ଅନେକ ଦିନ ଧରି ଲୋକଟିକୁ ହଇରାଣ କରୁଥିଲା କୁଆ, ଯେତେବେଳେ ସତ ସାମ୍ନାକୁ ଆସିଲା ତ ସମସ୍ତଙ୍କ ହୋସ ଉଡିଗଲା… 

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ଭାଇରାଲ ହେଉଛି । ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ କାଉର ଗୋଷ୍ଠୀ ସବୁବେଳେ ଏକ ବ୍ୟକ୍ତି ଉପରେ ଆକ୍ରମଣ କରନ୍ତି ।

ଗତ ୩ ବର୍ଷ ପୂର୍ବେ ସେହି ବ୍ୟକ୍ତିର ଏକ ଭୁଲ ହୋଇଯାଇଥିଲା । ବନ୍ଧୁଗଣ କିଏ କହୁଛି ଜୀବ ଜନ୍ତୁ କିଛି ଜାଣି ପାରନ୍ତି ନାହିଁ । ଭୋପାଳରେ ଜଣେ ବ୍ୟକ୍ତି ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । କାଉ ଦଳ ଏହି ବ୍ୟକ୍ତିର କଷ୍ଟକର କରିଦେଇଛନ୍ତି । ଯେତେବେଳେ ବି ଏହି ବ୍ୟକ୍ତି ଘରୁ ବାହାରୁଛି ସେତେବେଳେ ତାକୁ ଲାଗୁଛି କେତେବେଳେ ବି କାଉ ଦଳ ତା ଉପରେ ଆକ୍ରମଣ କରିଦେବେ ।

ବ୍ୟକ୍ତିର କହିବା ମୁତାବକ ଗତ ତିନି ବର୍ଷ ହେବ ତା ସହ ଏମିତି ହେଉଛି । ବ୍ୟକ୍ତି ଜଣକ ଦିନେ ଲୁହା ଜାଲିରେ ଫସିଥିବା ଏକ କାଉକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲା ହେଲେ ଦୁର୍ଭାଗ୍ୟ ବଶତଃ ବ୍ୟକ୍ତି ଜଣକ ସେହି କାଉକୁ ବଞ୍ଚାଇ ପାରିଲା ନାହିଁ । ବ୍ୟକ୍ତି ହାତରେ କାଉଟି ପ୍ରାଣ ହରାଇଲା । ଅନ୍ୟ କାଉ ମାନଙ୍କୁ ଲାଗୁଛି ବ୍ୟକ୍ତିଟି ସେହି କାଉକୁ ମାରିଛି ତେଣୁ କାଉ ଦଳ ଏହି ବ୍ୟକ୍ତିକୁ ମାରିବା ପାଇଁ ବ୍ୟକ୍ତିର ପିଛା କରୁଛନ୍ତି ।

ଗାଁ ଲୋକଙ୍କ ମତରେ ବ୍ୟକ୍ତି ପଛରେ କାଉ ଦଳ ଏମିତି ପଡ଼ୁଛନ୍ତି ଯେମିତି ଲାଗୁଛି କାଉ ମାନେ ବ୍ୟକ୍ତିକୁ ମାରିବାକୁ ଚାହୁଁ ଛନ୍ତି । ସବୁଦିନ କାଉ ଦଳ ବ୍ୟକ୍ତିଙ୍କ ଘର ବାହାରେ ଅପେକ୍ଷା କରି ବସୁଛନ୍ତି । ବ୍ୟକ୍ତିଙ୍କ ନାମ ହେଉଛି ଶିବ । ବ୍ୟକ୍ତି ଜଣକ ଘରୁ ବାହାରିବା ମାତ୍ରେ କାଉ ମାନେ ତାର ପିଛା କରୁଛନ୍ତି ଆଉ ମଉକା ମିଳିବା ମାତ୍ରେ ତା ଉପରେ ଆକ୍ରମଣ କରୁଛନ୍ତି ।

କାଉ ଆକ୍ରମଣରେ ଶିବର ମୁଣ୍ଡରେ ଅନେକ ଆଘାତ ଚିହ୍ନ ଅଛି । ଶିବ ସବୁବେଳେ ଏକ ବାଡି ନେଇ ବୁଲୁଛନ୍ତି । ହେଲେ ସେ କେବେବି ବାଡିରେ କାଉକୁ ମାରନ୍ତି ନାହିଁ କେବଳ ଡରାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *