ଅନୁଭବଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣିଲେ ବର୍ଷା, କହିଲେ ବହୁତ ମହିଳାଙ୍କ ସହିତ ରହିଛି ତାଙ୍କର ସମ୍ପର୍କ

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ବର୍ଷା ପ୍ରିୟଦର୍ଶିନୀ ନିଜ ସ୍ଵାମୀ ଓଡିଆ ଫିଲ୍ମ ସୁପର ଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁ ରେ ଘରୋଇ ହିଂସାର ଅଭିଯୋଗ ଆଣି ଅଦାଲତର ଦ୍ଵାରସ୍ଥ ହୋଇଛନ୍ତି । ୨୦୧୪ ମସିହାରେ ଅନୁଭ୍ବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । ବାହାଘର ର ୬ ବର୍ଷ ପରେ ଦୁଇ ଜଣଙ୍କ ସମ୍ପର୍କରେ ଫାଟ ଆସିଛି । ବର୍ଷା ଅନୁଭାବଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି କି ସେ ଜଣେ ମଦ୍ୟପ ଓ ଡାଇବେଟିସ ରୋଗୀ ବୋଲି ଦର୍ଶାଇଇଛନ୍ତି ।

ସେ ଅଭିଯୋଗ କରିଛନ୍ତି କି ତାଙ୍କ ଉପସ୍ଥିତିରେ ଅନୁଭ୍ବ ନିଜର ମଦ୍ୟପ ବନ୍ଧୁମାନଙ୍କ ସହ ମିଶି ନିଜ ସୟନ କକ୍ଷରେ ମଦ୍ୟପାନ କରନ୍ତି । ଏହା ପରେ ବରସାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଅନ୍ତି । ବର୍ଷା ଅନୁଭବ ଙ୍କୁ ବହୁତ ଥର ବିରୋଧ କରିଛନ୍ତି । କିନ୍ତୁ ଅନୁଭବ ମହାନ୍ତି ବର୍ଷାଙ୍କୁ ଗାଳି ଗୁଲଜ କରନ୍ତି ଓ ମାଡ ମଧ୍ୟ ମାରନ୍ତି ।

ସେ ଆହୁରି ମଧ୍ୟ ଭିଯୋଗ କରିଛନ୍ତି କି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ଅନ୍ୟ ଝିଅମାନଙ୍କ ସହ ଅନୁଭାବ ଙ୍କର ସମ୍ପର୍କ ରହିଛି । ପିଲା ପିଲି ବର୍ଷା ଚାହୁଁଥିଲେ ମଧ୍ୟ ଅନୁଭବ ତାକୁ ଏଡାଇ ଦିଅନ୍ତି , ରାତି ତମାମ ମଦ ପିଇ ବରଷାଙ୍କ କଥାକୁ ଗୁରୁତ୍ଵ ଦିଅନ୍ତି ନାହିନ ଏମିତିକି ଖାଇବାକୁ ଜଗି ବସିଥିବା ବର୍ଷ ଙ୍କୁ ବିଳମ୍ବିତ ରାତିରେ ଫେରି ଗାଳି ଗୁଲଜ ବି କରନ୍ତି ।

ବରଷାଙ୍କ ମା ଓ ଦୁଇ ଭଉଣୀ ଅନେକ ଥର ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଛନ୍ତି ଅନେକ ଥର ଅନୁଭବ ମଦ ଛାଡି ଦେବା କଥା କହିଥିଲେ ମଧ୍ୟ ତାହା ନିଷ୍ଫଳ ରହିଛି । ବର୍ଷା ପ୍ରିୟା ଦର୍ଶିନୀ ଅନୁଭବ ମହାନ୍ତି ଙ୍କ ଠାରୁ ମଧ୍ୟ କ୍ଷତି ପୂରଣ ଦାବି କରିଛନ୍ତି ପାଖାପାଖି 13-15 କୋଟି ଟଙ୍କା । ଏଥିରୁ ଯାହା ଅନୁମାନ କରା ଯାଉଛି ଏ ଦୁଇ ଜଣ ବହୁତ ଜଲ୍ଦି ଅଲଗା ହୋଇଯିବେ ଓ ଏଥିପାଇଁ ବର୍ଷା ତାଙ୍କ ଠାରୁ କ୍ଷତି ପୂରଣ ଦାବି କରୁଛନ୍ତି ।

Leave a Reply

Your email address will not be published. Required fields are marked *