‘ଦୁଃଖ ନେଇ ମୁଁ ଘର ଛାଡି ଚାଲି ଯାଉଛି, ତୁମେ ସବୁବେଳେ ସୁଖରେ ରୁହ….’ ଅନୁଭବଙ୍କ ଘର ଛାଡିଲେ ବର୍ଷା, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ବର୍ତ୍ତମାନ ତାଙ୍କ ଶାଶୁଘର ସବୁଦିନ ପାଇଁ ଛାଡି ଦେଇଛନ୍ତି । ତେବେ ସେ ଯେତେବେଳେ ସୁଖରେ ଟିକିଏ ରହିବେ ବୋଲି ଭରଷା କରିଥିଲେ ଅନୁଭବ ମହାନ୍ତି କୁ ସେତେବେଳେ ସେ ଭାବିନଥିଲେ ଯେ ତାଙ୍କ ଜୀବନ ନୌକା ଟି ଏହିଭଳି ଅଧା ବାଟରେ ଡୁବିଯିବ । ଚଳଚିତ୍ର ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ନିଜ ଘରେ ପ୍ରବେଶ କରିବା ପାଇଁ ଶନିବାର ପୁରୀଘାଟ ଥାନା ପୋଲିସର ସହାୟତା ଲୋଡିଛନ୍ତି ।

ତେବେ ଆଗକୁ ଆସୁଛି ନିର୍ବାଚନ ଏଥି ନିମନ୍ତେ କୌଣସି ପରିସ୍ଥିତିରେ ମଧ୍ୟ ରିସ୍କ ନେବାକୁ ଚାହୁଁ ନାହାଁନ୍ତି ସାଂସଦ ଅନୁଭବ ମହାନ୍ତି । ସେଥିପାଇଁ ବର୍ଷା ଘର ଛାଡିବା ପରେ ନିଜ ଘରକୁ ନିଜେ ଅନୁଭବ ଯିବା ପୂର୍ବ ରୁ ପୋଲିସ ର ସହାୟତା ଲୋଡିଛନ୍ତି । ଅଗଷ୍ଟ ୩୦ ତାରିଖରେ ବର୍ଷା ପ୍ରିୟଦର୍ଶନୀ ଙ୍କୁ ଏକ ମାସ ଭିତରେ ତାଙ୍କ ଘର ଛାଡିବା ପାଇଁ ଆଦେଶ ଦେଇଥିଲେ କୋର୍ଟ ।

ଆଉ ଶୁକ୍ରବାର ସମୟସୀମା ପୂରଣ ହୋଇଯାଇଥିବା ବେଳେ ବର୍ଷା ଶାଶୁଘର ଛାଡି ନିଜ ଘରକୁ ଚାଲିଯାଇଛନ୍ତି । ଆଉ ଯିବା ସମୟରେ ଅନେକ କିଛି ଭାବନା ନିଜ ମନରେ ଭାବିଯାଇଛନ୍ତି । ତେବେ ପୋଲିସ ଉପସ୍ଥିତ ରେ ଅନୁଭବ ନିଜ ଘରେ ପ୍ରବେଶ କରିବା ପାଇଁ ପୁରୀଘାଟ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି । ଆଉ ଏହାକୁ ପୋଲିସ ଗ୍ରହଣ କରିବା ସହିତ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।

କିନ୍ତୁ ଅନୁଭବ ଏବଂ ବର୍ଷା ଙ୍କର ଏହି ଯୋଡି କୁ ଦେଖିବାକୁ ଦର୍ଶକେ ବହୁତ ଭଲ ପାଇଥାନ୍ତି । ଏଭଳି ବିଛେଦ ହୋଇଯିବ ଦେଖି ଲକ୍ଷାଧିକ ଫ୍ୟାନ୍ସ ମାନଙ୍କ ହୃଦୟକୁ ଆଘାତ ଲାଗିଛି । ଦିନ ପରେ ଦିନ ଏହିଭଳି ଗଡି ଗଡି ଯାଉଥିଲା ମାତ୍ର କୌଣସି ନିର୍ଦ୍ଧିଷ୍ଠ ନିଷ୍ପତ୍ତି ରେ କେହି ପହଞ୍ଚି ପାରୁନଥିଲେ । ବର୍ତ୍ତମାନ କୋର୍ଟ ଙ୍କ ନିର୍ଦ୍ଧେଶ କ୍ରମେ ଉଭୟଙ୍କ ବିଛେଦ ଏକ ନୂଆ ମୋଡ ନେବାକୁ ଯାଉଛି ।

ବର୍ଷା ଙ୍କର ଯାହା ଆଶା ଥିଲା ତାହା ସଂପୂର୍ଣ୍ଣ ଭାବରେ ନିରାଶାରେ ପାଲଟିଗଲା । ଏବଂ ସେ ଅନୁଭବ ଙ୍କ ଠାରୁ ଅଲଗା ହେବେ ବୋଲି ମନରେ ଚିନ୍ତା କରି ସାରିଛନ୍ତି । ଏବଂ ଘର ମଧ୍ୟ ଛାଡିଦେଇଛନ୍ତି । ତେବେ ଭଗବାନ ଙ୍କ ପାଖରେ ପ୍ରାର୍ଥନା ନିଜ ନିଜ ଜୀବନରେ ଉଭୟ ବେସ ଉନ୍ନତି କରନ୍ତୁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *