ଅନୁଭବଙ୍କ ବିରୁଦ୍ଧରେ କେସ କଲେ ବର୍ଷା, କହିଲେ ସବୁଦିନ ରାତିରେ ସାଙ୍ଗମାନଙ୍କ ସହିତ ମଦ ପିଇ ମୋ ସହିତ…..

ଅଲିଉଡ ର ସୁପର ଷ୍ଟାର ଅନୁଭବ ମହାନ୍ତି ଓ ଅଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଏକା ସହିତ ଫିଲ୍ମ କରିବା ପରେ ପ୍ରେମ ବିବାହ କରିଥିଲେ । କିନ୍ତୁ ଏହି ଯୋଡି ଏବେ ଭାଙ୍ଗିବାକୁ ଯାଉଛି । ଆଜ୍ଞା ହଁ, ଅନୁଭବ ଙ୍କ ବିରୁଦ୍ଧରେ ଘରୋଇ ହିଂସା ର ଅଭିଯୋଗ ଆଣିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସେ କଟକର ସବ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ ରେ ଡୋମେଷ୍ଟିକ ଭାୟୋଲାନ୍ସ ର କେସ ରୁଜୁ କରିଛନ୍ତି । ଅଗଷ୍ଟ 7 ତାରିଖରେ ଆଡଭୋକେଟ ଆରକେ ରଥ ଅଗଷ୍ଟ 7 ତାରିଖରେ ରୁଜୁ କରିଥିଲେ ଓ ଏହାର ଶୁଣାଣି ସେପ୍ଟେମ୍ବର 7 ତାରିଖରେ ହେବ ।

ଏ ପର୍ଯ୍ୟନ୍ତ ଏହାର ସବିଶେଷ ବିବରଣୀ ପବ୍ଲିକ ପାଖରେ ପହଞ୍ଚି ନଥିଲେ ମଧ୍ୟ କୁହା ଯାଉଛି କି ବର୍ଷା ନିଜ ଅଭିଯୋଗରେ ଦର୍ଶାଇଛନ୍ତି କି ଅନୁଭବ ମହାନ୍ତି ତାଙ୍କ ଉପସ୍ଥିତିରେ ନିଜର ମଦ୍ୟପ ସାଙ୍ଗମାନଙ୍କ ସହ ବେଡ ରୁମ ରେ ମଦ୍ୟପାନ କରନ୍ତି । ସେ ଏହାର ବିରୋଧ କଲେ ତାଙ୍କୁ ଘରୁ ଧକା ମାରି ବାହାର କରି ଦିଅନ୍ତି । ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଅନ୍ତି ।

ସେ ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି କି ଅନୁଭବ ଙ୍କର ଚଳଚିତ୍ର ଜଗତର ଅନ୍ୟ ଝିଅମାନଙ୍କ ସହିତ ଖରାପ ସମ୍ପର୍କ ରହିଛି । ଯଦି ଏହି ଖବର ସତ୍ୟ ହୋଇଥାଏ ତେବେ ଏହା ନିଶ୍ଚିତ ରୂପେ ଏକ ନିନ୍ଦନୀୟ କଥା । ଘର ଭଡ଼ା ବାବଦରେ ୨୦,୦୦୦ ଟଙ୍କା, ମାସିକ ଭରଣପୋଷଣ ନିମନ୍ତେ ୫୦,୦୦୦ ଟଙ୍କା, କ୍ଷତି ପୂରଣ ବାବଦ କୁ ୧୩ କୋଟି ଟଙ୍କା ଅନୁଭବ ଙ୍କ ଠାରୁ ଦାବି କରିଛନ୍ତି ବର୍ଷା ପ୍ରିୟା ଦର୍ଶିନୀ । ଏଥିରୁ ଯାହା ଅନୁମାନ କରା ଯାଉଛି ଏ ଦୁଇ ଜଣ ବହୁତ ଜଲ୍ଦି ଅଲଗା ହୋଇଯିବେ ଓ ଏଥିପାଇଁ ବର୍ଷା ତାଙ୍କ ଠାରୁ କ୍ଷତି ପୂରଣ ଦାବି କରୁଛନ୍ତି ।

ତେବେ ଆପଣଙ୍କୁ କଣ ଲାଗୁଛି ଏ ବିଷୟରେ ନିଜର ମତାମତ ଆମକୁ ଜଣାନ୍ତୁ । ଦୈନନ୍ଦିନ ଘଟୁଥିବା ସବୁ ଖବରର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *