ଆପଣଙ୍କ ସହ ଭଗବାନ ଅଛନ୍ତି ନା ନାହାନ୍ତି ଏହି ୪ଟି ସଙ୍କେତରୁ ଜାଣନ୍ତୁ- Ajira Anuchinta

ବନ୍ଧୁଗଣ ଆମ ଧର୍ମଗ୍ରନ୍ଥରେ ସମସ୍ତ ପ୍ରକାର ଉତ୍ତର ରହିଛି, କେବଳ ଆମକୁ ସେହି ସମସ୍ତ ତଥ୍ୟକୁ ବୁଝିବାର ଅଛି । ବନ୍ଧୁଗଣ ଆମର ପବିତ୍ର ଗ୍ରନ୍ଥ ଓ ଆମ ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ଭଗବାନ ଆମ ସହିତ ଅଛନ୍ତି ନା ନାହିଁ । ଯଦି ଆମେ ସେହି ଗ୍ରନ୍ଥକୁ ଅଧ୍ୟୟନ କରିବା ତା ହେଲେ ଆମେ ଏପରି କିଛି ସଙ୍କେତ ବିଷୟରେ ଜାଣିବୁ ଯାହା ଯଦି ଆମ ଜୀବନରେ ଘଟୁଛି ତା ହେଲେ ଆମ ଉପରେ ଭଗବାନଙ୍କ କୃପା ରହିଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ୪ଟି ସଙ୍କେତ ବିଷୟରେ କହିବାକୁ ଯାଉଛୁ ଯାହା ଯଦି ଆପଣଙ୍କ ଜୀବନରେ ଆସିଥାଏ ତା ହେଲେ ଆପଣ ବୁଝିଯାନ୍ତୁ ଆପଣ ଉପରେ ଭଗବାନଙ୍କ କୃପା ନିଶ୍ଚୟ ଅଛି । ଇଶ୍ଵରଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି ଅଥବା ଆପଣଙ୍କ ଇଷ୍ଟ ଦେବତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ସଙ୍କେତ ବିଷୟରେ ।


ସ୍ଵପ୍ନ ସିଦ୍ଧ ହେବା- ଯଦି ବନ୍ଧୁଗଣ ଆପଣ କୌଣସି ଭଲ ସ୍ଵପ୍ନ ଦେଖୁଛନ୍ତି ଓ ତାହା ସତ ହେଉଛି ତା ହେଲେ ବନ୍ଧୁଗଣ ଆପଣ ବୁଝି ଯାନ୍ତୁ ଆପଣଙ୍କ ଉପରେ ଭଗବାନଙ୍କ କୃପା ଅଛି । ଏହା ହେଉଛି ବନ୍ଧୁଗଣ ଆମର ପ୍ରଥମ ସଙ୍କେତ, ତେଣୁ ବନ୍ଧୁଗଣ ଆପଣଙ୍କୁ ଯଦି ଏହିପରିକା ସଙ୍କେତ ମିଳୁଛି ତା ହେଲେ ଆପଣ ନିଜ କର୍ମ କରି ଚାଲନ୍ତୁ ଓ ନିଜ ଇଷ୍ଟ ଦେବତାଙ୍କ ଆରାଧନା କରନ୍ତୁ । ଦେଖିବେ ଆପଣଙ୍କୁ ନିଜ ଜୀବନରେ କୌଣସି ସମସ୍ଯା ହେବ ନାହିଁ ।


ସ୍ଵପ୍ନରେ ସାଧୁ, ଦେବତା କିମ୍ବା ମନ୍ଦିର ଦେଖିବା- ଯଦି ବନ୍ଧୁଗଣ ଆପଣ ନିଜ ସ୍ଵପ୍ନରେ ସାଧୁ, ଦେବତା କିମ୍ବା କୌଣସି ମନ୍ଦିରକୁ ଦେଖୁଛନ୍ତି, ତା ହେଲେ ଆପଣ ବୁଝି ଯାନ୍ତୁ ଆପଣଙ୍କ ଉପରେ ଭଗବାନଙ୍କ କୃପା ଅଛି । ବନ୍ଧୁଗଣ ଏହା ହେଉଛି ଆମର ଦୁତୀୟ ସଙ୍କେତ । ହେଲେ ବନ୍ଧୁଗଣ ଯେଉଁ ଭଗବାନ ଆପଣଙ୍କ ସ୍ଵପ୍ନରେ ନଜର ଆସୁଛନ୍ତି ଆପଣ ସେହି ଦେବତାଙ୍କ ପୂଜା ନିଶ୍ଚୟ କରନ୍ତୁ । ଆପଣଙ୍କୁ ନିଶ୍ଚୟ ଶୁଭଫଳ ମିଳିବ ।


ଆପଣ ନିର୍ଣ୍ଣୟ ନେଇଥିବା ଯୋଜନା ବା କାମ ହଠାତ ସିଦ୍ଧ ହୋଇଯିବା- ଯଦି ବନ୍ଧୁଗଣ ଆପଣ ନିଜ ଜୀବନରେ କୌଣସି ଯୋଜନା ବା କିଛି ନୂଆ କାମ କରିବା ପାଇଁ ଚେଷ୍ଟା କରିଛନ୍ତି ଓ ଆପଣଙ୍କ କାମ ସିଦ୍ଧ ହୋଇଯାଇଛି, ତା ହେଲେ ଆପଣ ବୁଝିଯାନ୍ତୁ ଆପଣଙ୍କ ଉପରେ ଇଶ୍ଵରଙ୍କ କୃପା ରହିଛି । ଆପଣଙ୍କ ପିତୃ ଦେବ ଓ ଇଷ୍ଟ ଦେବତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି  ।


ଖରାପ ପରିସ୍ଥିତିରେ କୌଣସି ଖରାପ କାମ ନକରିବା- ବନ୍ଧୁଗଣ ଯଦି ଆପଣଙ୍କ ଜୀବନରେ କୌଣସି ଅସୁବିଧା ବା କୌଣସି ସମସ୍ଯା ଚାଲିଥାଏ ଓ ଆପଣ ସେହି ସମୟରେ କାହାର ଅନିଷ୍ଟ ବା କାହାର ଖରାପ କାମନା କରିନଥାନ୍ତି ତା ହେଲେ ଆପଣ ବୁଝି ଯାନ୍ତୁ ଆପଣଙ୍କ ଉପରେ ଭଗବାନଙ୍କ କୃପା ରହିଛି । ଏହା ଥିଲା ବନ୍ଧୁଗଣ ଆମର ଶେଷ ସଙ୍କେତ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *