ଇଏ ଏକ ବିରଳ ମାମଲା, ଏ ପତି-ପତ୍ନୀଙ୍କ କାହାଣୀ ଆପଣଙ୍କୁ କନ୍ଦାଇ ଦେବ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ସ୍ଵାମୀ ଜେଲ୍ କୁ ଗଲେ । ଏଭଳି ଏକ ଅପ୍ରିୟ ଘଟଣା ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନାର ଅଞ୍ଚଳରେ ଦେଖିବାକୁ ମିଳିଛି । ମାସେ ନୁହେଁ କି ବର୍ଷେ ପୁରା ୨୦ ବର୍ଷ ଜେଲ୍ ସହ ୧୦, ୦୦୦ ଟଙ୍କାର ଜୋରିମାନା ସହିତ ତାଙ୍କୁ ଜେଲରେ ସଶ୍ରମ କାରାଦଣ୍ଡର ଆଦେଶ ମିଳିଛି । ସ୍ଵାମୀଙ୍କୁ ଜେଲ୍ ଯିବାର ଦେଖି ସ୍ତ୍ରୀ ଜଣଙ୍କ କଇଁ କଇଁ ହୋଇ କାନ୍ଦିଛନ୍ତି ଓ ତାଙ୍କୁ ତାଙ୍କ ସ୍ଵାମୀ ଠାରୁ ଅଲଗା ନକରିବା ପାଇଁ କହିଛନ୍ତି ।

ଆଇନ୍ କିନ୍ତୁ ସ୍ତ୍ରୀ ଆଖିର ଲୁହ ଦେଖିପାରୁନାହିଁ, ଆଇନ୍ କେବଳ ତଥ୍ୟ ପ୍ରମାଣକୁ ଆଧାର କରି ସ୍ଵାମୀଙ୍କୁ ଜେଲ୍ ପଠାଇ ଦେଇଛି । ଏହି କଥା ପଛର ରହସ୍ୟ ହେଉଛି ଯେତେବେଳେ ଏହି ବିବାହିତ ମହିଳା ଜଣଙ୍କ ବିବାହ କରିନଥିଲେ । ସେତେବେଳେ ଗୋବର୍ଦ୍ଧନ ନାୟକ ନାମକ ଜଣେ ପୁରୁଷ ତାଙ୍କ ସହିତ ଗଣଦୁଷ୍କର୍ମ  କରିଥିଲା ।

ନାବାଳିକା ଜଣଙ୍କ ଏପରି ଦୁଷ୍କର୍ମ ଘଟଣା ସମସ୍ତଙ୍କୁ କହିଦେବେ ବୋଲି ଯୁବକ ଜଣଙ୍କ ତାଙ୍କୁ ବିବାହ କରିବା ପାଇଁ ନେହୁରା ହୋଇଥିଲେ । କିଛି ଦିନ ପରେ ପୁନଶ୍ଚ ଯୁବକ ଜଣଙ୍କ ବିବାହ କରିବା ପାଇଁ ମନା କରିଦେଇଥିଲେ । ଏଥିପାଇଁ ନାବାଳିକାଙ୍କ ମାମୁଁ ଏହି ଘଟଣା ପାଇଁ ୨୦୨୧ ମସିହା ଜାନୁଆରୀ ୧ ତାରିଖ ଦିନ ଥାନାରେ ଯୁବକ ନାଁରେ ଏତଲା ଦେଇଥିଲେ ।

ଏତଲା ପରେ ଥାନା ଲୋକ ଗୋବର୍ଦ୍ଧନଙ୍କ ନାମରେ ବିଭିନ୍ନ ଦଫା ଲଗାଇ କୋର୍ଟ ଚାଲାଣ ମଧ୍ୟ କରିଥିଲେ । ସେହି ବର୍ଷ ଅଗଷ୍ଟ ମାସରେ ଗୋବର୍ଦ୍ଧନଙ୍କୁ ଜାମିନ ମିଳିଗଲା । ଏହି ସମୟ ଅବଧିରେ ଗୋବର୍ଦ୍ଧନଙ୍କ ମନ ବଦଳି ଯାଇଥିଲା । ସେ ନିଜ ଭୁଲ୍ ପାଇଁ ଅନୁତପ୍ତ ହୋଇ ସେହି ପୀଡ଼ିତା ଯୁବତୀଙ୍କ ସହିତ ବାହା ହେବା ପାଇଁ ରାଜି ହୋଇଥିଲେ । ସେହି ସମୟରେ ଯୁବତୀ ଜଣଙ୍କ ସାବାଳିକା ହୋଇ ଯାଇଥିବାରୁ ଉଭୟଙ୍କ ସମ୍ମତି ଅନୁସାରେ ମନ୍ଦିରରେ ବିବାହ ହୋଇଥିଲା ।

ବିବାହ ପର ଠାରୁ ଦାମ୍ପତ୍ୟ ଜୀବନ ବହୁତ ହସ ଖୁସିରେ ଚାଲୁଥିଲା କିନ୍ତୁ ସେମାନଙ୍କ ଏହି ଖୁସି ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଟିଲା ନାହିଁ । ଯେହେତୁ ଗୋବର୍ଦ୍ଧନଙ୍କ ନାମରେ କିଛି ଦିନ ପୂର୍ବେ ଦୁଷ୍କର୍ମକୁ ନେଇ ମୋକଦ୍ଧମା ଚାଲିଥିଲା । ତେଣୁ ଅନୁଗୁଳ ଅଦାଲତରେ ଗତ ୩୧ ତାରିଖରେ ସେହି ପୁରୁଣା ମାମଲାର ଶୁଣାଣୀ କରିଥିଲେ ।

୨୩ ଜଣ ସାକ୍ଷୀ ଓ ପରିପାର୍ଶ୍ଵିକ ସ୍ଥିତି ଆଧାରରେ କେଶର ବିଚାର ହେବା ପରେ ଗୋବର୍ଦ୍ଧନଙ୍କୁ ୨୦ ବର୍ଷ ଜେଲ୍ ହୋଇଯାଇଥିଲା । ସ୍ଵାମୀଙ୍କୁ ଜେଲ୍ ହୋଇଯିବା କଥା ଶୁଣି ତାଙ୍କ ଧର୍ମ ପତ୍ନୀ କଇଁ କଇଁ ହୋଇ କାନ୍ଦିବା ସହିତ ତାଙ୍କ ସ୍ଵାମୀଙ୍କୁ କିପରି ତାଙ୍କ ପାଖକୁ ଅଣାଯାଇପାରିବ ସେହି ବିଷୟରେ ସେ ସମସ୍ତଙ୍କୁ ନେହୁରା ହେଉଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *