍କ ଦୋଷ ନିଶ୍ଚିତ ରହିଅଛି ।

ମାତ୍ର ତୁମେ ଯଦି ଭଲ ଲୋକ ଅଛ ତେବେ ଫ୍ୟାମିଲି କୋର୍ଟରେ ଏହିଭଳି ପରକୀୟାପ୍ରୀତିର କେସ କାହିଁକି ହେଉଛି ? ଏହିଭଳି ପ୍ରଶ୍ନ କରିଛନ୍ତି ଆଇନଜୀବୀ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *