ଆପଣଙ୍କ ଗ୍ୟାସ ସିଲିଣ୍ଡର କେତେ ଦିନରେ ହେବ ଖାଲି, ପତ୍ତା ଲଗାଇବା ପାଇଁ ଫଲୋ କରନ୍ତୁ ଏହି ଟ୍ରିକ

ବନ୍ଧୁଗଣ ଦିନକୁ ଦିନ ବଢି ଚାଲିଛି ରୋଷେଇ ଗ୍ୟାସ ସିଲିଣ୍ଡରର ଦର । ଗୋଟିଏ ସିଲିଣ୍ଡରକୁ ଏକ ମାସ ଚଳେଇବା ବହୁତ କଷ୍ଟକର ହେଉଛି । ଲୋକେ ଚାହାଁନ୍ତି ସିଲିଣ୍ଡର ଯେମିତି କଷ୍ଟ ମଷ୍ଟରେ ଏକ ମାସ ଚାଲିଯାଉ । ହେଲେ ରୋଷେଇ ବେଳେ ତ ଏହାର ହିସାବ ରଖିବା ମୁସ୍କିଲ । ତେଣୁ ଆପଣଙ୍କୁ ଏହାର ଟେକନିନ ଜାଣିବା ଉଚିତ ଯେ, ଏହାକୁ ଯେମିତି ଅଧିକ ଦିନ ଚଲେଇ ହେବ ।

କଣ କଲେ ଗ୍ୟାସ ଯେମିତି ଅଧିକ ଦିନ ଯିବ ଓ କେମିତି ଜାଣିବେ ସିଲିଣ୍ଡରରେ ଆଉ କେତେ ଗ୍ୟାସ ଅଛି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଯେତେବେଳେ ଘରେ ନୂଆ ସିଲିଣ୍ଡର ଲାଗିଥାଏ ସେତେବେଳେ ଏହା ବହୁତ ଭଲ ଭାବରେ ଚାଲିଥାଏ । କିନ୍ତୁ ତା ପରେ ଯେମିତି ଚୁଲାର ଆଞ୍ଚ କମ ହେବାକୁ ଲାଗେ ସେତେବେଳେ ଆପଣ ଅନୁମାନ କରିପାରନ୍ତି ଯେ ଆପଣଙ୍କ ଗ୍ୟାସ ଶେଷ ହେବାକୁ ଯାଉଛି ।

ଏହି ହଡବଡିରେ ଆପଣ ସିଲିଣ୍ଡରକୁ ହଲାଇ ଦେଖିଥାନ୍ତି ।ସିଲିଣ୍ଡରର ଓଜନ ଅନୁଯାଇ ଆପଣ ଅନୁମାନ ଲଗାଇଥାନ୍ତି ଯେ ଗ୍ୟାସ ଅଛି ନା ନାହିଁ । ବନ୍ଧୁଗଣ ଏହି ଉପାୟ ଭୁଲ ଅଟେ ଓ ଏଥିରେ ଆପଣଙ୍କର କ୍ଷତି ମଧ୍ୟ ସହିବାକୁ ପଡିପାରେ । ଯଦି ଏହି ପରି ଭାବରେ ଆପଣ ଗ୍ୟାସ ଚେକ କରୁଛନ୍ତି ତା ହେଲେ ଆଉ କରନ୍ତୁ ନାହିଁ ।

ଯେତେବେଳେ ଆପଣ ଗ୍ୟାସକୁ ହଲାଇ ଥାନ୍ତି ସେତେବେଳେ ଆପଣଙ୍କର ହିଁ କ୍ଷତି ହୋଇଥାଏ କାରଣ ସିଲିଣ୍ଡରରେ ଯଦି କିଛି ବଳକା ଗ୍ୟାସ ରହିଯାଇଥାଏ ତାହା ହଲେଇବା ଦ୍ଵାରା ନଷ୍ଟ ହୋଇଯାଇଥାଏ । ଗ୍ୟାସ ମାପିବା ପାଇଁ ଆପଣ ଏକ କପଡା ନିଅନ୍ତୁ ।ସେହି କପଡାକୁ ଆପଣ ଓଦା କରି ସିଲିଣ୍ଡର ଉପରେ ଘୋଡାଇ ଦିଅନ୍ତୁ । ଏହା ପରେ ଆପଣ କିଛି ସମୟ ଅପେକ୍ଷା କରନ୍ତୁ ଓ ଦେଖନ୍ତୁ ସିଲିଣ୍ଡରର କେତେ ଭାଗ ଓଦା ଦେଖା ଯାଉଛି ଓ କେତେ ଭାଗ ସୁଖୀ ଯାଇଛି ।

ଶୁଖିଲା ଦେଖା ଯାଉଥିବା ଗ୍ୟାସ ଶେଷ ହୋଇଯାଇଛି ଓ ଯେତିକି ଓଦା ଦେଖା ଯାଉଛି ସେତିକି ଗ୍ୟାସ ଅଛି । ତେଣୁ ବନ୍ଧୁଗଣ ଏହା ପରଠାରୁ ସିଲିଣ୍ଡରକୁ ଆଉ ନହଲାଇ ଆପଣ ମାନେ ଏହି ପରି ସହଜ ସରଳ ଉପାୟରେ ଚେକ କରନ୍ତୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଉପାୟଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *