ଆପଣଙ୍କ ମୋବାଇଲ ରେ ଅଛି କି ଏହି 8 Apps, ତୁରନ୍ତ କରନ୍ତୁ ଡିଲୀଟ, ନହେଲ…

ନମସ୍କାର ବନ୍ଧୁଗଣ ଆଜି କାଲି ର ଯୁଗ ହେଉଛି ମୋବାଇଲ ଫୋନ ର । ବଡ଼ ଲୋକ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଆଜି ମୋବାଇଲ ଫୋନ ଏବଂ ତାହା ବି ସ୍ମାର୍ଟ ଫୋନ । ତେବେ ସେମିତି ରେ ବି ଆଜି କାଲି ର ଯୁଗରେ ବିନା ସ୍ମାର୍ଟ ଫୋନ ରେ କୌଣସି କାର୍ଯ୍ୟ ହେଉ ବି ନାହିଁ । ଏହି ମୋବାଇଲ ଫୋନ ରେ କୌଣସି କାର୍ଯ୍ୟ ର ଆବେଦନ କରିବା ଠାରୁ ଆରମ୍ଭ କରି ବ୍ୟଙ୍କ ର ସମସ୍ତ କାର୍ଯ୍ୟ ଏହି ମୋବାଇଲ ଫୋନ ରେ ହୋଇଥାଏ ।

ତେବେ ଏହି ଆଠ ଟି ଆପ କଣ ଆପଣଙ୍କ ଫୋନ ରେ ରହିଛି କି ତେବେ ତୁରନ୍ତୁ କରି ଦିଅନ୍ତୁ ଡିଲିଟ । ତେବେ ଆସନ୍ତୁ ଏହାର କାରଣ କଣ ସେ ବିଷୟରେ ଆଲୋଚନା କରି ନେବା । ଫୁଣି ଥରେ ପ୍ରତ୍ୟାବର୍ତ୍ତନ କରିଛି ଜୋକର ମାଲୁୱେୟର । ୱକିଲ ସିକ୍ୟୁରୀଟି ଲ୍ୟାବ ର ଗବେଷକ ମାନେ ଗୁଗୁଲ ପ୍ଲେଷ୍ଟୋର ରୁ ଆଠଟି ଆପ ପାଇଛନ୍ତି ଯେଉଁଥିରେ ଜୋକର ମାଲୱେୟର ମିଳିଛି ।

ଗବେଷକ ମାନେ କହିଛନ୍ତି ଯେ ଯଦି ଆପଣଙ୍କ ମୋବାଇଲ ରେ ଏହି ଆଠ ଟି ଆପ ମଧ୍ୟ ରୁ କୌଣସି ଗୋଟିଏ ଆପ ରହିଛି ତେବେ ଆପଣ ତୁରନ୍ତ ଏହାକୁ ଡ଼ିଲିଟ କରି ଦିଅନ୍ତୁ । ଜୋକର ହେଉଛି ସବୁଠାରୁ ବିପଦ ଜନକ ମାଲୱେୟର । ଏହା ଏକ ଏଭଳି ଏକ ଭାଇରସ ଯାହା ପ୍ରତି ମାସ ରେ ଗୁଗୁଲ ପ୍ଲେଷ୍ଟୋର କୁ ଫେରିବାକୁ ରାସ୍ତା ଖୋଜିବାରେ ସଫଳ ହୋଇଯାଏ ଏହି ଭାଇରସ ଆପଣଙ୍କ ତଥ୍ୟ ଚୋରି କରି ନେଇଥାଏ ।

ଏମିତି ତଥ୍ୟ ଯେଉଁଥିରେ ରହିଥାଏ ଆପଣଙ୍କ ମେସେଜ ଏବଂ କଣ୍ଟାକଟ ଲିଷ୍ଟ ଓଟିପି ଭଳି ଗୁରୁତ୍ୱ ପୂର୍ଣ ତଥ୍ୟ । ଯଦି ଓ ଗୁଗୁଲ ଏହି ଆପ ଗୁଡିକୁ ଗୁଗୁଲ ପ୍ଲେଷ୍ଟୋର ରୁ ଡିଲିଟ କରିଦେଇଛି । କିନ୍ତୁ ଯଦି କୌଣସି ବ୍ୟବହାର କାରି ଙ୍କ ଦ୍ୱାରା ଡାଉନଲୋଡ ହୋଇଥାଏ ତେବେ ଯେ ପର୍ଯ୍ୟନ୍ତ ଆପଣ ସେହି ଆପ ଗୁଡିକ କୁ ଡ଼ିଲିଟ କରି ନାହାନ୍ତି ସେ ପର୍ଯ୍ୟନ୍ତ ଏହା ଆପଣଙ୍କ ଫୋନ ରେ ରହିବ ।

ତେବେ ସେ ଆପ ଗୁଡ଼ିକ ହେଉଛି ଅକ୍ସୀଲେୟାରୀ ମେସେଜ, ଫାଷ୍ଟ ମ୍ୟାଜିକ ଏସେମେସ, ଫ୍ରି କ୍ୟାମ ସ୍କାନର, ସୁପର ମେସେଜ, ଏଲିମେଣ୍ଟ ସ୍କାନର,ଗୋ ମେସେଜ,ଟ୍ରାଭେଲସ ୱାଲପେପର୍ସ, ସୁପର ଏସେମେସ,ଯଦି ଏହି ଆଠଟି ଆପ ଭିତରୁ ଗୋଟିଏ ବି ଆପ ଅଛି ତେବେ ଏହାକୁ ତୁରନ୍ତ ଡିଲିଟ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *