‘ମୁ ଯାତ୍ରାକୁ ଆସିଲି ବୋଲି ଆମ ଗାଁ ରେ ଆମକୁ ଏକ ଘରିଆ କରିଦେଲେ ହେଲେ ଏବେ…’ ନିଜ ଜୀବନର ଦୁଃଖ କାହାଣୀ ବଖାଣିଲେ Jatra Artist Runu panda, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସିନେମା ନିଶ୍ଚିତ ଦେଖୁଥିବେ ସେହି ଅଭିନେତା ଏବଂ ଅଭିନେତ୍ରୀ ଙ୍କୁ ମଧ୍ୟ ଦେଖୁଥିବେ । ତେବେ ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ କେବଳ ସିନେମା କିମ୍ବା ଅଭିନେତା ଏବଂ ଅଭିନେତ୍ରୀ ନୁହେଁ ବରଂ ଅନେକ ଲୋକ ଯାତ୍ରା ନାଟକ ଆଦି ଦେଖିବାକୁ ମଧ୍ୟ ଖୁବ ପସନ୍ଦ କରିଥାନ୍ତି ।


ତେବେ ଏହି ଯାତ୍ରା ଆଗରୁ ଗାଁ ମାନଙ୍କ ରେ ହେଉଥିଲା କିନ୍ତୁ ବର୍ତ୍ତମାନ ଗାଁ ସହର ସବୁଠାରେ ହେଇ ପାରୁଛି ଏହା ଛଡା ଏହା ଟିଭି ରେ ମଧ୍ୟ ପ୍ରସାରିତ ହେଉଛି । ତେବେ ଆଜି ଆମେ ଯାତ୍ରା ଦୁନିଆ ର ଜଣେ ଲୋକପ୍ରିୟ ଗାୟିକା ରୁନୁ ପଣ୍ଡା ଙ୍କ ବିଷୟରେ ଆଲୋଚନା କରି ନେବା । ତେବେ ସଙ୍ଗୀତ ଗୋଟେ ନିଶା । ସେ ନିଶା ଯାହାକୁ ଘାରେ ତାକୁ ସବୁକିଛି ସଙ୍ଗୀତମୟ ଲାଗେ ।

ସେମିତି ଗୋଟେ ନିଶାକୁ ସାଥିକରି ବାଟ ଚାଲୁଥିବା ଚୁଲ୍‌ବୁଲି ଝିଅ ହେଉଛନ୍ତି ରୁନୁ ପଣ୍ଡା । ଓଡ଼ିଶା ସଙ୍ଗୀତ ଜଗତରେ ରୁନୁ ପଣ୍ଡା ନଁାଟି ହୁଏତ ଖୁବ୍‌ ବେଶି ପରିଚିତ ହୋଇନାହିଁ; ତେବେ ରୁନୁ ପଣ୍ଡାଙ୍କର ଯାହା ସବୁଠୁ ବଡ଼ ପରିଚୟ ତାହା ହେଉଛି ତାଙ୍କର ସୁରିଲା କଣ୍ଠସ୍ବର । କିଏ କହିପାରିବ ଏମିତି ଏକ ସମୟ ଆସିବ ସେହି କଣ୍ଠସ୍ବର ରୁନୁଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରି ନଦେବ ।

ସଙ୍ଗୀତକୁ ଭଲ ପାଉଥିବା, ସୁର-ତାଳ-ଲୟର ପ୍ରେମରେ ପଡ଼ିଥିବା ରୁନୁ ତ ସେମିତି ଗୋଟେ ଆତ୍ମବିଶ୍ୱାସ ନେଇ ଆଗକୁ ଆଗକୁ ବାଟ ଚାଲୁଛନ୍ତି । କଟକ ନିବାସୀ ଚନ୍ଦ୍ରମଣି ପଣ୍ଡା ଏବଂ ରଶ୍ମିତା ପଣ୍ଡାଙ୍କର ସୁକନ୍ୟା ରୁନୁ ସଙ୍ଗୀତକୁ ସାଥିରେ ନେଇ ଜନ୍ମ ହୋଇଛନ୍ତି । ତେଣୁ ତାଙ୍କର ରକ୍ତରେ ରହିଛି ସୁର, ତାଳ ଆଉ ଲୟ । ପାଞ୍ଚବର୍ଷ ବୟସରୁ ସେ ଗୀତ ଗାଇବା ଆରମ୍ଭ କରନ୍ତି । ବାପାମା’ଙ୍କର ସଙ୍ଗୀତରେ ରୁଚିଥିଲା । ତେଣୁ ଝିଅର ସଙ୍ଗୀତ ପ୍ରତି ଭଲପାଇବା ଦେଖି ସେମାନେ ତାକୁ ଗୀତ ଶିଖାନ୍ତି ।

ତେବେ ରୁନୁଙ୍କର ବିଧିବଦ୍ଧ ସଙ୍ଗୀତ ଶିକ୍ଷା ଆରମ୍ଭ ହୁଏ ଗୁରୁ ନୀହାର ରଞ୍ଜନ ପତିଙ୍କଠାରୁ । ସେ ସମ୍ପ୍ରତି ହିନ୍ଦୁସ୍ତାନୀ ଭୋକାଲ ଶିକ୍ଷା କରୁଛନ୍ତି । ଏହା ହେଉଛି ତାଙ୍କର ଥାର୍ଡ଼ ଇୟର । ରୁନୁ ଓଡ଼ିଆ ଗୀତ ଗାଇବା ସହିତ ଖୁବ୍‌ ଭଲ ସମ୍ବଲପୁରୀ ଗୀତ ମଧ୍ୟ ଗାଇପାରନ୍ତି । ସେତିକିନୁହେଁ, ମଞ୍ଚରେ ଗୀତ ଗାଉଥିବା ବେଳେ ତବଲାର ତାଳରେ ମନକୁମନ ଉଠିଯାଏ ତାଙ୍କ ପାଦ । ବାସ୍‌, ମଞ୍ଚରେ ଦର୍ଶକମାନେ ପାଆନ୍ତି ନୃତ୍ୟ ସହିତ ଗୀତର ସିମ୍ଫୋନି । ବିଭିନ୍ନ ଅର୍କେଷ୍ଟ୍ରା, ଇଭେଣ୍ଟ ଶୋ’ ତଥା ଭଜନ ପ୍ରୋଗ୍ରାମରେ ଯୋଗ ଦିଅନ୍ତି ରୁନୁ ।


ତେବେ ଏବେ କିନ୍ତୁ ରୁନୁଙ୍କ ଜୀବନରେ ସଙ୍ଗୀତର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ସେ ଚଳିତ ସିଜନ୍‌ରେ ‘ଯାତ୍ରା ଇନ୍ଦ୍ରମହଲ’ରେ ଜଣେ ମେଲୋଡ଼ି ଗାୟିକା ଭାବରେ ଯୋଗ ଦେଇଛନ୍ତି ।  ତେବେ ଯାତ୍ରା ଅଭିଜ୍ଞତାରୁ ରୁନୁ କହନ୍ତି, ଗୋଟେ ବିଶାଳ ମଞ୍ଚରେ ଏକୁଟିଆ ଜଣେ ଗାୟିକା । ଆଗରେ ହଜାର ହଜାର ଦର୍ଶକ । ଇଏ ଗୋଟେ ନୂଆ ଅନୁଭୂତି । ତା’ପରେ ପାର୍ଟି ପକ୍ଷରୁ ଅନୁରୋଧ କରାଗଲା ବଲାଙ୍ଗୀର ଏବଂ ଖଣ୍ଡଗିରି କ୍ୟାମ୍ପ ପାଇଁ । ଉଲ୍ଲେଖଯୋଗ୍ୟ, ସେ ଏବେ ବି ଯାତ୍ରା ଇନ୍ଦ୍ରମହଲ ପାଇଁ ମେଲୋଡ଼ି ଗାଉଛନ୍ତି ।

ତେବେ ସେ କୁହନ୍ତି କି ସେ ଯେତେବେଳେ ଯାତ୍ରା ରେ ଗୀତ ଗାଇବା ଆରମ୍ଭ କଲେ ସେତେବେଳେ ତାଙ୍କ ଗାଁ ଲୋକମାନେ ତାଙ୍କୁ ଏବଂ ତାଙ୍କ ପରିବାର କୁ ଏକ ଘରିଆ କରି ଦେଇଥିଲେ । କିନ୍ତୁ ତଥାପି ତାଙ୍କ ବାପା ମାଆ ତାଙ୍କୁ ସପୋର୍ଟ କରିଥିଲେ ଏବଂ ଆଜି ବି ସେ ଜଣେ ପ୍ଲେବ୍ୟାକ ସିଙ୍ଗର ହେଉ ବୋଲି ଚାହାନ୍ତି ବୋଲି ସେ ନିଜ ଇନ୍ଟର୍ଭିୟୁ ରେ କହିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *