ମାତ୍ର ୨ ମିନିଟ୍ ରେ ଘରୁ ପଳେଇବେ ସବୁ ମୁଷା, କରନ୍ତୁ ଏହି ଉପାୟ

ବନ୍ଧୁଗଣ ସମସ୍ତଙ୍କ ଘରେ ମୂଷା ମାନଙ୍କ ସମସ୍ୟା ଏକ ସାଧାରଣ କଥା ଅଟେ । ଏମିତିରେ ବି ମୂଷାମାନେ ପ୍ରତ୍ୟେକଙ୍କ ଘରେ ଦେଖିବାକୁ ମିଳନ୍ତି । ଏମାନଙ୍କ ଦ୍ଵାରା ଘର କପଡା, ଲୁଗାପଟା, ଖାଦ୍ଯ ଜିନିଷ, ଶସ୍ୟ ନଷ୍ଟ ହେବା ସହିତ ସର୍ବଦା ରୋଗ ପ୍ରବାହିତ ହେବାର ମଧ୍ୟ ସମ୍ଭାବନା ରହିଥାଏ । ଖାସ କରି ଛୋଟ ପିଲା ଥିବା ଘରକୁ ମୂଷା ମୁକ୍ତ କରିବା ନିହାତି ଜରୁରୀ ଅଟେ ।

ମୂଷା ମାନେ କେବଳ ଘରର ଜିନିଷକୁ ନଷ୍ଟ କରି ନଥାନ୍ତି ବରଂ ଏହି ମୂଷାମାନଙ୍କ ଯୋଗୁ ଅନେକ ପ୍ରକାରର ରୋଗ ହେବାର ମଧ୍ୟ ଡର ରହିଥାଏ । ବେଳେ ବେଳେ ରାତିରେ ଯେତେବେଳେ ଆପଣ ଆରାମରେ ସୋଇଥାନ୍ତି ସେତେବେଳେ ଏହି ମୁଷାମାନେ ମଧ୍ୟ ଆପଣଙ୍କ ପାଦକୁ କାମୁଡି ଖଣ୍ଡିଆ କରି ଦେଇଥାନ୍ତି । ଛୋଟ ନବଜାତ ଶିଶୁଙ୍କୁ ମଧ୍ୟ ଏମାନଙ୍କ ଠାରୁ ଦୂରେଇ ରଖିବା ନିହାତି ଜରୁରୀ ଅଟେ ।

ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିବା ଘରକୁ ମୁଶାଙ୍କ ଦାଉରୁ ମୁକ୍ତ କରିବା ପାଇଁ ଆମେ କଣ କରି ପାରିବା । ଆମେ ବହୁତ ପ୍ରକାରର ଚେଷ୍ଟା ତ କରୁଛେ କିନ୍ତୁ ଏହି ମୂଷା ମାନଙ୍କ ପାଇଁ ଏମିତି କଣ କରିବା କି ସବୁ ଦିନ ପାଇଁ ମୁକ୍ତି ମିଳିଯିବ ।

ଯଦି ମୂଷାମାନେ ଘରେ ଗାତ କରିଛନ୍ତି ତେବେ ପୁଦିନା ବ୍ୟବହାର ଲାଭଦାୟକ ହେବ। ମୂଷାମାନେ ଏଇ ପୁଦିନା ଗନ୍ଧକୂ ସହି ପାରନ୍ତି ନାହିଁ । ପୁଡିନା ତେଲରେ କୌଣସି ସୂତା କପଡା ବା ତୁଳା ଗୁଡାଇ ମୂଷା ଗାତ ପାଖରେ ରଖି ଦିଅନ୍ତୁ । ଏହା ଦ୍ଵାରା ମୂଷା ଘର ଛାଡି ଚାଲି ଯାଇଥାନ୍ତି ।

ଦ୍ଵିତୀୟ ଉପାୟଟି ହେଲା ପିଆଜ ଗନ୍ଧକୁ ମଧ୍ୟ ମୂଷାମାନେ ଘୃଣା କରିଥାନ୍ତି । ଅଳ୍ପ ପିଆଜ ଗୁଣ୍ଡ ଗୁଣ୍ଡ କାଟି ସେମାନଙ୍କ ଯିବା ଆସିବା ବାଟ ବା ସେମାନେ ଆସୁଥିବା ଜାଗାରେ ରଖି ଦିଅନ୍ତୁ । ଏହା ଦ୍ଵାରା ମୂଷାମାନେ ଏହି ପିଆଜ ଗନ୍ଧରେ ଆଉ ଆପଣଙ୍କ ଘର ମାଡିବେ ନାହିଁ ।

ଆଶା କରୁଛୁ ଆମର ଏହି ଟିପ୍ସ ଗୁଡିକ ଆପଣଙ୍କ କାମରେ ନିଶ୍ଚୟ ଆସିବ, ଭଲ ଲାଗିଲେ ଏହାକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *