‘ଚାବି ନିଅ…ଏବେ ତୁମ ଘର ତୁମେ ସମ୍ଭାଳ, ମୁଁ ବାଧ୍ୟ ହେଇ ସେ ଘର ଚାବି ରଖିଥିଲି କାହିଁକି ନା…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁ ଚର୍ଚିତ ଓଡିଆ ଷ୍ଟାର କଳି ବର୍ଷା ଓ ଅନୁଭବଙ୍କର ଏବେ ପର୍ଯ୍ୟନ୍ତ ପାରିବାରିକ କଳିର ସମାଧାନ ହୋଇପାରୁନାହିଁ ।  ମାସକୁ ମାସ ତାରିଖ ଗଡିବାରେ ଲାଗିଛି କିନ୍ତୁ କୋର୍ଟରେ କିଛି ମଧ୍ୟ ସମାଧାନର ବାଟ ଫିଟି କେଶର ସଂପୂର୍ଣ୍ଣ ସମାଧାନ ହୋଇପାରୁନାହିଁ । ବର୍ଷା ଅନୁଭବଙ୍କ ଘରର ଚାବି କଟକର ଫ୍ଯାମିଲି କୋର୍ଟକୁ ଆସି ଅନୁଭବଙ୍କୁ ଫେରାଇ ଦେଇଥିଲେ ।

ବର୍ଷାଙ୍କ କହିବା ଅନୁସାରେ ଅନୁଭବଙ୍କ ଘରେ ମୋର ରହିବାର କୌଣସି ଇଛା ନଥିଲା । କେବଳ ମୋର କିଛି ଅତ୍ୟାବଶ୍ୟକ ଜିନିଷ ସେହି ଠାରେ ରହିଯାଇଥିଲା ତେଣୁ ମୁଁ ତମକୁ ଘରର ଚାବି ଦେଇନଥିଲି । ବର୍ଷା ଓ ଅନୁଭବଙ୍କ ବିବାଦ ଲାଗିବା କାରଣରୁ କୋର୍ଟରେ ଏହି କଥାର ଶୁଣାଣୀ ହୋଇଥିଲା । ବାଦ ବିବାଦ ଯୋଗୁ ବର୍ଷା ଶାଶୁ ଘର ଛାଡିବା ସତ୍ବେ ଅନୁଭବଙ୍କୁ ଘରର ଚାବି ଫେରାଇ ଦେଇନଥିଲେ ।

ବର୍ଷା ଘରର ଚାବି ଅନୁଭବଙ୍କୁ ଦେଇନଥିବା ଅଭିଯୋଗରେ ଅନୁଭବ କୋର୍ଟରେ ଆବେଦନ କରିଥିଲେ । ବର୍ଷା ଓ ଅନୁଭବଙ୍କ ପାରିବାରିକ କଳହ କାରଣରୁ କୋର୍ଟର ନିସ୍ପତି ଅନୁସାରେ ବର୍ଷା ଶାଶୁ ଘରୁ ଛାଡି ଦେଇଥିଲେ କିନ୍ତୁ ଅନୁଭବ ତାଙ୍କ ପୈତୃକ ଘରକୁ ଫେରି ପାରୁନଥିଲେ । କାରଣ ବର୍ଷା ତାଙ୍କ ଘରର ଚାବି ତାଙ୍କ ସାଥିରେ ନେଇ ଚାଲି ଯାଇଥିଲେ । ତାପରେ କୋର୍ଟରେ ଯେତେବେଳେ ଅନୁଭବ ଘରର ଚାବି ନଫେରାଇବା କଥାକୁ ନେଇ ଆବେଦନ କରିଥିଲେ ।

ସେତେବେଳେ କୋର୍ଟର ନିସ୍ପତି ଅନୁସାରେ ବର୍ଷାଙ୍କୁ ୨ ତାରିଖରେ ଚାବି ଅନୁଭବଙ୍କୁ ଫେରାଇବା ପାଇଁ ଶୁଣାଣୀ କରିଥିଲେ । ଏହି କଥାର ଶୁଣାଣୀ ଶୁଣି ବର୍ଷା ଜମାରୁ ମଧ୍ୟ ହେଳା ହେଳା କରିନଥାନ୍ତି । ଠିକ ୨ ତାରିଖରେ କୋର୍ଟରେ ପହଞ୍ଚି ଅନୁଭବକୁ ତାଙ୍କ ପୈତୃକ ଘରର ଚାବି ଫେରାଇ ଦେଇଛନ୍ତି । କଟକର ଫ୍ୟାମିଲି କୋର୍ଟରେ ନଭେମ୍ବର ୨ ତାରିଖରେ ଶୁଣାଣୀ ଥିଲା । ତେଣୁ ସେଠାରେ ବର୍ଷା ଓ ଅନୁଭବ ୨ ଜଣଙ୍କୁ ଦେଖିବାକୁ ମିଳିଥିଲା ।

ଆଗ ସମୟରେ ବର୍ଷା କୋର୍ଟଙ୍କ ଶୁଣାଣୀଙ୍କୁ ଅବହେଳା କରୁଥିଲେ ହେଁ କୋର୍ଟର କଡା ତାଗିଦ ଯୋଗୁ ଏବେ ବର୍ଷା ନିଜକୁ ସଂପୂର୍ଣ୍ଣ ସୁଧାରୀ ଦେଇଛନ୍ତି । ଯେଉଁ କାରଣରୁ ସେ କୋର୍ଟର ତାରିଖକୁ ଅବମାନନା ନକରି ଠିକ ସମୟରେ ଆସି କୋର୍ଟରେ ଉପସ୍ଥିତ ହେଇଛନ୍ତି । କୋର୍ଟର ଶୁଣାଣୀ ତାରିଖ ପୂର୍ବ ଦିନ ଧାମନଗର ପ୍ରଚାର କାର୍ଯ୍ୟରେ ବର୍ଷା ବ୍ୟସ୍ତ ରହିଥିଲେ ।

ତଥାପି ତାଙ୍କ ବ୍ୟସ୍ତ ବହୁଳ ସମୟ ମଧ୍ୟରୁ କୋର୍ଟ ପାଇଁ ସମୟ କାଢି ଠିକ ତାରିଖରେ କୋର୍ଟରେ ହାଜର ହୋଇଥିଲେ । ବର୍ଷା ଓ ଅନୁଭବ ଅଲଗା ରହୁଥିବା ସତ୍ବେ ତାଙ୍କର ଡିଭୋର୍ସ ଏପର୍ଯ୍ୟନ୍ତ ହୋଇପାରୁନଥିଲା । ବର୍ତ୍ତମାନ ସ୍ଥିତିରେ ଯଦି ବର୍ଷା ଓ ଅନୁଭବ କୋର୍ଟର ଶୁଣାଣୀ ତାରିଖରେ ଠିକ ସମୟରେ କୋର୍ଟରେ ହାଜର ହୋଇବେ, ତେବେ ବହୁ ଶୀଘ୍ର କେସ୍ ର ସମାଧାନ ହୋଇଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *